ହାଇଦ୍ରାବାଦ: ବଲିଉଡ ଅଭିନେତ୍ରୀ ଅନୁଷ୍କା ଶର୍ମା ଚଳିତ ବର୍ଷ କାନ୍ସ ଡେବ୍ୟୁ କରିବାକୁ ଯାଉଛନ୍ତି । କାନ୍ସ ଫିଲ୍ମ ଫେଷ୍ଟିଭାଲ ମେ' 16ରୁ ଆରମ୍ଭ ହୋଇଥିଲା ଏବଂ ସେହି ଦିନଠାରୁ ଅଭିନେତ୍ରୀଙ୍କ ପ୍ରଶଂସକମାନେ ତାଙ୍କ ରେଡ୍ କାର୍ପେଟ୍ ଲୁକ୍ ଦେଖିବା ପାଇଁ ଅପେକ୍ଷା କରି ରହିଛନ୍ତି । ଏହାରି ମଧ୍ୟରେ ବର୍ତ୍ତମାନ ଅନୁଷ୍କାଙ୍କୁ ମୁମ୍ବାଇ ବିମାନବନ୍ଦରରେ ନଜର ଆସିଛନ୍ତି । ଅଭିନେତ୍ରୀ କାନ୍ସ ପାଇଁ ଫ୍ରାନ୍ସ ଫ୍ରେଞ୍ଚ୍ ରିଭିରାକୁ ଯାଉଥିବା ଜଣା ପଡିଛି ।
ଅନୁଷ୍କା ଶର୍ମା ଚଳିତ ବର୍ଷ 76ତମ କାନ୍ସ ଫିଲ୍ମ ଫେଷ୍ଟିଭାଲରେ ରେଡ କାର୍ପେଟରେ ଡେବ୍ୟୁ କରିବେ । ଅନୁଷ୍କା କାନ୍ସରେ ଆୱାର୍ଡ ହୋଷ୍ଟ୍ ଭାବେ ନଜର ଆସିବେ । ଏନେଇ ମୁମ୍ବାଇ ବିମାନ ବନ୍ଦରରେ ଅନୁଷ୍କା ସ୍ପଟ୍ ହେବା ପରେ ପାପାରାଜିଙ୍କୁ ପୋଜ୍ ଦେଇଥିଲେ । ଏହି ସମୟର ଅନୁଷ୍କାଙ୍କ ଅନେକ ଫଟୋ ଏବଂ ଭିଡିଓ ସୋସିଆଲ ମିଡିଆରେ ସେୟାର କରିଛନ୍ତି । ଯାହା ବେଶ ଭାଇରାଲ ହେବାରେ ଲାଗିଛି । ଏହି ସମୟରେ ଅନୁଷ୍କା ଏକ କାଜୁଆଲ୍ ତଥା ଷ୍ଟାଇଲିସ୍ ଆଉଟଫିଟରେ ନଜର ଆସିଛନ୍ତି । କଳା ଟ୍ରାଉଜର ସହ ଧଳା ଟି-ସାର୍ଟ ଏବଂ ବ୍ଲାକ ମାସ୍କ, ଗଗର୍ଲ୍ସ ସହ କ୍ୟାପ୍ରେ ଦେଖିବାକୁ ମିଳିଛି ।
ସୂଚନା ଥାଉ କି, ସେ ବ୍ରାଣ୍ଡ L'Oreal ପ୍ୟାରିସର ପ୍ରତିନିଧିତ୍ୱ କରିବେ । କମ୍ପାନୀ ଲୋରିଆଲ ପ୍ୟାରିସରୁ “ଲାଇଟ୍ସ ଅନ୍ ୱମେନ” ପୁରସ୍କାର ପ୍ରଦାନ କରିବ । ଏହି ପୁରସ୍କାର କାନ୍ସ ସର୍ଟ ଫିଲ୍ମ ଚୟନରୁ ଦକ୍ଷ ମହିଳା ଫିଲ୍ମ ନିର୍ମାତାମାନଙ୍କୁ ସ୍ୱୀକୃତି ପ୍ରଦାନ କରେ । ଫିଲ୍ମ ନିର୍ମାଣରେ ମହିଳାମାନଙ୍କୁ ସମ୍ମାନ ଦେବା ପାଇଁ ଏହା ପ୍ରତିଷ୍ଠା କରାଯାଇଥିଲା । ବ୍ରାଣ୍ଡ ଆମ୍ବାସାଡର କେଟ୍ଙ୍କ ସହ ଅନୁଷ୍କା ମେ' 26ରେ ସିନେମା ଡି'ଡେମେନ୍ ଡିନରରେ 2023 ପାଇଁ ବିଜେତା ଘୋଷଣା କରିବେ ।
ସେପଟେ ଚଳିତବର୍ଷ ଅନୁଷ୍କାଙ୍କ ବ୍ୟତୀତ ବଲିଉଡ ଅଭିନେତ୍ରୀ ଇଶା ଗୁପ୍ତା, ସାରା ଅଲି ଖାନ, ମୃଣାଲ ଠାକୁର, ମାନୁଷୀ ଚିଲାର, ଡଲି ସିଂ ଏବଂ ଆଣ୍ଡ୍ରେୟା କେଭିଚୁସାଙ୍କ ସମେତ ଅନେକ ସେଲିବ୍ରିଟି ନିଜର କାନ୍ସ ଡେବ୍ୟୁ କରିଛନ୍ତି । ଅନୁଷ୍କାଙ୍କ କାନ୍ସ ଲୁକ୍ ଦେଖିବାକୁ ଫ୍ୟାନ୍ସ ଉତ୍ସାହର ଅପେକ୍ଷା କରିଛନ୍ତି ।
ଅନୁଷ୍କାଙ୍କ ୱାର୍କପ୍ରଣ୍ଟ୍ କଥା କହିବାକୁ ଗଲେ, ଅନୁଷ୍କା ପରବର୍ତ୍ତୀ ସମୟରେ ପ୍ରୋସିତ୍ ରୟଙ୍କ ସ୍ପୋର୍ଟସ୍ ବାୟୋପିକ୍ ଚକଦା ଏକ୍ସପ୍ରେସରେ ନଜର ଆସିବେ, ଯେଉଁଥିରେ ସେ କ୍ରିକେଟର ଝଳଣ ଗୋସ୍ୱାମୀଙ୍କ ଭୂମିକାରେ ଅଭିନୟ କରିବେ । ତେବେ ଫିଲ୍ମର ରିଲିଜ୍ ତାରିଖ ଏପର୍ଯ୍ୟନ୍ତ ଘୋଷଣା କରାଯାଇ ନାହିଁ। ଚଳିତ ବର୍ଷ ଶେଷରେ ଏହା OTTରେ ରିଲିଜ ହେବ ବୋଲି ଆଶା କରାଯାଉଛି ।