ଓଡିଶା

odisha

ନୟନତାରାଙ୍କ ଫ୍ୟାନ୍ ହେଲେ ଅର୍ଜୁନ କପୁର, କହିଲେ- ଏବେ ଆମେ ତୁମକୁ କୁଆଡେ ଯିବାକୁ ଦେବୁନି

By ETV Bharat Odisha Team

Published : Sep 12, 2023, 7:19 AM IST

ଏବେ ସମସ୍ତଙ୍କ ମୁହଁରେ ଗୋଟିଏ ନାମ ‘ଜବାନ’ । ସେଲିବ୍ରିଟିଠୁ ପ୍ରଶଂସକ ସମସ୍ତେ ଶାହରୁଖ ଏବଂ ନୟନତାରାଙ୍କ ଅଭିନୟକୁ ଭୁରି ଭୁରି ପ୍ରଶଂସା କରୁଛନ୍ତି । ବର୍ତ୍ତମାନ ଅର୍ଜୁନ କପୁର ମଧ୍ୟ ଫିଲ୍ମ ଦେଖିବା ପରେ ନିଜର ସମୀକ୍ଷା ଦେଇଛନ୍ତି । ଅଧିକ ପଢ଼ନ୍ତୁ

ନୟନତାରା ଏବଂ ଅର୍ଜୁନ କପୁର
ନୟନତାରା ଏବଂ ଅର୍ଜୁନ କପୁର

ହାଇଦ୍ରାବାଦ: ନିକଟରେ ବଲିଉଡର କିଙ୍ଗ୍‌ ଖାନ୍‌ ଶାହାରୁଖଙ୍କ ଫିଲ୍ମ ଜବାନ୍ ରିଲିଜ୍ ହୋଇଛି, ସମସ୍ତେ ଏହାକୁ ବହୁତ ପସନ୍ଦ କରୁଛନ୍ତି । ପ୍ରଖ୍ୟାତ ତାମିଲ ଚଳଚ୍ଚିତ୍ର ନିର୍ମାତା ଅଟଲିଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମ ସେପ୍ଟେମ୍ବର 7 ଗୁରୁବାର ଦିନ ବିଶ୍ବର ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଛି । ଜବାନ୍ ବକ୍ସ ଅଫିସରେ ଏକ ଜବରଦସ୍ତ ଓପନିଂ କଲେକ୍ସନ କରିଛି ଏବଂ ପ୍ରଥମରୁ ହିଁ ବ୍ଲକବଷ୍ଟରର ଟ୍ୟାଗ୍ ହାସଲ କରିସାରିଛି । ଏହି ସମୟରେ ଅର୍ଜୁନ କପୁର ଜବାନ ଦେଖିସାରିବା ପରେ ଶାହାରୁଖ ଖାନଙ୍କ ସହ ନୟନତାରାଙ୍କର ମଧ୍ୟ ଖୁବ୍‌ ପ୍ରଶଂସା କରିଛନ୍ତି ।

ନୟନତାରାଙ୍କ ଫ୍ୟାନ୍ ହେଲେ ଅର୍ଜୁନ କପୁର

ନିକଟରେ ବଲିଉଡ ଅଭିନେତା ଅର୍ଜୁନ କପୁର ଶାହାରୁଖ ଖାନ ଏବଂ ନୟନତାରାଙ୍କ ଅଭିନୀତ ଚଳଚ୍ଚିତ୍ର 'ଜବାନ' ଦେଖିଥିଲେ, ଯାହା ପରେ ଅର୍ଜୁନ କପୁର ଶାହାରୁଖ ଏବଂ ନୟନତାରାଙ୍କର ବହୁତ ପ୍ରଶଂସା କରିଥିଲେ । ଅଭିନେତା ତାଙ୍କ ଇନ୍‌ଷ୍ଟାଗ୍ରାମ ଷ୍ଟୋରୀରେ ଏକ ପୋଷ୍ଟ ସେୟାର କରିଛନ୍ତି । ଇନ୍‌ଷ୍ଟା ଷ୍ଟୋରୀରେ ଜବାନର ଭିଡିଓ ସେୟାର କରିବାବେଳେ ସେ କ୍ୟାପସନରେ ଲେଖିଥିଲେ, 'ଶାହାରୁଖ ଖାନ କେବଳ ଜଣେ କିଙ୍ଗ୍‌ । ଉଫ୍‌ ବହୁତ ବଢିଆ । ନୟନତାରା ଆମ ତରଫରୁ ତୁମକୁ ସ୍ୱାଗତ । ବର୍ତ୍ତମାନ ଆମେ ତୁମକୁ କୁଆଡେ ଯିବାକୁ ଦେବୁ ନାହିଁ ।' ଏହା ସହିତ ଅର୍ଜୁନ ନିର୍ଦ୍ଦେଶକ ଅଟଲିଙ୍କୁ ମଧ୍ୟ ପ୍ରଶଂସା କରିଛନ୍ତି । ସେ ଲେଖିଛନ୍ତି- 'ଅଟଲି ସାର୍ ୱା' । ଅଟଲି ମଧ୍ୟ ଇନ୍‌ଷ୍ଟା ଷ୍ଟୋରୀରେ ଅର୍ଜୁନଙ୍କ ପୋଷ୍ଟ ମଧ୍ୟ ସେୟାର କରିଛନ୍ତି ।

ଏହା ମଧ୍ୟ ପଢନ୍ତୁ: Jawan: ଜନ୍ମାଷ୍ଟମୀରେ କାହିଁକି ରିଲିଜ ହେଲା ଜବାନ, ଜାଣନ୍ତୁ କାରଣ

ଉଲ୍ଲେଖନୀୟ ଯେ, ଏହା ପୂର୍ବରୁ ମଲାଇକା ଅରୋରା ତାଙ୍କ ସୋସିଆଲ ମିଡିଆ ହ୍ୟାଣ୍ଡେଲରେ ଇନ୍‌ଷ୍ଟାଗ୍ରାମରେ 'ଜବାନ'କୁ ପ୍ରଶଂସା କରି ଏକ ଷ୍ଟୋରୀ ସେୟାର କରିଥିଲେ । ଏହି ଷ୍ଟୋରୀକୁ ଦେଖିଲେ ଜଣା ପଡିଛି ଯେ ମଲାଇକା ଥିଏଟରରେ ଏହି ଫିଲ୍ମ ଦେଖିଛନ୍ତି । ଅଭିନେତ୍ରୀ ଫିଲ୍ମରୁ ଶାହରୁଖଙ୍କ ଫଟୋ ଉଠାଇଛନ୍ତି ଏବଂ ତାଙ୍କୁ ପ୍ରଶଂସା କରିବାବେଳେ ଏହା ଉପରେ ହ୍ୟାସ୍‌ଟ୍ୟାଗ୍‌ ଜବାନ ଶାହରୁଖ ଲେଖିଛନ୍ତି, 'ଏହା ସହିତ ଲେଖିଛନ୍ତି ତୁମ ପରି କେହି ନାହାଁନ୍ତି, କେବଳ ତୁମେ ହିଁ ଜଣେ କିଙ୍ଗ୍‌ ।'

ଅଟଲିଙ୍କ ନିର୍ଦ୍ଦେଶିତ ଶାହାରୁଖ ଖାନଙ୍କ ଜବାନ ସେପ୍ଟେମ୍ବର 7ରେ ମୁକ୍ତିଲାଭ କରିଛି । ତେବେ ଏହା ହେଉଛି ଶାହରୁଖ ଖାନଙ୍କ ଚଳିତ ବର୍ଷର ଦ୍ୱିତୀୟ ଚଳଚ୍ଚିତ୍ର, ଯାହା ପ୍ରଥମ ଦିନରୁ ଲୋକଙ୍କ ମନ ଜିତୁଛି । ଏହି ଚଳଚ୍ଚିତ୍ରରେ ଶାହାରୁଖଙ୍କ ସହ ଦକ୍ଷିଣ ଅଭିନେତ୍ରୀ ନୟନତାରା ଏବଂ ବିଜୟ ସେତୁପଥି ଅଭିନୟ କରିଛନ୍ତି । ଏହା ବ୍ୟତୀତ ସାନ୍ୟା ମାଲହୋତ୍ରା, ସୁନୀଲ ଗ୍ରୋଭର ଏବଂ ଦୀପିକା ପାଦୁକୋନଙ୍କ କ୍ୟାମୋ ମଧ୍ୟ ଦେଖିବାକୁ ମିଳୁଛି ।

ABOUT THE AUTHOR

...view details