ମୁମ୍ବାଇ: ସୋସିଆଲ ମିଡିଆରେ ଆମ ବଲିଉଡ ସେଲିବ୍ରିଟିମାନେ ବହୁତ ଆକ୍ଟିଭ ରୁହନ୍ତି । ସେମାନେ ପ୍ରାୟତଃ ନିଜର ବୋଲ୍ଡ ଫଟୋ ଏବଂ ଭିଡିଓ ସେୟାର କରି ଫ୍ୟାନ୍ସଙ୍କ ନିକଟତର ହୁଅନ୍ତି । କିନ୍ତୁ ବର୍ତ୍ତମାନ ଏମିତି କିଛି ଘଟଣା ଘଟିଛି, ଯେଉଁଥିରେ ଅଭିନେତ୍ରୀ ନିକଟତର କ'ଣ ହେବେ ବରଂ ଫ୍ୟାନ୍ସଙ୍କ ଟାର୍ଗେଟକୁ ଆସିଯାଇଛନ୍ତି । ଏମିତି କିଛି ଘଟିଛି କରୀନା କପୁର ଏବଂ ଅମୃତା ଆରୋରାଙ୍କ ସହ । ଅବଶ୍ୟ ଅଭିନେତ୍ରୀମାନେ ଚୁପ୍ ବସିନାହାନ୍ତି, ଟ୍ରୋଲରଙ୍କୁ ପାଲଟା ଜବାବ୍ ଦେଇଛନ୍ତି ।
କରୀନା କପୁର, ଅମୃତା ଆରୋରା ଏବଂ ମଲାଇକା ଆରୋରା ନିକଟରେ କରଣ ଜୋହରଙ୍କ ପାର୍ଟିରେ ପହଞ୍ଚିଥିଲେ ଯେଉଁଠାରେ ସେମାନେ କ୍ଲିକ୍ କରି ଅନେକ ଫଟୋ ସେୟାର କରିଥିଲେ । ଏହି ଫଟୋଗୁଡ଼ିକ ଉପରେ, ଜଣେ ସୋସିଆଲ୍ ମିଡିଆ ୟୁଜର ଲେଖିଛନ୍ତି - '3 ବୁଢୀ' । ଯେତେବେଳେ କରୀନା କପୁର ଏହି କମେଣ୍ଟ ଦେଖିଲେ, ସେ ନିଜକୁ ଅଟକାଇ ପାରିଲେ ନାହିଁ ଏବଂ ଏହାର ସ୍କ୍ରିନସଟ ନେଇ ଇନଷ୍ଟା ଷ୍ଟୋରୀରେ ସେୟାର କରି ଲେଖିଛନ୍ତି-"ମୁଁ ଏହି କମେଣ୍ଟ ଗୁଡିକୁ ଦେଖୁଛି ! ତେବେ କ'ଣ ବୃଢୀର ଅର୍ଥ ଅପମାନ ? ମୋ ପାଇଁ ଏହା କେବଳ ଶବ୍ଦ । ଗୋଟିଏ ଶବ୍ଦ ଯାହାର ଅର୍ଥ ହେଉଛି ବଡ ହେବା । ହଁ ଆମେ ବଡ ଏବଂ ବୁଦ୍ଧିମାନ କିନ୍ତୁ ତୁମ ପାଖରେ ନା ନାଁ ଅଛି, ନା ଚେହେରା ।