ଓଡିଶା

odisha

ETV Bharat / entertainment

ରଜରେ ରିଲିଜ ହେବ 'ଲଭ୍ ଇନ୍ ଲଣ୍ଡନ', ଆଜି ହେଲା ମ୍ୟୁଜିକ୍‌ ଲଞ୍ଚ୍‌ - ଲଭ୍ ଇନ୍ ଲଣ୍ଡନ

ସୁପରଷ୍ଟାର ଅନୁଭବ ମହାନ୍ତିଙ୍କ ଆଗାମୀ ଫିଲ୍ମ 'ଲଭ୍ ଇନ୍ ଲଣ୍ଡନ'ର ମ୍ୟୁଜିକ ରିଲିଜ ହୋଇଛି । ୨୦୧୯ ପରେ ଅନୁଭବ କମ୍‌ବ୍ୟାକ୍‌ କରୁଥିବାରୁ ଫ୍ୟାନ୍ସ ଉତ୍ସାହର ସହ ତାଙ୍କ ଫିଲ୍ମ ଦେଖିବାକୁ ଅପେକ୍ଷା କରିଛନ୍ତି । ତେବେ ଏହି ଫିଲ୍ମ ଜୁନ ୧୪ ଅର୍ଥାତ ରଜରେ ରିଲିଜ ହେବ। ଅଧିକ ପଢନ୍ତୁ,

ରଜରେ ରିଲିଜ ହେବ ଅନୁଭବ ମହାନ୍ତିଙ୍କ ଫିଲ୍ମ 'ଲଭ୍ ଇନ୍ ଲଣ୍ଡନ'
ରଜରେ ରିଲିଜ ହେବ ଅନୁଭବ ମହାନ୍ତିଙ୍କ ଫିଲ୍ମ 'ଲଭ୍ ଇନ୍ ଲଣ୍ଡନ'

By

Published : May 15, 2023, 5:13 PM IST

ରଜରେ ରିଲିଜ ହେବ ସୁପରଷ୍ଟାର ଅନୁଭବ ମହାନ୍ତିଙ୍କ ଫିଲ୍ମ 'ଲଭ୍ ଇନ୍ ଲଣ୍ଡନ'

ଭୁବନେଶ୍ବର:ପାରିବାରିକ ବିବାଦକୁ ନେଇ ଚର୍ଚ୍ଚାରେ ରହୁଥିବା ଓଲିଉଡ ସୁପରଷ୍ଟାର ଅନୁଭବ ମହାନ୍ତି ଆଜିକାଲି ଆଗାମୀ ଫିଲ୍ମ 'ଲଭ୍ ଇନ୍ ଲଣ୍ଡନ'କୁ ନେଇ ଶିରୋନାମାରେ ରହିଛନ୍ତି । ପୂର୍ବରୁ ଫିଲ୍ମର ଟ୍ରେଲର ରିଲିଜ ହୋଇଥିବା ବେଳେ ଆଜି ଏହି ଫିଲ୍ମର ଗୀତ ରିଲିଜ ହୋଇଛି । ଭୁବନେଶ୍ବରସ୍ଥିତ ଏକ୍ସପ୍ଲାନେଡ୍ ପରିସରରେ ଆୟୋଜିତ କାର୍ଯ୍ୟକ୍ରମରେ ଫିଲ୍ମର ମ୍ୟୁଜିକ ରିଲିଜ୍‌ ହୋଇଛି। ଏହି ଅବସରରେ ଫିଲ୍ମ ରିଲିଜ ତାରିଖ ବି ଘୋଷଣା ହୋଇଛି । 'ଲଭ୍ ଇନ୍ ଲଣ୍ଡନ' ଆସନ୍ତା ଜୁନ ମାସ ୧୪ ତାରିଖ ଅର୍ଥାତ ରଜ ଅବସରରେ ରିଲିଜ୍ ହେବା ନେଇ ଅନୁଭବଙ୍କ ସହ ପ୍ରଯୋଜନା ସଂସ୍ଥା ତରଫରୁ ସୂଚନା ଦିଆଯାଇଛି । ୨୦୧୯ ପରେ ଅନୁଭବ କମ୍‌ବ୍ୟାକ୍‌ କରୁଥିବାରୁ ଫ୍ୟାନ୍ସ ଉତ୍ସାହର ସହ ତାଙ୍କ ଫିଲ୍ମ ଦେଖିବାକୁ ଅପେକ୍ଷା କରିଛନ୍ତି ।


ତାପସ ସରଘରିଆ ନିର୍ଦ୍ଦେଶିତ 'ଲଭ୍ ଇନ୍ ଲଣ୍ଡନ' ଏକ ହାଇ ବଜେଟ ଫିଲ୍ମ ହୋଇଥିବା ବେଳେ ଫିଲ୍ମଟି ଲଭ, ରୋମାନ୍ସ, ସସ୍‌ପେନ୍ସ ଓ ଆକ୍ସନ ଭରପୁର ରହିଛି । ଯାହା ଦର୍ଶକଙ୍କୁ ବେଶ୍ ଆକୃଷ୍ଟ କରିବ । ଦୀର୍ଘ ଦିନ ପରେ ଅନୁଭବଙ୍କୁ କମବ୍ୟାକ କରୁଥିବା ବେଳେ ଓଡ଼ିଆ ଦର୍ଶକଙ୍କୁ ଏହି ଫିଲ୍ମ ଭରପୁର ମନୋରଞ୍ଜନ ଖୋରାକ୍‌ ଯୋଗାଇବ ବୋଲି ନିର୍ଦ୍ଦେଶକ କହିଛନ୍ତି । ସେପଟେ ପାରିବାରିକ ବିବାଦକୁ ନେଇ ବେଶ୍ ଚର୍ଚ୍ଚାରେ ରହି ଆସିଛନ୍ତି ଅନୁଭବ । ଏହାର ପ୍ରଭାବ ଫିଲ୍ମ ଉପରେ ପଡିବ ନାହିଁ ବୋଲି ନିର୍ଦ୍ଦେଶକ କହିଛନ୍ତି । ଫଳରେ ଅନୁଭବଙ୍କୁ ଫିଲ୍ମରେ ଦେଖିବାକୁ ଲୋକେ ସିନେମାହଲ ମୁହାଁ ହେବେ ବୋଲି ପୁରା ଟିମ୍ ବେଶ୍ ଆଶାବାଦୀ । ଏହି ଫିଲ୍ମରେ ଦମଦାର ଅଭିନୟ ସହ ଅଧିକ ସମସ୍ତ ଗୀତ ଗୁଡ଼ିକ ମଧ୍ୟ ବେଶ୍ ମନଛୁଆଁ ହେବ ବୋଲି କହିଛନ୍ତି ଅଭିନେତ୍ରୀ ସ୍ବପ୍ନା ।

ଫିଲ୍ମଟି ଜେ.ବି. ଫିଲ୍ମ୍ସ ଓ ଆମରା ମ୍ୟୁଜିକ ବ୍ୟାନର୍‌ରେ, ନବୀନ ଭଣ୍ଡାରି ଓ ଜେ.ବର୍ଖା ପ୍ରଯୋଜିତ ଏକ ଭିନ୍ନ ଧରଣର ରୋମାଣ୍ଟିକ ଫିଲ୍ମ, ‘ଲଭ ଇନ୍ ଲଣ୍ଡନ’ରେ ଅଭିନେତ୍ରୀ ସ୍ବପ୍ନା ପ୍ରିୟଦର୍ଶିନୀ ଡେବ୍ୟୁ କରିବାକୁ ଯାଉଛନ୍ତି । ସ୍ବପ୍ନା ଏହି ଫିଲ୍ମରେ ଅନୁଭବ ମହାନ୍ତିଙ୍କ ବିପକ୍ଷରେ ନଜର ଆସିବେ । ଫିଲ୍ମରେ ଅନ୍ୟଜଣେ ନାୟିକା ହେଲେ ସୌମ୍ୟା ସଚ୍ଚଦେବ । ତାପସ ସରଘରିଆ ନିଜେ ଫିଲ୍ମର କାହାଣୀ ଲେଖିଥିବା ବେଳେ ଚିତ୍ରନାଟ୍ୟ ଲେଖିଛନ୍ତି ସୁରେଶ ପଟ୍ଟନାୟକ ଏବଂ ଅନ୍ତର୍ଯ୍ୟାମୀ ସରଘରିଆ ସଂଳାପ ରଚନା କରିଛନ୍ତି । ଗୀତର ସ୍ବର ଦେଇଛନ୍ତି ବୈଦ୍ୟନାଥ ଦାଶ, ଅସଦ ନିଜାମ ଓ ସୋମେଶ ଶତପଥୀ।

ମ୍ୟୁଜିକ ରିଲିଜ ଅବସରରେ ସୁପରଷ୍ଟାର ଅନୁଭବ ମହାନ୍ତି, ହିରୋଇନ ସ୍ବପ୍ନା ପ୍ରିୟଦର୍ଶିନୀ, ନିର୍ଦ୍ଦେଶକ ତାପସ ସରଘରିଆ, ସଙ୍ଗୀତ ନିର୍ଦ୍ଦେଶକ ବୈଦ୍ୟନାଥ ଦାଶ, ପ୍ରଯୋଜକ ତଥା ଅଭିନେତା ପ୍ରଦ୍ୟୁମ୍ନ ଲେଙ୍କା, ପ୍ରଯୋଜକ ତଥା ନିର୍ଦ୍ଦେଶକ ସବ୍ୟସାଚ୍ଚି ମହାପାତ୍ର, ପ୍ରଯୋଜକ ଟୁଟୁ ନାୟକ, 'ଡେଲିଭରି ବୟ'ର ପ୍ରଯୋଜକ ଜ୍ୟୋତି ରଞ୍ଜନ ମହାନ୍ତି, ଉପସ୍ଥିତ ଥିଲେ । ଏଥିପୂର୍ବରୁ ଅନୁଭବ ମହାନ୍ତି ଏବଂ ସ୍ୱପ୍ନା ପ୍ରିୟଦର୍ଶିନୀଙ୍କ ଅଭିନୀତ ଓଡ଼ିଆ ଫିଲ୍ମ ‘ଲଭ୍ ଇନ୍ ଲଣ୍ଡନ’ର ଟ୍ରେଲର ରିଲିଜ୍ ଏବଂ ଫିଲ୍ମରୁ ପ୍ରଥମ ଲୁକ ରିଲିଜ ହୋଇଥିଲା। ଏହି ଫିଲ୍ମର ସୁଟିଂ ଲଣ୍ଡନରେ ଓ ବାରିପଦାରେ ହୋଇଛି । ସେପଟେ ଓଲିଉଡର ଭାଇଜାନ ୨୦୧୯ ପରେ ପୁଣି ଥରେ ଏହି ଫିଲ୍ମ ମାଧ୍ୟମରେ ବଡ଼ ପରଦାକୁ କମ୍‌ବ୍ୟାକ୍ କରୁଥିବାରୁ ଫିଲ୍ମଟି ଓଡ଼ିଶାରେ ଏହି ବର୍ଷର ସବୁଠାରୁ ବଡ଼ ହିଟ୍ ଫିଲ୍ମ ହେବ ବୋଲି ଆଶା କରାଯାଉଛି ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details