ଓଡିଶା

odisha

ETV Bharat / entertainment

ବିକିନି ବିବାଦକୁ ନେଇ ମୁହଁ ଖୋଲିଲେ ଅଭିନେତ୍ରୀ ଆଶା ପାରେଖ - Asha Parekh Deepika Padukone

ବଲିଉଡ ଷ୍ଟାର ଶାହରୁଖ ଖାନଙ୍କ ଫିଲ୍ମ ପଠାନର ବେସରମ୍‌ ରଙ୍ଗ ଗୀତକୁ ନେଇ ଥମୁନି ବିବାଦ । ଏହି ବିବାଦ ଦିନକୁ ଦିନ ବଢିବାରେ ଲାଗିଛି । ଇତିମଧ୍ୟରେ ବର୍ତ୍ତମାନ ଦଶନ୍ଧି ଧରି ବଲିଉଡରେ ରାଜ୍‌ କରୁଥିବା ଅଭିନେତ୍ରୀ ଆଶା ପାରେଖ (Asha Parekh) ମଧ୍ୟ ଏହି ପ୍ରସଙ୍ଗରେ ନିଜର ପ୍ରତିକ୍ରିୟା ରଖିଛନ୍ତି । ଅଧିକ ପଢନ୍ତୁ

ଅଭିନେତ୍ରୀ ଆଶା ପାରେଖ
ଅଭିନେତ୍ରୀ ଆଶା ପାରେଖ

By

Published : Dec 24, 2022, 12:13 PM IST

ମୁମ୍ବାଇ: କିଙ୍ଗ୍‌ ଖାନଙ୍କ ଆଗାମୀ ଚଳଚ୍ଚିତ୍ର ପଠାନ (Pathaan) ରିଲିଜ ହେବା ପୂର୍ବରୁ ହିଁ ଚର୍ଚ୍ଚାରେ ରହିଆସିଛି। ଫିଲ୍ମରୁ ‘ବେସରମ ରଙ୍ଗ’ ଗୀତକୁ ନେଇ ବିବାଦ ଥମିବାରେ ନାଁ ନେଉନାହିଁ । ବାସ୍ତବରେ, ଏହି ଗୀତରେ ଅଭିନେତ୍ରୀ ଦୀପିକା ପାଦୁକୋନ୍ ଏକ ଗେରୁଆ ରଙ୍ଗର ବିକିନି ପିନ୍ଧିଥିଲେ, ଯାହାକୁ ଜନସାଧାରଣଙ୍କ ଦ୍ୱାରା ବହୁ ହିନ୍ଦୁ ସଂଗଠନ ଆପତ୍ତିଜନକ ବୋଲି କହିଥିଲେ । ବର୍ତ୍ତମାନ ଦଶନ୍ଧି ଧରି ବଲିଉଡରେ ରାଜ୍‌ କରୁଥିବା ଅଭିନେତ୍ରୀ ଆଶା ପାରେଖ (Asha Parekh) ମଧ୍ୟ ଏହି ପ୍ରସଙ୍ଗରେ ନିଜର ପ୍ରତିକ୍ରିୟା ରଖିଛନ୍ତି ।

ଏକ ଟିଭି ଚ୍ୟାନେଲ ସହ କଥାବାର୍ତ୍ତା କରି ଆଶା ପାରେଖ ପଠାନ ଫିଲ୍ମର ବେସରମ୍‌ ଗୀତରେ ଦୀପିକାଙ୍କ ବିକିନି ଉପରେ ଉଠାଯାଇଥିବା ପ୍ରଶ୍ନରେ କହିଛନ୍ତି ଯେ, ଏଠାରେ ବିକିନିକୁ ନେଇ କୌଣସି ବବାଲ୍‌ ହେଉନାହିଁ, ବରଂ ବିକିନିର କମଳା ରଙ୍ଗକୁ ନେଇ ହଙ୍ଗାମା ହେଉଛି । ମୋତେ ଏମିତି ଲାଗୁଛି ଯେ ଆମର ମସ୍ତିଷ୍କ ଧୀରେ ଧୀରେ କାମ କରିବା ବନ୍ଦ ହୋଇଯାଉଛି ଏବଂ ପରିବର୍ତ୍ତିତ ସମୟ ସହିତ ଆମ ମାନଙ୍କର ଭାବନା ବହୁତ ସଙ୍କୀର୍ଣ୍ଣ ହୋଇଯାଉଛି ।

ଆଶା ଜୀ କହିଛନ୍ତି ଯେ, ସବୁବେଳେ ଲୋକଙ୍କ ପାଇଁ ବଲିଉଡ ଏକ ସଫ୍ଟ ଟାର୍ଗେଟ ରହିଆସିଛି ଏବଂ ଏହା ସମୟ ସମୟରେ ନଜର ମଧ୍ୟ ଆସେ । ଆମେ ଗୋଟିଏ ପଟେ ପ୍ରଗତିଶୀଳ ହେବା ବିଷୟରେ କଥାବାର୍ତ୍ତା କରୁଛୁ, କିନ୍ତୁ ଅନ୍ୟ ପଟେ ବିକିନି ରଙ୍ଗରେ ବିବାଦ ସୃଷ୍ଟି କରି ଆମେ ଆମର ଚିନ୍ତାଧାରାକୁ ମଧ୍ୟ ଦର୍ଶାଉଛୁ ।

ଏହା ବି ପଢନ୍ତୁ:YearEnder 2022: ବିବାଦ ଭିତରେ ଘାଣ୍ଟି ହେଲା ବଲିଉଡ ଜଗତ

ଉଲ୍ଲେଖନୀୟ ଯେ, ହିନ୍ଦୁ ସଂଗଠନ ସହିତ ଅନେକ ନେତା ବିକିନି ବିବାଦକୁ ଆପତ୍ତିଜନକ ବୋଲି ମଧ୍ୟ କହିଛନ୍ତି। ସର୍ବପ୍ରଥମେ ମଧ୍ୟପ୍ରଦେଶ ସରକାରରେ ମନ୍ତ୍ରୀ ଥିବା ନରୋତ୍ତମ ମିଶ୍ରା ଅଭିନେତ୍ରୀଙ୍କ ବିକିନି ଉପରେ ପ୍ରଶ୍ନ ଉଠାଇ ଏହା ଆପତ୍ତିଜନକ ବୋଲି କହିଥିଲେ। ଏହାକୁ ଏକ ଦୂଷିତ ମାନସିକତା ବୋଲି କହି ଗୀତରୁ ସିନ୍‌ ହଟାଇବାକୁ ସେ ଦାବି କରିଥିଲେ।

ସୂଚନାଯୋଗ୍ୟ, କିଙ୍ଗ ଖାନଙ୍କ ପଠାନ 25 ଜାନୁୟାରୀ 2023 ରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବାକୁ ଯାଉଛି, କିନ୍ତୁ ରିଲିଜ ପୂର୍ବରୁ ମଧ୍ୟ ଫିଲ୍ମର ସିନ୍‌ ଏବଂ ଗୀତକୁ ନେଇ ଉତ୍ତେଜନା ଦେଖାଦେଇଛି । କୋଲକାତାର ଆନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବରେ ହୋଇଥିବା ବିବାଦର ଜବାବରେ ଶାହାରୁଖ ଖାନ ନିଜେ କହିଛନ୍ତି ଯେ, ‘ଖୁବ୍ ଶୀଘ୍ର ପାଗ ବଦଳିବାକୁ ଯାଉଛି, ଆପଣମାନେ ନିଜ ସିଟ୍ ବେଲ୍ଟ ବାନ୍ଧି ନିଅନ୍ତୁ।’

ABOUT THE AUTHOR

...view details