ହାଇଦ୍ରାବାଦ:ବଲିଉଡ ଅଭିନେତା ଅଗନ୍ଦ ବେଦୀଙ୍କ ବାପା ତଥା ପୂର୍ବତନ କ୍ରିକେଟର ବିଶନ ସିଂଙ୍କ ଅକ୍ଟୋବର ୨୩ରେ ପରଲୋକ ହୋଇଥିଲା । ତାଙ୍କ ବିୟୋଗରେ ରାଜନେତାଙ୍କ ଠାରୁ ଆରମ୍ଭ କରି ଅନେକ ସେଲିବ୍ରିଟି ଶୋକ ପ୍ରକାଶ କରିଥିଲେ । ଏନେଇ ପୁରା ପରିବାରରେ ଶୋକର ଛାୟା ଖେଳିଯାଇଛି । ଏହାରି ମଧ୍ୟରେ ଅଙ୍ଗଦ ଦୁବାଇରେ ଆୟୋଜିତ ଏକ ୪୦୦ ମିଟର ଦୌଡ଼ ପ୍ରତିଯୋଗିତାରେ ଭାଗ ନେଇ ସ୍ବର୍ଣ୍ଣ ପଦକ ହାସଲ କରିଛନ୍ତି । ସୋସିଆଲ ମିଡିଆରେ ନିଜ ମେଡାଲର ଏକ ଫଟୋ ସେୟାର କରି ନିଜ ସ୍ବର୍ଗତ ବାପାଙ୍କୁ ଏହା ଉତ୍ସର୍ଗ କରିଥିବା କହିଛନ୍ତି ।
ଅଙ୍ଗଦ ଦୁବାଇରେ ଆୟୋଜିତ Open International Masters 2023 Athletics Championshipର ୪୦୦ ମିଟର ଦୌଡ଼ ପ୍ରତିଯୋଗିତାରେ ଭାଗ ନେଇଥିଲେ । ଏବଂ ଗୋଲ୍ଡ ମେଡାଲ ନିଜ ନାଁରେ କରିଛନ୍ତି । ଅଭିନେତା ନିଜ ଇନଷ୍ଟାଗ୍ରାମରେ ନିଜ ସଫଳତା ନେଇ ଫ୍ୟାନ୍ସଙ୍କ ସହ ସେୟାର କରିଛନ୍ତି । ସେ ମେଡାଲର ଏକ ଭିଡିଓ ସେୟାର କରିଛନ୍ତି । ଏବଂ କ୍ୟାପସନରେ ଲେଖିଛନ୍ତି, 'ନା ମନରେ ଇଚ୍ଛା ଥିଲା ନା ସାହାସ । ଏହି ସମୟ ମୋ ପାଇଁ ଭଲ ନାହିଁ । ହେଲେ ଉପରୁ ମୋତେ ଏକ ଶକ୍ତି ଆଗକୁ ବଢିବାକୁ ପ୍ରେରିତ କରୁଥିଲା । ମୁଁ ଏହି ପ୍ରତିଯୋଗିତାରେ ସାମିଲ ହେଲି ଏବଂ ଗୋଲ୍ଡ ମେଡାଲ ଜିତିଲି । ଏହି ମେଡାଲ ମୋ ପାଇଁ ସବୁବେଳେ ଖାସ୍ ହୋଇ ରହିବ । ବାପା ମୋ ସାଥିରେ ସବୁବେଳେ ଥିବାରୁ ହୃଦୟରୁ ଧନ୍ୟବାଦ ଦେଉଛି । ମୁଁ ଆପଣଙ୍କୁ ବହୁତ ମନେ ପକାଉଛି । ଏହି ମେଡାଲ ମୁଁ ଆପଣଙ୍କୁ ସମର୍ପିତ କରୁଛି ।'