ହାଇଦ୍ରାବାଦ: ନିଜର ସୁମଧୁର କଣ୍ଠରେ ଗତ ଏକ ଦଶନ୍ଧି ଧରି କୋଟି କୋଟି ପ୍ରଶଂସକଙ୍କ ହୃଦୟରେ ରାଜ କରୁଥିବା ଅରିଜିତ ସିଂହଙ୍କର ଆଜି 35ତମ ଜନ୍ମଦିନ । ନିଜ ସ୍ୱର ସହିତ ଅରିଜିତ ସିଂହ ଲକ୍ଷ ଲକ୍ଷ ଲୋକଙ୍କ ହୃଦୟ ଜିତି ସାରିଛନ୍ତି ଏବଂ ସମସ୍ତେ ତାଙ୍କୁ ବହୁତ ପସନ୍ଦ କରନ୍ତି । ଏତେ ବଡ ଷ୍ଟାରଡମ ଏବଂ ଲୋକପ୍ରିୟ ହୋଇଥିଲେ ମଧ୍ୟ ଅରିଜିତଙ୍କ ମନରେ ତିଳେ ହେଲେ ଗର୍ବ କି ଅହଙ୍କାର ମନୋଭାବ ନାହିଁ । ଅତି ସାଧାରଣ ଜୀବନଯାପନ ଅତିବାହିତ କରୁଥିବା ବ୍ୟକ୍ତି ହେଉଛନ୍ତି ଅରିଜିତ ସିଂହ ।
ଅରିଜିତ ସିଂହଙ୍କ ମାଆ ମଧ୍ୟ ଜଣେ ଗାୟିକା ଥିଲେ ଏବଂ ମାମୁଁ ଜଣେ ତାବଲା ବାଦକ ଥିଲେ । ଏହା ସହିତ ତାଙ୍କ ଆଈ ମଧ୍ୟ ଭାରତୀୟ ସାଂସ୍କୃତିକ ସଙ୍ଗୀତ ପ୍ରତି ରୁଚି ରଖିଥିଲେ । ଏଭଳି ଆଧାରରେ ଅରିଜିତ୍ ନିଷ୍ପତ୍ତି ନେଇଥିଲେ ଯେ, ସେ ସଙ୍ଗୀତରେ କ୍ୟାରିୟର କରିବେ ଏବଂ ଏହା ପରେ ସେ ସଙ୍ଗୀତ ଜଗତରେ ଏକ ବଡ ନାମ ନାଁ ଅର୍ଜନ କରିଥିଲେ । ତେବେ ଫିଲ୍ମ ଇଣ୍ଡଷ୍ଟ୍ରିରେ ସ୍ଥାନ ପାଇବା ଅରିଜିତ ସିଂଙ୍କ ପାଇଁ ଏତେ ସହଜ ନଥିଲା। ଉଲ୍ଲେଖନୀୟ ଯେ, ପ୍ରାରମ୍ଭରେ, 'ସାୱରିୟା' ଚଳଚ୍ଚିତ୍ର ପାଇଁ ଗାଇଥିବା ଗୀତକୁ ଏହି ଚଳଚ୍ଚିତ୍ରରୁ ବାହାର କରିଦିଆଯାଇଥିଲା ଏବଂ ରେକର୍ଡ କରିଥିବା ତାଙ୍କର ପ୍ରଥମ ଆଲବମ୍ କେବେ ବି ରିଲିଜ୍ ହୋଇନଥିଲା । ଏମିତି କି, ସିଙ୍ଗିଙ୍ଗ୍ ରିଆଲିଟି ସୋ ଫେମ୍ ଗୁରୁକୁଲରୁ ମଧ୍ୟ ଅରିଜିତଙ୍କୁ ବାହାର କରିଦିଆଯାଇଥିଲା ।