ହାଇଦ୍ରାବାଦ:ବଲିଉଡ ସୁପରଷ୍ଟାର ରଣବୀର ସିଂ ଗତକାଲି ତାଙ୍କର 38 ତମ ଜନ୍ମଦିନ ପାଳନ କରିଛନ୍ତି । ରଣବୀର ସିଂଙ୍କୁ ଜନ୍ମଦିନରେ ତାଙ୍କ ବନ୍ଧୁ ତଥା ବଲିଉଡ ସେଲିବ୍ରିଟିମାନେ ଶୁଭେଚ୍ଛା ବାର୍ତ୍ତା ପଠାଉଛନ୍ତି । ଏହି କ୍ରମରେ କରଣ ଜୋହର, ଅର୍ଜୁନ କପୁର ଏବଂ ସାରା ଅଲି ଖାନଙ୍କ ସମେତ ଅନେକ ପ୍ରଶଂସକ ତାଙ୍କୁ ଜନ୍ମଦିନର ଅଭିନନ୍ଦନ ଜଣାଇଛନ୍ତି । ଏଥି ସହିତ କରଣ ଏବଂ ଅର୍ଜୁନ ରଣବୀର ସିଂଙ୍କୁ ଏକ ଖାସ୍ ଅନ୍ଦାଜରେ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି ।
ରଣବୀର ସିଂଙ୍କୁ ଜନ୍ମଦିନରେ ଅଭିନନ୍ଦନ ଜଣାଇ ଅର୍ଜୁନ କପୁର ଲେଖିଛନ୍ତି, 'ବଡ ପରଦାର ଜଣେ ବଡ ଭିଲେନଙ୍କୁ ଜନ୍ମଦିନର ଶୁଭେଚ୍ଛା, ଜଣେ ଭିଲେନକୁ ଅନ୍ୟ ଭିଲେନର ନମସ୍କାର.. ହାପି ବାର୍ଥ ଡେ' ବାବା ରଣବୀର ସିଂ । ଅର୍ଜୁନ ଏକ ଫଟୋ ସେୟାର କରିଛନ୍ତି, ଯେଉଁଥିରେ ରଣବୀର ସିଂ ଏବଂ ଅର୍ଜୁନଙ୍କ ଅଧା ଚେହେରା ଦୃଶ୍ୟମାନ ହେଉଛି । ରଣବୀରଙ୍କ ଏହି ଲୁକ୍ ଫିଲ୍ମ 'ପଦ୍ମାବତ'ର ହୋଇଥିବାବେଳେ ଅର୍ଜୁନଙ୍କ ଲୁକ୍ ଏକ ଭିଲେନ୍ ରିଟର୍ନର ।
ରଣବୀର ସିଂଙ୍କ ଫିଲ୍ମ 'ସିମ୍ବା'ର ସହ-ଅଭିନେତ୍ରୀ ସାରା ଅଲି ଖାନ ମଧ୍ୟ ନିଜ ଇନଷ୍ଟାଗ୍ରାମରେ ଫଟୋ ସେୟାର କରି ରଣବୀର ସିଂଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି । ସାର ଅଲି ଖାନ ଲେଖିଛନ୍ତି, 'ଜନ୍ମଦିନର ଶୁଭେଚ୍ଛା ମୋ ଷ୍ଟାଇଲ୍ ଆଇକନ୍' ଏବଂ ବଲିଉଡ କିଙ୍ଗ '।