ମୁମ୍ବାଇ:ବିବେକ ଅଗ୍ନିହୋତ୍ରୀଙ୍କ ନିର୍ଦ୍ଦେଶିତ ଫିଲ୍ମ ‘କାଶ୍ମୀର ଫାଇଲ୍ସ’ ହିଟ୍ ପ୍ରମାଣିତ ହୋଇଥିଲା । ଏହି ଚଳଚ୍ଚିତ୍ର ବକ୍ସ ଅଫିସରେ ଭଲ କଲେକ୍ସନ କରିଥିଲା । ସମାଲୋଚକଙ୍କ ସହିତ ଏହି ଚଳଚ୍ଚିତ୍ରକୁ ସାଧାରଣ ଲୋକଙ୍କ ମଧ୍ୟ ପସନ୍ଦ କରିଛନ୍ତି । ଏହି ଫିଲ୍ମରେ କାଶ୍ମୀରୀ ପଣ୍ଡିତଙ୍କ ଦୁଃଖ ଯନ୍ତ୍ରଣା ଦେଖାଯାଇଛି । ଯାହା ଉପରେ ବର୍ତ୍ତମାନ ବଲିଉଡ୍ର ଭେଟେରାନ ଅଭିନେତ୍ରୀ ଆଶା ପାରେଖ ଏକ ବୟାନ ଦେଇଛନ୍ତି । ସେ ବିବେକ ଅଗ୍ନିହୋତ୍ରୀଙ୍କୁ ଟାର୍ଗେଟ କରିଛନ୍ତି । ଫିଲ୍ମରୁ ମିଳିଥିବା ଟଙ୍କାରେ ବିବେକ ଜାମ୍ମୁ କାଶ୍ମୀରରେ ଜଳ ଓ ବିଦ୍ୟୁତ ବିନା ବାସ କରୁଥିବା ହିନ୍ଦୁମାନଙ୍କୁ କାହିଁକି ସାହାଯ୍ୟ କଲେ ନାହିଁ ବୋଲି ଆଶା ପାରେଖ ପ୍ରଶ୍ନ କରିଛନ୍ତି ।
ଏକ ସାକ୍ଷାତକାରରେ ଯେତେବେଳେ ଆଶା ପାରେଖଙ୍କୁ ପଚରାଯାଇଥିଲା ଯେ ସେ ବିବାଦୀୟ ଚଳଚ୍ଚିତ୍ର ‘ଦି କାଶ୍ମୀର ଫାଇଲ୍ସ’ ଏବଂ ‘ଦ କେରଳ ଷ୍ଟୋରୀର’ ଦେଖିଛନ୍ତି କି ? ଏହି ଦୁଇଟି ଚଳଚ୍ଚିତ୍ର ବକ୍ସ ଅଫିସ୍ରେ ଭଲ ବ୍ୟବସାୟ କରିଥିଲା । ଯାହାର ପ୍ରତିକ୍ରିୟାରେ ଆଶା ପାରେଖ ପଚାରିଛନ୍ତି, ଏହି ଚଳଚ୍ଚିତ୍ରରୁ ଲୋକମାନଙ୍କୁ କ’ଣ ମିଳିଲା ?
କାଶ୍ମୀର ଫାଇଲ୍ସ ଉପରେ ଆଶା ପାରେଖଙ୍କ ପ୍ରତିକ୍ରିୟା
ଆଶା ପାରେଖ ଫିଲ୍ମ ବିଷୟରେ କହିଛନ୍ତି - ମୁଁ ଫିଲ୍ମ ଦେଖି ନାହିଁ, ମୁଁ ଏହା ସହ ଜଡିତ ବିବାଦ ଉପରେ କିପରି କହିପାରିବି ? ଯଦି ଲୋକମାନଙ୍କୁ ପସନ୍ଦ ତେହେଲେ ଏହିପରି ଚଳଚ୍ଚିତ୍ର ଦେଖିବା ଉଚିତ୍ । ଫିଲ୍ମର ବକ୍ସ ଅଫିସ୍ କଲେକ୍ସନ୍ ବିଷୟରେ କଥାବାର୍ତ୍ତା କରି ଆଶା ପାରେଖ କହିଛନ୍ତି- ଲୋକମାନେ କାଶ୍ମୀର ଫାଇଲ ଦେଖିଛନ୍ତି । ମୁଁ ଟିକିଏ ବିବାଦୀୟ ବୟାନ ଦେବାକୁ ଚାହୁଁଛି ।