ହାଇଦ୍ରାବାଦ:ଆୟୁଷ୍ମାନ ଖୁରାନା ତାଙ୍କ କ୍ୟାରିୟରରେ 20ରୁ ଊର୍ଦ୍ଧ୍ୱ ଚଳଚ୍ଚିତ୍ର କରିଛନ୍ତି ଏବଂ ଆଜି ବଲିଉଡର ଜଣେ ସଫଳ ଅଭିନେତା । କିନ୍ତୁ ଆଜି ବି ତାଙ୍କର ପ୍ରଥମ ଚଳଚ୍ଚିତ୍ର ଭିକି ଡୋନର ହେଉଛି ତାଙ୍କର ଖାସ୍ ପରିଚୟ । ଏହା ଥିଲା ବଲିଉଡର ପ୍ରଥମ ଚଳଚ୍ଚିତ୍ର ଯେଉଁଥିରେ ହିରୋକୁ ଶୁକ୍ରାଣୁ ଦାନ କରୁଥିବା ଦେଖାଯାଇଥିଲା । ଏହା ଏକ ସାହସିକ ଭୂମିକା ଥିଲା ଯେଉଁଥିରେ ଆୟୁଷ୍ମାନ ଦିଲ୍ଲୀ ଯୁବକ ଭିକି ଆରୋରା ଭୂମିକାରେ ଅଭିନୟ କରିଥିଲେ । ଆୟୁଷ୍ମାନ ଏହି ଚଳଚ୍ଚିତ୍ରରେ ଦର୍ଶକଙ୍କ ଦ୍ୱାରା ପ୍ରଶଂସିତ ହୋଇଥିଲେ ଏବଂ ସେ ବେଷ୍ଟ ମେଲ୍ ଡେବ୍ୟୁ ପାଇଁ ଜାତୀୟ ପୁରସ୍କାର ମଧ୍ୟ ପାଇଥିଲେ । କିନ୍ତୁ ଖାସ୍ କଥା ହେଉଛି ଆୟୁଷ୍ମାନ କେବଳ ପରଦାରେ ଏହି ଭୂମିକା ନିଭାଇ ନାହାଁନ୍ତି, ବରଂ ଫିଲ୍ମରେ କାମ କରିବାର ବହୁ ବର୍ଷ ପୂର୍ବରୁ ସେ ତାଙ୍କ ବାସ୍ତବ ଜୀବନରେ ମଧ୍ୟ ଶୁକ୍ରାଣୁ ଦାନ କରିଥିଲେ।
ରିଆଲିଟି ସୋ’ରେ ମାଧ୍ୟମରେ କରିଥିଲେ ଦାନ
ଆୟୁଷ୍ମାନ ନିଜ କ୍ୟାରିୟରରେ ରିସ୍କ ନେବାକୁ କେବେ ଭୟ କରନ୍ତି ନାହିଁ ଏବଂ ପ୍ରାୟତଃ ସେ ତାଙ୍କ ଚରିତ୍ରମାନଙ୍କ ସହିତ ଏକ୍ସପେରିମେଣ୍ଟ ଜାରି ରଖନ୍ତି । ଅଭିନେତାଙ୍କର ସବୁଠାରୁ ବଡ ବିଶେଷତା ହେଉଛି ଯେ ସେ ତାଙ୍କ ଚଳଚ୍ଚିତ୍ର ମାଧ୍ୟମରେ ଅଧିକାଂଶ ସାମାଜିକ ପ୍ରସଙ୍ଗ ଉଠାଇବାକୁ ଚେଷ୍ଟା କରନ୍ତି । ତାଙ୍କର ପ୍ରଥମ ଡେବ୍ୟୁ ଚଳଚ୍ଚିତ୍ର ଥିଲା ‘ଭିକି ଡୋନର’ ଯାହା ଶୁକ୍ରାଣୁ ଦାନ ପ୍ରସଙ୍ଗରେ ଆଧାରିତ ଥିଲା । ଏହି ଫିଲ୍ମ ହିଟ୍ ହେବା ପରେ ଆୟୁଷ୍ମାନ ଗଣମାଧ୍ୟମରେ ଏ ବିଷୟରେ କହିଥିଲେ ଏବଂ ସନ୍ତାନହୀନ ଦମ୍ପତିଙ୍କୁ ସାହାଯ୍ୟ କରିବା ପାଇଁ ସେ ଶୁକ୍ରାଣୁ ଦାନ କରିଥିବା କହିଥିଲେ ।
ରିଏଲିଟି ସୋ MTV ରୋଡିଜ୍ ପାଇଁ ସେ ଏହି କାର୍ଯ୍ୟ କରିଥିଲେ । ବହୁ ପୂର୍ବେ ରିଆଲିଟି ଟିଭି ସୋ'ର ନିୟମ ଟିକିଏ ଅଲଗା ଥିଲା ଏବଂ ପ୍ରାୟ ସବୁକିଛି ଅନୁମତି ଦିଆଯାଉଥିଲା । ଆୟୁଷ୍ମାନଙ୍କ ଦ୍ବାରା ସ୍ପର୍ମ ଡୋନେସନ କଥା ହେଉଛି 2004 ମସିହାର । ଫିଲ୍ମ ପରେ ଆୟୁଷ୍ମାନ ଖୁରାନା ଏକ ସାକ୍ଷାତକାରରେ ଏନେଇ ଖୁଲାସା କରିଥିଲେ । ଥଟ୍ଟାରେ କହିଥିଲେ,‘‘ମୁଁ ହେଉଛି ଭାରତର ମୋଷ୍ଟ ୱାଣ୍ଟେଡ ସ୍ପର୍ମ ଡୋନର । 2004ରେ ମୁଁ MTV ରୋଡିଜ୍ ସିଜନ୍ 2 ଜିତିଥିଲି । ଯେତେବେଳେ ମୁଁ ଏହି ସୋ’ରେ ଥିଲି, ଆମକୁ ଏକ ଟାସ୍କ ଦିଆଯାଇଥିଲା । ଏହା ଆହ୍ଲାବାଦରେ ଏକ ସ୍ପର୍ମ ଡୋନେଟ୍ କରିବାର ଟାସ୍କ ଥିଲା ଏବଂ ମୁଁ ବାସ୍ତବ ଜୀବନରେ ମଧ୍ୟ ସ୍ପର୍ମ ଦାନ କରିଥିଲି ।
ଏହା ମଧ୍ୟ ପଢନ୍ତୁ: Dream Girl 2 Collection Day 10: 100 କୋଟି କ୍ଲବରେ ସାମିଲ ହେଲା ଫିଲ୍ମ