ଓଡିଶା

odisha

By ETV Bharat Odisha Team

Published : Oct 4, 2023, 10:39 AM IST

ETV Bharat / entertainment

ଅର୍ଚ୍ଚନା ଗୌତମଙ୍କୁ କଂଗ୍ରେସ ଜୁନ୍ ମାସରେ ହିଁ ଦେଖାଇଥିଲା ଦଳରୁ ବାହାରିବା ବାଟ, ପାର୍ଟି ନେତାଙ୍କ ବଡ଼ ଖୁଲାସା

ମଡେଲ ତଥା ପୂର୍ବତନ ବିଗ୍ ବସ୍ 16 ପ୍ରତିଯୋଗୀ ଅର୍ଚ୍ଚନା ଗୌତମଙ୍କୁ ଅନିର୍ଦ୍ଦିଷ୍ଟ କାଳ ପାଇଁ କଂଗ୍ରେସ ଦଳରୁ ବହିଷ୍କାର କରିଛି । ଚଳିତ ବର୍ଷ ଜୁନ୍ ମାସରେ ଗୌତମଙ୍କୁ ବହିଷ୍କାର କରାଯାଇଥିଲା । ଅଧିକ ପଢ଼ନ୍ତୁ

ଅର୍ଚ୍ଚନା ଗୌତମ
ଅର୍ଚ୍ଚନା ଗୌତମ

ହାଇଦ୍ରାବାଦ: 'ବିଗ୍ ବସ୍ 16' ଫେମ୍‌ ଅର୍ଚ୍ଚନା ଗୌତମଙ୍କୁ କିଏ ବା ନଜାଣେ । ଗତ କିଛି ଦିନ ହେବ ଅର୍ଚ୍ଚନା ଗୌତମ ଏକ ଭାଇରାଲ୍ ଭିଡିଓ ପାଇଁ ଚର୍ଚ୍ଚାରେ ଅଛନ୍ତି । ଦିଲ୍ଲୀର କଂଗ୍ରେସ କାର୍ଯ୍ୟାଳୟ ବାହାରେ ଅର୍ଚ୍ଚନା ଏବଂ ତାଙ୍କ ପିତାଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା, ଯେଉଁଥିରେ ତାଙ୍କ ପିତାଙ୍କ ସହ ଅସଦାଚରଣର ଦୃଶ୍ୟ ଦେଖିବାକୁ ମିଳିଥିଲା । ଆହୁରି ମଧ୍ୟ, ଅର୍ଚ୍ଚନା ଗୌତମଙ୍କ ସହ ଅସଦାଚରଣର ବି ଦୃଶ୍ୟ ଦେଖିବାକୁ ମିଳିଥିଲା ​​। ଏହାପରେ ଅର୍ଚ୍ଚନା ଏକ ସାମ୍ବାଦିକ ସମ୍ମିଳନୀରେ ଏହି ପ୍ରସଙ୍ଗରେ ଖୋଲାଖୋଲି ଭାବେ କହିଥିଲେ । ନିକଟରେ କଂଗ୍ରେସ ପାର୍ଟିରୁ ଅର୍ଚ୍ଚନା ଗୌତମଙ୍କୁ ବହିଷ୍କାର ଚିଠି ଇଣ୍ଟରନେଟରେ ଭାଇରାଲ ହେବା ପରେ ଲୋକମାନେ ଏହା ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ତେବେ ଏହି ବହିଷ୍କାର ଚିଠି ସଠିକ୍ ବୋଲି ବର୍ତ୍ତମାନ ନିଶ୍ଚିତ କରାଯାଇଛି । କଂଗ୍ରେସ ଅର୍ଚ୍ଚନାଙ୍କୁ ଦଳରୁ ବାହାରିବା ବାଟ ଦେଖାଇଛି ।

ହସ୍ତିନାପୁରରୁ କଂଗ୍ରେସ ବିଧାନସଭା ପ୍ରାର୍ଥୀ ଅର୍ଚ୍ଚନା ଗୌତମଙ୍କୁ ଦଳରୁ ବହିଷ୍କାର କରାଯାଇଛି। ଅସଦାଚରଣ ଏବଂ ବିଶୃଙ୍ଖଳା କାରଣରୁ ମଡେଲ ତଥା ପୂର୍ବତନ 'ବିଗ୍ ବସ୍ 16' ପ୍ରତିଯୋଗୀ ଅର୍ଚ୍ଚନା ଗୌତମଙ୍କୁ କଂଗ୍ରେସରୁ ବହିଷ୍କାର କରାଯାଇଛି ବୋଲି ଦଳର ଏକ ଚିଠିରୁ ଜଣାପଡିଛି। ସୂଚନାନୁସାରେ, ଗୌତମଙ୍କୁ ଚଳିତ ବର୍ଷ ଜୁନ୍ ମାସରେ ବହିଷ୍କାର କରାଯାଇଥିଲା, କିନ୍ତୁ କଂଗ୍ରେସ ତାଙ୍କୁ ଦେଇଥିବା ଚିଠି ନିକଟରେ ଭାଇରାଲ ହୋଇଥିଲା।

ରିଅଲିଟି ସୋ’ ପ୍ରତିଯୋଗୀ, ଅର୍ଚ୍ଚନା ଗୌତମ 'ମିସ୍ ବିକିନି ଇଣ୍ଡିଆ 2018' ଆଖ୍ୟା ଅର୍ଜନ କରିଥିଲେ ଏବଂ 'ମିସ୍ କସ୍ମୋସ୍ ୱାର୍ଲ୍ଡ 2018' ରେ ଭାରତର ପ୍ରତିନିଧିତ୍ୱ କରିଥିଲେ। ଗୌତମ 2022 ଉତ୍ତରପ୍ରଦେଶ ନିର୍ବାଚନରେ ​​ମେରଟର ହାସ୍ତିନାପୁର ନିର୍ବାଚନମଣ୍ଡଳୀରୁ କଂଗ୍ରେସ ଟିକେଟରେ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ, କିନ୍ତୁ ତାଙ୍କୁ ମାତ୍ର 1,519 ଭୋଟ୍ ମିଳିଥିଲା । କଂଗ୍ରେସର ଉତ୍ତରପ୍ରଦେଶ ମୁଖପାତ୍ର ଅନୁଷ୍କା ଅଷ୍ଟିଙ୍କ ଦ୍ୱାରା ଅର୍ଚ୍ଚନାଙ୍କ ବହିଷ୍କାର ନିଶ୍ଚିତ ହୋଇଛି। ସେ କହିଛନ୍ତି ଯେ ମେରଟର କଂଗ୍ରେସ ୟୁନିଟରୁ ଆସିଥିବା ଅଭିଯୋଗ ଆଧାରରେ ଦଳ ଏହି ନିଷ୍ପତ୍ତି ନେଇଛି ।

ଏହା ମଧ୍ୟ ପଢନ୍ତୁ: UP Election Result 2022: ହସ୍ତିନାପୁର ହାତେଇବେ କି ବିକିନି ଗର୍ଲ ?

ଜଣେ କଂଗ୍ରେସ ନେତା ଗଣମାଧ୍ୟମକୁ କହିଛନ୍ତି, "ତାଙ୍କର କୌଣସି ରାଜନୈତିକ ପୃଷ୍ଠଭୂମି ନଥିଲା, ତଥାପି ଦଳ ତାଙ୍କୁ ବିଶ୍ୱାସ କରୁଥିଲେ, ତାଙ୍କୁ ସମ୍ମାନ କରୁଥିଲେ ଏବଂ ତାଙ୍କୁ ହସ୍ତିନାପୁର ନିର୍ବାଚନମଣ୍ଡଳୀରୁ ସ୍ଥାନ ଦେଇଥିଲେ । ମିରଟ ୟୁନିଟରେ ଦଳୀୟ କର୍ମୀଙ୍କ ଦ୍ୱାରା ଦୁର୍ବ୍ୟବାହର ଅଭିଯୋଗ ଆସିଥିଲା, ଯେଉଁମାନେ ତାଙ୍କ ସାଙ୍ଗରେ ଠିଆ ହୋଇଥିଲେ ଏବଂ 2022 ବିଧାନସଭା ନିର୍ବାଚନରେ ​​ତାଙ୍କୁ ସମର୍ଥନ କରିଥିଲେ । ତେଣୁ ଦଳର ଶୃଙ୍ଖଳା କମିଟି ଅର୍ଚ୍ଚନା ଗୌତମଙ୍କୁ ଦଳରୁ ବହିଷ୍କାର କରିବାକୁ ନିଷ୍ପତ୍ତି ନେଇଛି ।"

କଂଗ୍ରେସ ଚିଠିରେ ଦର୍ଶାଯାଇଛି ଯେ, ଅର୍ଚ୍ଚନା ଗୌତମଙ୍କୁ 6 ବର୍ଷ ପାଇଁ ବହିଷ୍କାର କରାଯାଇଛି । କଂଗ୍ରେସ ନେତା କହିଛନ୍ତି ଯେ, ଅର୍ଚ୍ଚନା ଗୌତମଙ୍କୁ ବହିଷ୍କାର କରିବା ପୂର୍ବରୁ ଏକ କାରଣ ଦର୍ଶାଅ ନୋଟିସ୍ ଜାରି କରାଯାଇଥିଲା ଏବଂ ଏହାର ଜବାବ ଦେବାକୁ ଏକ ସପ୍ତାହ ସମୟ ଦିଆଯାଇଥିଲା । ନୋଟିସରେ କୁହାଯାଇଥିଲା ଯେ, ମିରଟ ୟୁନିଟର ପାର୍ଟି କର୍ମଚାରୀଙ୍କଠାରୁ ତାଙ୍କ ବିରୋଧରେ ଲିଖିତ ଅଭିଯୋଗ ଆସିଛି ଯେ ପାର୍ଟି ପାଣ୍ଠି ଥାଇ ମଧ୍ୟ ସେ ଅନେକ ଗାଡି ମାଲିକଙ୍କ ଦେୟ ଦେଇ ନାହାଁନ୍ତି, ଯାହାକୁ ସେ ପ୍ରଚାର ପାଇଁ କାମରେ ରଖିଥିଲେ ।

ABOUT THE AUTHOR

...view details