ଓଡିଶା

odisha

ETV Bharat / entertainment

Arrest Jubin Nautiyal Trend: ଅଡୁଆରେ ଗାୟକ ଜୁବିନ, ଗିରଫ ପାଇଁ ଜୋର ଧରିଛି ଦାବି

ଅଡୁଆରେ ଛନ୍ଦି ହେଲେ ବଲିଉଡର ସୁପରହିଟ୍ ପ୍ଲେବ୍ୟାକ୍ ଗାୟକ ଜୁବିନ୍ ନୌଟିଆଲ୍‌ । ତାଙ୍କୁ ଗିରଫ କରିବା ପାଇଁ ଜୋର ଧରିଛି ଦାବି । ଅଧିକ ପଢନ୍ତୁ

By

Published : Sep 10, 2022, 4:39 PM IST

ଅଡୁଆରେ ଗାୟକ ଜୁବିନ୍‌ ନୌଟିଆଲ୍‌, ଗିରଫ ପାଇଁ ଜୋର ଧରିଛି ଦାବି
ଅଡୁଆରେ ଗାୟକ ଜୁବିନ୍‌ ନୌଟିଆଲ୍‌, ଗିରଫ ପାଇଁ ଜୋର ଧରିଛି ଦାବି

ଡେରାଡୁନ୍: ଅଡୁଆରେ ଛନ୍ଦି ହେଲେ ବଲିଉଡର ସୁପରହିଟ୍ ପ୍ଲେବ୍ୟାକ୍ ଗାୟକ ଜୁବିନ୍ ନୌଟିଆଲ୍‌ । ତାଙ୍କୁ ଗିରଫ କରିବା ପାଇଁ ଜୋର ଧରିଛି ଦାବି। ହଠାତ୍‌ ଟ୍ୱିଟ୍‌ର୍‌ରେ #ArrestJubinNautiyal ଟ୍ରେଣ୍ଡ (Jubin Nautiyal Trend on twitter) ହେଉଛି । ଉଲ୍ଲେଖନୀୟ ଯେ, ଜୁବିନ୍‌ଙ୍କର ଏକ ସୋ' ଆମେରିକାର ହ୍ୟୁଷ୍ଟନ୍ ସହରରେ 23 ସେପ୍ଟେମ୍ବରରେ ଅନୁଷ୍ଠିତ ହେବାକୁ ଯାଉଛି । ତେବେ ଏହି ପ୍ରସଙ୍ଗରେ, ଇଟିଭି ଭାରତର ଟିମ୍ ଜୁବିନ୍ ନୌଟିଆଲ୍‌ଙ୍କ ପରିବାର ସହ ଯୋଗାଯୋଗ କରି ସମଗ୍ର ବିଷୟରେ ଆଲୋଚନା କରିଥିଲେ ।

ଜୁବିନଙ୍କୁ ଗିରଫ ଦାବି

ଜୁବିନ୍‌ ନୌଟିଆଲ୍‌ଙ୍କ ପରବର୍ତ୍ତୀ କନ୍‌ସର୍ଟରଏକ ପୋଷ୍ଟର ଟ୍ୱିଟର୍‌ରେ ଭାଇରାଲ ହେବାରେ ଲାଗିଛି । ଏହି ପୋଷ୍ଟର୍‌ରେ ଲେଖାଥିବା ଆୟୋଜକଙ୍କ ନାଁକୁ ନେଇ ଉଠିଛି ବିବାଦ । ଅନେକ ୟୁଜର୍ସ ଏହି ପୋଷ୍ଟର୍‌କୁ ସେୟାର କରି ଜୁବିନ୍‌ଙ୍କୁ ଗିରଫ କରିବା ପାଇଁ ଦାବି କରିଛନ୍ତି ।

ପ୍ରକୃତ କଥା ହେଉଛି ଜୁବିନ ନୌଟିଆଲଙ୍କର ଏକ କନସର୍ଟ ପାଇଁ ସହର ସାରା ପୋଷ୍ଟର ଲଗାଯାଇଥିଲା। ପୋଷ୍ଟରରେ ଆୟୋଜକଙ୍କ ଫଟୋ ସହ ତାଙ୍କ ନାମ ମଧ୍ୟ ଲେଖାଯାଇଥିଲା । ଏହି ସୋ’ର ଆୟୋଜକ ହେଉଛନ୍ତି ଜୟ ସିଂ ନାମକ ଜଣେ ବ୍ୟକ୍ତି । ଯିଏ ଖାଲିସ୍ତାନର ସମର୍ଥକ ଏବଂ ଚଣ୍ଡିଗଡ଼ ପୋଲିସ ତାଙ୍କୁ ପ୍ରାୟ 30 ବର୍ଷ ଧରି ଖୋଜୁଥିଲା ବୋଲି ଯାଞ୍ଚରୁ ଜଣାପଡିଛି ।

ଆମେରିକାରେ ଏହି ସୋ'କୁ ନିମନ୍ତ୍ରଣ କରିଥିବା ଜୟ ସିଂ ଚଣ୍ଡିଗଡ଼ ପୋଲିସର ଜଣେ ବହୁଚର୍ଚ୍ଚିତ ଅପରାଧୀ । କୁହାଯାଉଛି ଯେ, ଜୟ ସିଂ ନାମକ ଏହି ବ୍ୟକ୍ତି କେବଳ ଖାଲିସ୍ତାନକୁ ସମର୍ଥନ କରନ୍ତି ନାହିଁ, ଆଇଏସ୍‌ଆଇ ସଂଗଠନ ସହିତ ମଧ୍ୟ ତାଙ୍କ ନାମ ଜଡିତ। ଏହି ପୋଷ୍ଟଗୁଡିକ ସାମ୍ନାକୁ ଆସିବା ମାତ୍ରେ ଲୋକମାନେ ଜୁବିନଙ୍କୁ ଘେରି ରହିଥିଲେ ଏବଂ ସୋସିଆଲ ମିଡିଆରେ ପ୍ରଶ୍ନ ଉଠିଥିଲା ​​ଯେ, ଜୁବିନ୍ ଏମିତି ଜଣେ ବ୍ୟକ୍ତିଙ୍କ ନିମନ୍ତ୍ରଣକୁ କିପରି ଗ୍ରହଣ କଲେ, ଯିଏ ଜାତୀୟ ବିରୋଧୀ କାର୍ଯ୍ୟକଳାପରେ ଜଡିତ । ଏହି ମାମଲାକୁ ନେଇ ୟୁଜର୍ସମାନେ ପୁଣି ଥରେ ବଲିଉଡକୁ ମଧ୍ୟ ଟାର୍ଗେଟ୍‌ କରିଛନ୍ତି। ଏବଂ ଶୀଘ୍ର ଜୁବିନଙ୍କୁ ଗିରଫ କରାଯାଇ ଘଟଣାର ତଦନ୍ତ କରିବାକୁ ଦାବି ହୋଇଛି ।

ଇଟିଭି ଭାରତ ଜୁବିନଙ୍କ ସହ ଏହି ସବୁ ବିଷୟରେ କଥାବାର୍ତ୍ତା କରି ସତ୍ୟ ଜାଣିବାକୁ ଚାହୁଁଥିଲେ । ମାତ୍ର ସେମାନେ ସିଧାସଳଖ କଥାବାର୍ତ୍ତା କରିପାରିନଥିଲେ, କିନ୍ତୁ ଜୁବିନଙ୍କ ପରିବାର ସଦସ୍ୟ କହିଥିଲେ ଯେ, ଜୁବିନ୍ କିମ୍ବା ତାଙ୍କ ଦଳ ଏ ବିଷୟରେ ଆଦୌ ଜାଣି ନାହାଁନ୍ତି । ବର୍ତ୍ତମାନ ଏହି ବିଷୟରେ ଆଲୋଚନା ଚାଲିଛି ଏବଂ ଜୁବିନ୍ ତାଙ୍କର ଆଇନ ବିଶେଷଜ୍ଞଙ୍କ ମତାମତ ନେବା ପରେ ଆଗାମୀ ପଦକ୍ଷେପ ନେବେ । ଜୁବିନଙ୍କ ପରିବାର କହିଛନ୍ତି ଯେ, ସେମାନଙ୍କ ପାଇଁ ଦେଶ ପ୍ରଥମ, ଅନ୍ୟ ସବୁକିଛି ପରେ । ଆମେ ଆପଣଙ୍କୁ କହିବୁ ଯେ ଜୁବିନ୍ ନୌଟିଆଲ ବଲିଉଡରେ ଅନେକ ହିଟ୍ ଗୀତ ଦେଇଛନ୍ତି ଏବଂ ସେ ନିଜ ସ୍ୱର ପାଇଁ କେବଳ ଦେଶରେ ନୁହେଁ ସାରା ବିଶ୍ୱରେ ପ୍ରସିଦ୍ଧ ।

ABOUT THE AUTHOR

...view details