ହାଇଦ୍ରାବାଦ:ବର୍ଷା ଆଇ ଲଭ୍ଡ୍ ୟୁ... । ମୁଁ ତୁମକୁ ହୃଦୟରୁ ବହୁତ ଭଲ ପାଉଥିଲି... । ଏହା ଆମେ କହୁନୁ, କହୁଛି ଅନୁଭବଙ୍କର ଏହି ପୋଷ୍ଟ । ଅଭିନେତା ତଥା ସାଂସଦ ଅନୁଭବ ମହାନ୍ତି ଏବଂ ବର୍ଷା ପ୍ରିୟଦର୍ଶିନୀଙ୍କ ମଧ୍ୟରେ ପାରିବାରିକ ବିବାଦ ଦୀର୍ଘ ଦିନ ଧରି ଚାଲିଥିବାବେଳେ ସୋସିଆଲ ମିଡିଆରେ ଆଜି ଏକ ଭାବପ୍ରବଣ ପୋଷ୍ଟ କରିଥିଲେ ଅନୁଭବ। ଯଦିଓ ଏଥିରେ ଲେଖାଯାଇଥିବା କଥାଟା ସହଜରେ ହଜମ ହେଉନି, କିନ୍ତୁ ଅନୁଭବଙ୍କ ପୋଷ୍ଟକୁ ନେଇ ବହୁତ କିଛି ସ୍ପଷ୍ଟ ହେଉଥିଲା । କିଛି ସମୟ ପୂର୍ବରୁ ଅନୁଭବ ମହାନ୍ତି ସୋସିଆଲ ମିଡିଆରେ ଏକ ଭାବପ୍ରବଣ ପୋଷ୍ଟ କରି ଏହାକୁ ଡିଲିଟ୍ କରିଦେଇଛନ୍ତି ।
ସୋସିଆଲ ମିଡିଆରେ ସେ ପତ୍ନୀ ବର୍ଷାଙ୍କ ପାଇଁ ଦେଇଛନ୍ତି ବନ୍ଧୁତାର ବାର୍ତ୍ତା । ବର୍ଷାଙ୍କ ବିବାହ ପରେ ବିଦାୟ ବେଳର ଫଟୋ ପୋଷ୍ଟ କରିଛନ୍ତି ଅନୁଭବ। ବର୍ଷା ପ୍ରିୟଦର୍ଶିନୀଙ୍କୁ ଟ୍ୟାଗ୍ କରି ଲେଖିଛନ୍ତି, ମୁଁ ତୁମକୁ ହୃଦୟରୁ ଭଲ ପାଉଥିଲି । ତେବେ କୌଣସି କାରଣରୁ ଆମ ବିବାହ ବିଫଳ ହୋଇଛି । ବିବାହ ବିଚ୍ଛେଦ ପରେ କ’ଣ ଆମେ ଭଲ ବନ୍ଧୁ ହୋଇ ରହିପାରିବା ନାହିଁ କି ? ବୋଲି ପ୍ରଶ୍ନ କରିଛନ୍ତି ଅନୁଭବ । ଏହି ବିଚ୍ଛେଦ ଏତେ ତିକ୍ତତା ହେଉ ବୋଲି ମୁଁ ଚାହେଁନି । ଯେହେତୁ ବିଚ୍ଛେଦ ସୁନିଶ୍ଚିତ । ହେଲେ ଏହା ସମ୍ମାନର ସହ ହେଉ ବୋଲି ଅନୁଭବ ଲେଖିଛନ୍ତି । ଏହା ସହ ଅନୁଭବ ବର୍ଷାଙ୍କ ପାଇଁ ପ୍ରଣାମ ଇମୋଜି ପୋଷ୍ଟ କରିଛନ୍ତି । ଏହାସହ ତୁରନ୍ତ ଉତ୍ତର ଦେବାକୁ ମଧ୍ୟ ଲେଖିଛନ୍ତି । ତେବେ ବର୍ତ୍ତମାନ ସୁଦ୍ଧା ଏହି ପ୍ରସଙ୍ଗରେ ବର୍ଷା ପ୍ରିୟଦର୍ଶିନୀଙ୍କ ପ୍ରତିକ୍ରିୟା ମିଳିପାରିନି ।