ହାଇଦ୍ରାବାଦ:୨୦୨୩ ବର୍ଷର ତୃତୀୟ ତଥା ଶେଷ ଚଳଚ୍ଚିତ୍ର ଡଙ୍କି ସହ ଶାହରୁଖ ଖାନ ପୁଣି ପରଦାରେ ଧମାକା କରିବାକୁ ପ୍ରସ୍ତୁତ ଅଛନ୍ତି । ପଠାନ ଏବଂ ଜବାନ ପରେ ବର୍ତ୍ତମାନ ଫ୍ୟାନ୍ସମାନେ ବି କିଙ୍ଗ୍ ଖାନଙ୍କ ତୃତୀୟ ଚଳଚ୍ଚିତ୍ର ଡଙ୍କି ପାଇଁ ଉତ୍ସାହର ସହ ଅପେକ୍ଷା କରିଛନ୍ତି । ବୁଧବାରଦିନ ଫିଲ୍ମର ପ୍ରଥମ ଗୀତ 'ଲୁଟ୍ ପୁଟ୍ ଗୟା' ରିଲିଜ ହୋଇଛି । ଏହି ଗୀତଟି ଦର୍ଶକ ପସନ୍ଦ କରୁଛନ୍ତି । ଏହି ଗୀତ ରିଲିଜ ପରେ ଅଭିନେତା ଫ୍ୟାନ୍ସଙ୍କ ସହ ଏକ AskSRK ଅଧିବେଶନ କରିଥିଲେ । ଏହି ସମୟରେ ଫ୍ୟାନ୍ସଙ୍କ ପ୍ରଶ୍ନ ଡଙ୍କି କିପରି ସାଇନ କଲେ ସେନେଇ ମଜାଳିଆ ଢଙ୍ଗରେ ଉତ୍ତର ଦେଇଛନ୍ତି ଅଭିନେତା ।
'ଡଙ୍କି'ର ନିର୍ଦ୍ଦେଶନା ଦେଇଛନ୍ତି ଲୋକପ୍ରିୟ ନିର୍ଦ୍ଦେଶକ ରାଜକୁମାର ହିରାନୀ । ତେବେ ଏହି ଫିଲ୍ମ ସହ ଶାହାରୁଖ ଏବଂ ରାଜକୁମାର ହିରାନୀ ପ୍ରଥମ ଥର ପାଇଁ ଏକାଠି କାମ କରିଛନ୍ତି । ଏଭଳି ପରିସ୍ଥିତିରେ, AskSRK ସେସନରେ ଜଣେ ପ୍ରଶଂସକ ଶାହାରୁଖଙ୍କୁ ପଚାରିଥିଲେ ଯେ, ଏଥର ରାଜକୁମାର ହିରାନୀ ସାର୍ ଆପଣଙ୍କୁ ଫିଲ୍ମ ଅଫର କରିଥିଲେ କି ଆପଣ ହିରାନୀ ସାରଙ୍କ ନିକଟକୁ ଯାଇଥିଲେ ? ଫ୍ୟାନଙ୍କ ଏହି ପ୍ରଶ୍ନର ଉତ୍ତର ଦେଇ ଶାହାରୁଖ କହିଛନ୍ତି, ମୁଁ ରାଜକୁମାର ହିରାନୀଙ୍କ ଘର ଆଗରେ ଏକ ତମ୍ବୁ ପକାଇ ଦେଇଥିଲି । ସେଠାରେ କାହାଣୀ ଶୁଣି ସେଠାରେ ମଧ୍ୟ ସାଇନ୍ କଲି । ଏବଂ ଏଡିଟିଂ ମଧ୍ୟ ସେଠାରେ ଚାଲିଲା ।
ସେହିପରି ଆଉ ଜଣେ ଫ୍ୟାନ ଶାହାରୁଖଙ୍କୁ ପଚାରିଥିଲେ କି, ସାର୍ ଡଙ୍କି ପାଇଁ ପ୍ରଣ୍ଟ ସିଟ୍ ନା କର୍ଣ୍ଣର ସିଟ୍ ବୁକ୍ କରିବି । ଏହାର ଉତ୍ତରରେ ଶାହାରୁଖ କହିଛନ୍ତି, ଭାଇ ମୋ ମନ କହୁଛି ହାଉସଫୁଲ ହୋଇଯିବ । ଏଣୁ ସିଟ୍ ତ ମିଳିବନି ତୁମେ ଘରୁ ହିଁ ସୋଫା ନେଇକି ଆସିଯାଅ । ଆଉ ଜଣେ ଫ୍ୟାନ୍ ପଚାରିଛନ୍ତି, ସାର୍ ଲୁଟ ପୁଟ ଗୟା ବହୁତ ଭଲ ଲାଗିଲା । ଏବେ ଆଗାମୀ ଗୀତ ମଧ୍ଯ କାଲି ଦେଖାଇଦିଅ । ଏହାର ଉତ୍ତରରେ ସେ କହିଛନ୍ତି, ନା କାଲି ମୋର ଛୁଟି । ଆଗାମୀ ଗୀତ ପରେ ଡ୍ରପ୍ ହେବ । ଅପେକ୍ଷା କର ।