ଓଡିଶା

odisha

ଫରେନ୍‌ ଟ୍ରିପ୍‌ ପରେ ମୁମ୍ବାଇରେ ସ୍ପଟ୍‌ ହେଲେ ଅନନ୍ୟା ଏବଂ ଆଦିତ୍ୟ, କ୍ୟାମେରା ଦେଖି ଲୁଚାଇଲେ ମୁହଁ

By

Published : Jul 23, 2023, 7:02 PM IST

ଆଦିତ୍ୟ ରୟ କପୁର ଏବଂ ଅନନ୍ୟା ପାଣ୍ଡେ ଫରେନ୍‌ ଟ୍ରିପ ପରେ ଭାରତ ଫେରିଛନ୍ତି । ସମ୍ପର୍କ ରୁମର ମଧ୍ୟରେ ପୁଣି ମୁମ୍ବାଇରେ ଏକାଠି ସ୍ପଟ୍‌ ହୋଇଛନ୍ତି ଏହି ଲଭବାର୍ଡ । ଏହି ସମୟରେ ଅନନ୍ୟା ପାପାରାଜିରୁ ମୁହଁ ଲୁଚାଇଥିବାର ନଜର ଆସିଥିଲେ । ଅଧିକ ପଢନ୍ତୁ

ଫରେନ ଟ୍ରିପ ପରେ ମୁମ୍ବାଇରେ ସ୍ପର୍ଟ ହେଲେ ଅନନ୍ୟା ଏବଂ ଆଦିତ୍ୟ, କ୍ୟାମେରା ଦେଖି ଲୁଚାଇଲେ ମୁହଁ
ଫରେନ ଟ୍ରିପ ପରେ ମୁମ୍ବାଇରେ ସ୍ପର୍ଟ ହେଲେ ଅନନ୍ୟା ଏବଂ ଆଦିତ୍ୟ, କ୍ୟାମେରା ଦେଖି ଲୁଚାଇଲେ ମୁହଁ

ହାଇଦ୍ରାବାଦ: ସମ୍ପର୍କକୁ ନେଇ ଚର୍ଚ୍ଚାରେ ରହିଛନ୍ତି ବଲିଉଡ ରୁମର ଦମ୍ପତି ଅନନ୍ୟା ପାଣ୍ଡେ ଏବଂ ଆଦିତ୍ୟ ରୟ କପୁର । ଉଭୟ କିଛି ଦିନ ତଳେ ବିଦେଶରେ ଛୁଟି ସମୟ ବିତାଉଥିଲେ । ଏହି ସମୟର ଉଭୟଙ୍କ ଅନେକ ଭିଡିଓ ଏବଂ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା । ଏହାରି ମଧ୍ୟରେ ଏବେ ଏହି ଲଭବାର୍ଡ ଭାରତ ଫେରିଛନ୍ତି । ଉଭୟ ମୁମ୍ବାଇରେ ସ୍ପଟ୍‌ ହୋଇଛନ୍ତି । ଏହି ସମୟରେ ଅନନ୍ୟା କ୍ୟାମେରା ଦେଖି ମୁହଁ ଲୁଚାଇଥିବାର ଦେଖିବାକୁ ମିଳିଛି ।

ଅନନ୍ୟା ଏବଂ ଆଦିତ୍ୟ ଶନିବାର ଏକ କାରରେ ଡେଟ୍‌ରେ ଯାଉଥିବାର ନଜର ଆସିଥିଲେ । ଉଭୟ ପାପାରାଜିଙ୍କ କ୍ୟାମେରାରେ କଏଦ ହୋଇଥିଲେ । ଏହି ସମୟରେ ଅନନ୍ୟା ଆଦିତ୍ୟ ରୟ କପୁରଙ୍କୁ ଦେଖି ହସୁଥିବା ବେଳେ କ୍ୟାମେରା ଦେଖି ହାତରେ ନିଜ ମୁହଁ ଲୁଚାଇଥିଲେ । ଏହି ସମୟରେ ଅନନ୍ୟାଙ୍କୁ ପିଙ୍କ୍‌ କଲର ଡ୍ରେସରେ ଦେଖିବାକୁ ମିଳିଥିବା ବେଳେ ଆଦିତ୍ୟ ଏକ ହ୍ବାଇଟ ସାର୍ଟରେ ନଜର ଆସିଛନ୍ତି ।

ଫଟୋ ଭାଇରାଲ ପରେ ଫ୍ୟାନ୍ସ ଏହାକୁ ଲାଇକ କରିବା ସହ ପ୍ରତିକ୍ରିୟା ଦେଇଛନ୍ତି । ଜଣେ ପ୍ରଶଂସକ ଲେଖିଛନ୍ତି,"ବି ଟାଉନରେ ବେଷ୍ଟ କପଲ ଆଲର୍ଟ ।" ଅନ୍ୟ ଜଣେ ଲେଖିଛନ୍ତି, "ଓ ମାଇ ଗଡ୍‌ ଅନନ୍ୟା ଏବଂ ଆଦିତ୍ୟ ଉଭୟ ସୁନ୍ଦର ଦେଖା ଯାଉଛନ୍ତି । ଭଗବାନ ତୁମକୁ ଦୁହିଙ୍କୁ ଆଶୀର୍ବାଦ କରନ୍ତୁ ।" ଜଣେ ଲେଖିଛନ୍ତି,"ଆପଣଙ୍କୁ ସୂଚାଇ ଦେଉଛୁ ଯେ ଉଭୟଙ୍କ ମଧ୍ୟରେ 13 ବର୍ଷର ବୟସ ପାର୍ଥକ୍ୟ ।" ଅନ୍ୟ ଜଣେ ଲେଖିଛନ୍ତି, "ସତରେ କଣ ତାଙ୍କୁ ଆଉ କିଏ ମିଳିଲେ ନାହିଁ ।"

ଛୁଟିଦିନ ବିତାଇବା ପରେ ଅନନ୍ୟା ପାଣ୍ଡେ ଏବଂ ଆଦିତ୍ୟ ରୟ କପୁର ସ୍ପେନରୁ ଭାରତ ଫେରିଛନ୍ତି । ଉଭୟଙ୍କ ରୋମାଣ୍ଟିକ ଫଟୋ ​​ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା । ପ୍ରଥମ ଥର ପାଇଁ ଏହି କପଲ ଖୋଲାଖୋଲି ଭାବେ ରୋମାନ୍ସ କରୁଥିବା ଦେଖିବାକୁ ମିଳିଥିଲା । ଏହି ଛୁଟିରେ, ଏହି କପଲ ପରସ୍ପର ସହ 10-15 ଦିନ ବିତାଇଲେ । ପ୍ରଥମେ ଆଦିତ୍ୟ ଅନନ୍ୟାଙ୍କୁ ହଗ୍ କରିବା ଫଟୋ ଏବଂ ପରେ ଉଭୟଙ୍କ ଏକ ରେସ୍ତୋରାଁର ଫଟୋ ଦେଖିବାକୁ ମିଳିଥିଲା । ଭାଇରାଲ ପରେ ଉଭୟଙ୍କ ଡେଟିଂକୁ ନେଇ ଚର୍ଚ୍ଚା ଜୋର ଧରିଛି ।

ଏହା ମଧ୍ୟ ପଢନ୍ତୁ: ଲଭବାର୍ଡ ଆଦିତ୍ୟ ଏବଂ ଅନନ୍ୟାଙ୍କ ଭ୍ୟାକେସନ ଫଟୋ ଭାଇରାଲ, ଏହି ଅନ୍ଦାଜରେ ଆସିଲେ ନଜର

ସୂଚନା ଥାଉ କି, ଦୀପାବଳି ପାର୍ଟିରେ ପ୍ରଥମ ଥର ପାଇଁ ଅନନ୍ୟା ପାଣ୍ଡେ ଏବଂ ଆଦିତ୍ୟ ରୟ କପୁର ଏକାଠି ନଜର ଆସିଥିଲେ । ସେବେଠାରୁ ସେମାନଙ୍କ ସମ୍ପର୍କ ବିଷୟରେ ଖବର ଆସିଥିଲା । ଏହାପରେ ଏହି ଦମ୍ପତି ଅନେକ ଥର ଏକାଠି ନଜର ଆସିଥିଲେ । ବର୍ତ୍ତମାନ ଉଭୟଙ୍କ ଫଟୋ ସ୍ପେନ୍‌ରୁ ଭାଇରାଲ୍‌ ହେବାପରେ, ଉଭୟ ଏହି ସମ୍ପର୍କ ଉପରେ ମୋହର ଲଗାଇଥିବା ଜଣାପଡିଛି । ତେବେ ଉଭୟ ଏହାକୁ ଅଫିସିଆଲ କରିନାହାନ୍ତି ।

ABOUT THE AUTHOR

...view details