ମୁମ୍ବାଇ: ଓକିଲ ଲୁକ୍ରେ ନଜର ଆସିଲେ ଅଭିନେତ୍ରୀ ଅନନ୍ୟା ପାଣ୍ଡେ । ଅନନ୍ୟାଙ୍କର ଏହି ନୂଆ ଲୁକ୍ ପାଇଁ ବେଶ ଚର୍ଚ୍ଚା ଲାଗି ରହିଛି । ଆଜି (ଶନିବାର) ଅନନ୍ୟା ସୋସିଆଲ ମିଡିଆରେ ଏକ ଭିଡିଓ ସେୟାର କରିଛନ୍ତି । ଯେଉଁଥିରେ ସେ କଳା ବ୍ଲେଜର ଆଉଟ ଫିଟ୍ରେ ନଜର ଆସିଥିବାବେଳେ ଫ୍ୟାନ୍ସମାନେ ଏହି ଲୁକ୍କୁ ଖୁବ ପ୍ରଶଂସା ମଧ୍ୟ କରିଛନ୍ତି ।
ଇନଷ୍ଟାଗ୍ରାମରେ ଏକ ଆକାଉଣ୍ଟରେ ସେୟାର ହୋଇଥିବା ଭିଡିଓରେ ଅନନ୍ୟାଙ୍କ ଲୁକ୍ ଦେଖି ତାଜୁବ ହୋଇଛନ୍ତି ଫ୍ୟାନ୍ସ । ଏହି ଭିଡିଓରେ ଅନନ୍ୟା ପାଣ୍ଡେ ଏକ କାର୍ ଭିତରୁ ବାହାରୁଥିବା ଦେଖିବାକୁ ମିଳିଛି । ଏହି ସମୟରେ ସେ ଓକିଲ ଲୁକ୍ରେ ନଜର ଆସିଛନ୍ତି | ହେଲେ ଏହି ନୂଆ ଲୁକ୍ ଚଳଚ୍ଚିତ୍ର କିମ୍ବା ବିଜ୍ଞାପନ ପାଇଁ ତାହା ଅସ୍ପଷ୍ଟ ରହିଛି । ଯାହାକୁ ଦେଖିବା ପରେ କମେଣ୍ଟ ସେକ୍ସନରେ ଅନେକ ପ୍ରଶ୍ନ କରିଛନ୍ତି ନେଟିଜେନ୍ସ । ଅନନ୍ୟାଙ୍କ ?ଆଗାମୀ ପ୍ରୋଜେକ୍ଟ କ'ଣ ରହିଛି?" ଏବଂ "ଏଭଳି ଲୁକ୍ ପଛର ରାଜ୍ କ'ଣ?" ଆଦି ଅନେକ ପ୍ରଶ୍ନ କରିଛନ୍ତି ପ୍ରଶଂସକ ।
ତେବେ ଅନନ୍ୟାଙ୍କ ୱାର୍କ ଫ୍ରଣ୍ଟ ବିଷୟରେ କହିବାକୁ ଗଲେ, ସେ ନିଜର ଆଗାମୀ ଫିଲ୍ମ 'ଖୋ ଗଏ ହମ କହାଁ'ରେ ନଜର ଆସିବାକୁ ଯାଉଛନ୍ତି । ଯାହାକୁ ନେଇ ସେ ବେଶ ଚର୍ଚ୍ଚାରେ ରହୁଛନ୍ତି । ତେବେ ଏହି ଫିଲ୍ମଟି ଖୁବଶୀଘ୍ର ଓଟିଟି ପ୍ଲାଟଫର୍ମରେ ମୁକ୍ତିଲାଭ କରିବ ବୋଲି ଜଣାପଡିଛି । ଆସନ୍ତା ୨୬ ତାରିଖରେ ରିଲିଜ ହେବାକୁ ଯାଉଛି ଅନନ୍ୟା ପାଣ୍ଡେଙ୍କ ଅଭିନୀତ 'ଖୋ ଗଏ ହମ କହାଁ' । ଗତ ରବିବାର ଏହାର ଟ୍ରେଲର ରିଲିଜ ହୋଇସାରିଛି।