ମୁମ୍ବାଇ:'ଏକ ପ୍ରେମ କଥା' ଏବଂ 'ପରୀ' ଭଳି ଚଳଚ୍ଚିତ୍ରର ନିର୍ମାତା ପ୍ରେରଣା ଆରୋରା ଖୁବ୍ଶୀଘ୍ର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପରେ ବାୟୋପିକ୍ ନିର୍ମାଣ କରିବାକୁ ଯୋଜନା କରୁଛନ୍ତି । ରିପୋର୍ଟ ଅନୁଯାୟୀ, ପ୍ରେରଣା ପିଏମ ମୋଦୀଙ୍କ ଉପରେ ଏକ ଫିଲ୍ମ କରିବାକୁ ଚାହୁଁଛନ୍ତି କାରଣ ସେ ଭାରତର ସବୁଠାରୁ ଡାଇନାମିକ, ସୁନ୍ଦର ଏବଂ ଦକ୍ଷ ବ୍ୟକ୍ତି । ଏବଂ ପ୍ରଧାନମନ୍ତ୍ରୀ ମୋଦୀଙ୍କ ବ୍ୟକ୍ତିତ୍ୱରେ ସେ ଅତ୍ୟନ୍ତ ପ୍ରଭାବିତ । ଏଣୁ ସେ ତାଙ୍କ ବାୟୋପିକ୍ରେ କାମ କରିବାକୁ ଚାହୁଁଛନ୍ତି ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବାୟୋପିକ ପାଇଁ ଜଣାଶୁଣା ଫିଲ୍ମ ନିର୍ମାତା ପ୍ରେରଣା ଆରୋରା ଏକ ବଡ଼ ଯୋଜନା ପ୍ରସ୍ତୁତ କରୁଥିବା ରିପୋର୍ଟ ଆସୁଛି । ଯଦି ଗଣମାଧ୍ୟମ ରିପୋର୍ଟକୁ ବିଶ୍ୱାସ କରାଯାଏ, ତେବେ ସେ ମୋଦିଙ୍କ ଏହି ବାୟୋପିକରେ ବଲିଉଡ ମେଗାଷ୍ଟାର ଅମିତାଭ ବଚ୍ଚନଙ୍କୁ ମୋଦୀଙ୍କ ଚରିତ୍ରରେ ଉପସ୍ଥାପନ କରିବାକୁ ଯୋଜନା ହେଉଛି । ନିର୍ମାତା କହିଛନ୍ତି ଯେ, ଅମିତାଭ ବଚ୍ଚନଙ୍କ ଅପେକ୍ଷା ମୋଦି ଙ୍କ ଭୂମିକାକୁ ଆଉ କେହି ଭଲ କରିପାରିବେ ନାହିଁ।
ସୂଚନା ଅନୁସାରେ, ସେ ମୋଦିଙ୍କ ବାୟୋପିକ ଫିଲ୍ମରେ ନରେନ୍ଦ୍ର ମୋଦିଙ୍କ ଜୀବନ ସହ ଜଡିତ ଅନେକ ଦିଗ ଦର୍ଶାଇବେ । ଏଥିରେ ପ୍ରଧାନମନ୍ତ୍ରୀ ମୋଦୀ ପ୍ରଧାନମନ୍ତ୍ରୀ ହେବା ପରଠାରୁ ତାଙ୍କର ରାଜନୈତିକ କ୍ୟାରିଅର, ତାଙ୍କର ବୈଦେଶିକ ନୀତି ଏବଂ ଅର୍ଥନୈତିକ ବିକାଶ ମଧ୍ୟ ଦେଖାଯିବ । କେବଳ ଏତିକି ନୁହେଁ, କୋଭିଡ-19 କାଳରେ ଦେଶ ତଥା ବିଶ୍ୱରେ ଲକ୍ଡାଉନ ସମୟରେ ତାଙ୍କର ଭୂମିକା ଲୋକଙ୍କୁ ଦର୍ଶାଯିବ ବୋଲି ସେ କହିଛନ୍ତି ।