ଓଡିଶା

odisha

By

Published : Oct 6, 2022, 10:29 PM IST

ETV Bharat / entertainment

Adipurush Controversy: ସିନ୍‌ ହଟାଇବା ଲାଗି ନିର୍ଦ୍ଦେଶକଙ୍କୁ ନୋଟିସ

ବିବାଦରେ ପ୍ରଭାସ ଓ କ୍ରୀତି ସାନନ ଅଭିନୀତ ଆଦିପୁରୁଷ ଫିଲ୍ମ । ସିନ୍‌ରେ ହିନ୍ଦୁ ଦେବାଦେବୀଙ୍କ ରୂପକୁ କଦର୍ଥ କରାଯାଇଥିବା ଅଭିଯୋଗ ପରେ ସିନ୍‌ ହଟାଇବା ଲାଗି ନିର୍ଦ୍ଦେଶକୁ ନୋଟିସ ଜାରି କଲା ସର୍ବ ବ୍ରାହ୍ମଣ ମହାସଭା । ଅଧିକ ପଢନ୍ତୁ

Adipurush Controversy: ସିନ୍‌ ହଟାଇବା ଲାଗି ନିର୍ଦ୍ଦେଶକଙ୍କୁ ନୋଟିସ ଜାରି
Adipurush Controversy: ସିନ୍‌ ହଟାଇବା ଲାଗି ନିର୍ଦ୍ଦେଶକଙ୍କୁ ନୋଟିସ ଜାରି

ହାଇଦ୍ରାବାଦ: ବିବାଦରେ ଛନ୍ଦି ହୋଇପଡ଼ିଛି ସୁପରଷ୍ଟାର ପ୍ରଭାସ ଓ ବଲିଉଡ଼ ଅଭିନେତ୍ରୀ କ୍ରୀତି ସାନନଙ୍କ ଆଗାମୀ ଚଳଚ୍ଚିତ୍ର 'ଆଦିପୁରୁଷ'(Adipurush) । ଫିଲ୍ମରେ ରହିଥିବା କିଛି ବିବାଦୀୟ ସିନ୍‌କୁ ହଟାଇବା ଲାଗି ନିର୍ଦ୍ଦେଶକଙ୍କୁ ଗୁରୁବାର ଲିଗାଲ୍‌ ନୋଟିସ ଜାରି କରିଛି ସର୍ବ ବ୍ରାହ୍ମଣ ମହାସଭା (Sarva Brahmin Mahasabha) । ୭ଦିନ ମଧ୍ୟରେ ଫିଲ୍ମରୁ ଉକ୍ତ ସିନ୍‌ ହଟାଅ ନଚେତ ଆଇନଗତ କାର୍ଯ୍ୟାନୁଷ୍ଠାନର ସମ୍ମୁଖୀନ ହେବା ଲାଗି ପ୍ରସ୍ତୁତ ରହିବାକୁ ଏହି ନୋଟିସ ମାଧ୍ୟମରେ କୁହାଯାଇଛି ।

ଆଇନଜୀବୀ କମଳେଶ ଶର୍ମା ସର୍ବ ବ୍ରାହ୍ମଣ ମହାସଭାର ଜାତୀୟ ସଭାପତି ସୁରେଶ ମିଶ୍ରଙ୍କ ପକ୍ଷରୁ ଏହି ନୋଟିସ ଜାରି କରିଛନ୍ତି । ଏହି ଫିଲ୍ମରେ ହିନ୍ଦୁ ଦେବାଦେବୀଙ୍କୁ ଭୁଲ ଢଙ୍ଗରେ ଦର୍ଶାଯାଇଛି । ଏଥିରେ ହିନ୍ଦୁ ଦେବାଦେବୀଙ୍କ ରୂପରେଖଠୁ ଆରମ୍ଭ କରି ଆଭୂଷଣ ମଧ୍ୟ ସଠିକ ନାହିଁ । ହିନ୍ଦୁ ଦେବାଦେବୀ ଚମଡ଼ା ଜାତୀୟ ପୋଷାକ ପିନ୍ଧିଥିବା ବେଳେ ଏକ ଭିନ୍ନ ଢଙ୍ଗରେ ଶବ୍ଦର ଉଚ୍ଚାରଣ କରିଛନ୍ତି । ଏଥିରେ ନିମ୍ନମାନର ଭାଷାର ପ୍ରୟୋଗ ହୋଇଛି ଯାହାକି ଧାର୍ମିକ ଭାବନାକୁ ଆଘାତ କରିଛି । ଫିଲ୍ମରେ ଥିବା ସଂଳାପ ବା ଡାଏଲଗ ମଧ୍ୟ ଧର୍ମ ଓ ଜାତି ବିରୋଧରେ ରହିଛି । ରାମାୟଣ ଆମ ଇତିହାସ ଓ ଆମ ଆତ୍ମାରେ ରହିଛି । ଏଥିରେ ଭଗବାନ ହନୁମାନ ମଧ୍ୟ ମୋଗଲ ପରି ଦେଖାଦେଉଥିବା ଉକ୍ତ ନୋଟିସରେ ଉଲ୍ଲେଖ ରହିଛି ।

ଏହା ବି ପଢନ୍ତୁ- Adipurush Movie: ଖରାପ VFX ନେଇ ସଫେଇ ଦେଲା ଅଜୟ ଦେବଗନଙ୍କ କମ୍ପାନୀ

ଏହି ଫିଲ୍ମରେ ପ୍ରଭୁ ହନୁମାନଙ୍କୁ ବିନା ନିଶ ଓ ଦାଢିରେ ଦେଖିବାକୁ ମିଳିଛି । ଏହି ରାମାୟଣକୁ ଇସଲାମିୟ ଢଙ୍ଗରେ ଦର୍ଶାଯାଇଛି । ଏହି ଫିଲ୍ମରେ ରାବଣ ଭୂମିକାରେ ଅଭିନୟ କରିଥିବା ଅଭିନେତା ସୈଫ ଅଲ୍ଲୀ ଖାନ ମୁସଲିମ ଧର୍ମାବଲମ୍ବୀ ତୈମୁର ଓ ଖିଲଜିଙ୍କ ପରି ଦେଖାଯାଉଥିବା କୁହାଯାଇଛି । ଫଳରେ ଏହା ଧାର୍ମିକ ଭାବନାକୁ ଆଘାତ ପହଞ୍ଚାଇଥିବା ଅଭିଯୋଗ ହେଉଛି । ଆଦିପୁରୁଷ ଫିଲ୍ମରେ ଅଭିନେତାଙ୍କ ଲୁକ୍‌ର ଫଟୋ ସୋସିଆଲ ମିଡ଼ିଆରେ ଘୁରି ବୁଲୁଥିବା ବେଳେ ଏହା ସମାଜରେ ଏକ ଖରାପ ପ୍ରଭାବ ପକାଉଥିବା ହୋଇଛି ଅଭିଯୋଗ ।

ଏହା ବି ପଢନ୍ତୁ-Adipurush ରଚିବ ଇତିହାସ: 15ଟି ଭାଷା ଓ 20 ହଜାର ସ୍କ୍ରିନରେ ରିଲିଜ୍ ହେବ ପ୍ରଭାସଙ୍କ ଫିଲ୍ମ

ଏହି ନୋଟିସରେ ଲେଖାଯାଇଛି, "ଆପଣ ଯେଉଁ ଫିଲ୍ମ ତିଆରି କରିଛନ୍ତି ଏହା ଦେଶରେ ଥିବା କୋଟି କୋଟି ହିନ୍ଦୁଙ୍କ ଧାର୍ମିକ ଭାବନାକୁ ଆଘାତ ଦେଇଛି । ଲୋକଙ୍କ ଭାବନା ସହିତ ନ ଖେଳିବାକୁ ଆମେ ଆପଣଙ୍କୁ ଅନୁରୋଧ କରୁଛୁ । ଏଥିଲାଗି ସର୍ବସମ୍ମୁଖରେ ଦେଶବାସୀଙ୍କୁ କ୍ଷମା ପ୍ରାର୍ଥନା କରିବା ସହ ଫିଲ୍ମରୁ ଉକ୍ତ ସିନ୍‌କୁ ହଟାଇ ଦିଅନ୍ତୁ । ନଚେତ ଆଇନଗତ କାର୍ଯ୍ୟାନୁଷ୍ଠାନ ପାଇଁ ପ୍ରସ୍ତୁତ ରୁହନ୍ତୁ ।" ଏପରି ନୋଟିସରେ ଉଲ୍ଲେଖ ରହିଛି ।

ABOUT THE AUTHOR

...view details