ମୁମ୍ବାଇ:ଷ୍ଟାର ଦମ୍ପତି ଅନୁଷ୍କା ଶର୍ମା ଓ ବିରାଟ କୋହଲିଙ୍କ ବିବାହକୁ ଆଜି ପୂରିଛି ୫ବର୍ଷ (5 Years of Virushka) । ବିବାହ ବାର୍ଷିକୀ ଅବସରେ ଉଭୟ ସୋସିଆଲ ମିଡ଼ିଆରେ ଫଟୋ ପୋଷ୍ଟ କରି ଏହି ଆନନ୍ଦର ମୁହୂର୍ତ୍ତକୁ ଫ୍ୟାନ୍ସଙ୍କ ସହିତ ସେୟାର କରିଛନ୍ତି । ନିଜର ଆଗାମୀ ଫିଲ୍ମ 'ଚକଦା ଏକ୍ସପ୍ରେସ'ରେ ନଜର ଆସିବାକୁ ଥିବା ଅନୁଷ୍କା ଉଭୟଙ୍କ ଅନସିନ ଫଟୋ ସୋସିଆଲ ମିଡ଼ିଆରେ ସେୟାର କରି ଦାମ୍ପତ୍ୟ ଜୀବନର ଆନନ୍ଦ ମୁହୂର୍ତ୍ତକୁ ସ୍ମରଣ କରିଛନ୍ତି Anushka celebrates 5 years of marital bliss with Virat ) ।
ଏ ନେଇ ସୋସିଆଲ ମିଡିଆରେ ଅନୁଷ୍କା ଏକ ଫଟୋ ପୋଷ୍ଟ କରି ଲେଖିଛନ୍ତି, "ଏହି ଅନସିନ ଫଟୋଗୁଡ଼ିକୁ ପୋଷ୍ଟ କରିବାର ସମୟ ଆଜିଠୁ ଭଲ ଦିନ ଆଉ କୌଣସି ଦିନ ହୋଇନପାରେ ।" ଏହି ପୋଷ୍ଟରେ ସେ ୭ଟି ଫଟୋ ସେୟାର କରିଥିବା ବେଳେ ଉକ୍ତ ଫଟୋକୁ ନେଇ ସେ କଣ ଅନୁଭବ କରୁଛନ୍ତି ତାହାକୁ କ୍ୟାପସନରେ ଲେଖିଛନ୍ତି । ସେପଟେ କ୍ରିକେଟର ସ୍ୱାମୀ ବିରାଟ ମଧ୍ୟ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ବିବାହ ବାର୍ଷିକୀ ଅବସରରେ ଏକ ପୋଷ୍ଟ କରିଛନ୍ତି । ଅନୁଷ୍କାଙ୍କୁ ପତ୍ନୀ ରୂପେ ପାଇ ସେ ଭାଗ୍ୟବାନ ବୋଲି କହିଛନ୍ତି ।