ଓଡିଶା

odisha

ETV Bharat / entertainment

ବିଶ୍ବ କପ୍ ଫାଇନାଲକୁ ନେଇ ଦ୍ବନ୍ଦ୍ବରେ ବିଗ ବି, ଫ୍ୟାନ୍ସକୁ ପଚାରିଲେ ଏହି ପ୍ରଶ୍ନ - ବିଶ୍ବ କପ୍

World Cup 2023: ରବିବାର ଭାରତ ଏବଂ ଅଷ୍ଟ୍ରେଲିଆ ଟିମ ମଧ୍ୟରେ ଫାଇନାଲ ମ୍ୟାଚ ଅନୁଷ୍ଠିତ ହେବ । ଏହାରି ମଧ୍ୟରେ ବର୍ତ୍ତମାନ ବିଗ ବି ଦ୍ବନ୍ଦ୍ବରେ ରହିଥିବା ବେଳେ ସୋସିଆଲ ମିଡିଆରେ ପୋଷ୍ଟ କରି ଫ୍ୟାନ୍ସଙ୍କୁ ଏହି ପ୍ରଶ୍ନ ପଚାରିଛନ୍ତି । ଅଧିକ ପଢନ୍ତୁ

Etv Bharat
Etv Bharat

By ETV Bharat Odisha Team

Published : Nov 17, 2023, 12:41 PM IST

ହାଇଦ୍ରାବାଦ: ନିକଟରେ ଭାରତୀୟ କ୍ରିକେଟ୍ ଦଳ ମୁମ୍ବାଇର ୱାଙ୍ଖଡେ ଷ୍ଟାଡିୟମରେ ନ୍ୟୁଜିଲାଣ୍ଡ ବିପକ୍ଷ ବିଶ୍ବକପ 2023 ସେମିଫାଇନାଲ ମ୍ୟାଚର୍ 70 ରନରେ ଜିତି ଇତିହାସ ସୃଷ୍ଟି କରିଛି । ଏହି ସମୟ ମଧ୍ୟରେ ଟିମ୍ ଇଣ୍ଡିଆକୁ ସମର୍ଥନ କରିବା ପାଇଁ ଅନେକ ବଲିଉଡ୍ ସେଲିବ୍ରେଟ୍ ମଧ୍ୟ ମ୍ୟାଚ୍ ଦେଖିବାକୁ ପହଞ୍ଚିଥିଲେ । ବଲିଉଡର ଅମିତାଭ ବଚ୍ଚନ ଭାରତୀୟ କ୍ରିକେଟ୍ ଦଳକୁ ସେମିଫାଇନାଲ ମ୍ୟାଚ୍‌ ଜିତିବା ପରେ ଅଭିନନ୍ଦନ ଜଣାଇବା ସହ ଥଟ୍ଟା କରି ଲେଖିଥିଲେ ଯେ ସେ ମ୍ୟାଚ ଦେଖି ନାହାଁନ୍ତି, ତେଣୁ ଟିମ୍ ଇଣ୍ଡିଆ ଜିତିଛି । ଯାହା ପରେ ତାଙ୍କୁ ଅନେକ ଚେତାବନୀ ମିଳିଥିଲା । ଏନେଇ ଏବେ ବିଗ ବି ପୁଣି ଆଉ ଏକ ପୋଷ୍ଟ କରି ଫ୍ୟାନ୍ସଙ୍କୁ ପଚାରିଛନ୍ତି ସେ ଫାଇନାଲ୍ ଦେଖିବା ଉଚିତ୍ କି ନାହିଁ ।

ସୂଚନା ଅନୁସାରେ, ଉତ୍କୃଷ୍ଟ ପ୍ରଦର୍ଶନ ଯୋଗୁଁ ଭାରତୀୟ କ୍ରିକେଟ୍ ଦଳ ନ୍ୟୁଜିଲ୍ୟାଣ୍ଡଙ୍କୁ ହରାଇ କ୍ରିକେଟ୍ ବିଶ୍ୱକପ୍ 2023ର ଫାଇନାଲରେ ସ୍ଥାନ ପାଇଛି । ଭାରତୀୟ କ୍ରିକେଟ୍ ଦଳକୁ ବିଜୟ ପାଇଁ ଅଭିନନ୍ଦନ ଜଣାଇ ବିଗ୍ ବି ଅର୍ଥାତ୍ ଅମିତାଭ ବଚ୍ଚନ ଏକ୍ସ (ପୂର୍ବ ଟ୍ୱିଟର) ରେ ହାସ୍ୟାସ୍ପଦ ଭାବରେ ଲେଖିଥିଲେ, ଯେତେବେଳେ ମୁଁ ମ୍ୟାଚ୍ ଦେଖୁ ନାହିଁ, ଆମେ ଜିତୁ । ଏହା ପରେ ଏହା ବେଶ ଭାଇରାଲ ହୋଇଥିଲା । ଅନେକ ଫ୍ୟାନ୍ ବିଗିଙ୍କୁ ଚେତାବନୀ ଦେଇ କହିଥିଲେ ଯେ, ଦୟାକରି ଆପଣ ଫାଇନାଲ ମ୍ୟାଚ ମଧ୍ୟ ଦେଖନ୍ତୁ ନାହିଁ ।

ଏହା ପରେ ଏବେ ଅମିତାଭ ବଚ୍ଚନ ଏବେ ଦ୍ୱନ୍ଦ୍ୱରେ ଅଛନ୍ତି ଯେ ସେ ନଭେମ୍ବର 19, ରବିବାର ଦିନ ବିଶ୍ୱକପର ଅନ୍ତିମ ମ୍ୟାଚ୍ ଦେଖିବା ଉଚିତ କି ନୁହେଁ । ଅମିତାଭ ବଚ୍ଚନ ଲେଖିଛନ୍ତି, 'ବର୍ତ୍ତମାନ ମୁଁ ଭାବୁଛି କି ଯିବି କି ନାହିଁ ।' ଯଦିଓ ବିଗ୍ ବି ତାଙ୍କ ନୂଆ ଟ୍ୱିଟରେ ବିଶ୍ୱକପ୍ ବିଷୟରେ ଉଲ୍ଲେଖ କରିନାହାଁନ୍ତି, ତଥାପି ସେ ଏହା ଉପରେ ଇଙ୍ଗିତ କରୁଥିବା ଜଣାପଡିଛି । ଅମିତାଭ ବଚ୍ଚନଙ୍କ ଏହି ଟୁଇଟ୍ ପରେ ଫ୍ୟାନ୍ସମାନେ ବିଗ୍ ବିଙ୍କୁ ମ୍ୟାଚ୍ ଦେଖିବାକୁ ନଯିବାକୁ କହୁଛନ୍ତି । ଜଣେ ଲେଖିଛନ୍ତି, 'ସାର୍ ଯାଆନ୍ତୁ ନାହିଁ, ପରବର୍ତ୍ତୀ ମ୍ୟାଚ୍ ଦେଖନ୍ତୁ ।' ଅନ୍ୟ ଜଣେ ଲେଖିଛନ୍ତି, 'ଆପଣ ନିଜେ ଯାଆନ୍ତୁ ନାହିଁ କିମ୍ବା ମୋଦୀ ଜୀଙ୍କୁ ଦୟାକରି ଯିବାକୁ ଦିଅନ୍ତୁ ନାହିଁ।' ଆଉ ଜଣେ ଲେଖିଛନ୍ତି, 'ଯଦି ଆପଣ ପନୌତି, ତେବେ ଦୟାକରି ଯାଅ ନାହିଁ ।' ସେହିପରି ଅନ୍ୟ ଜଣେ ଲେଖିଛନ୍ତି, 'ଦୟାକରି ଯାଅ ନାହିଁ ଏବଂ ଘରେ ଟିଭିରେ ମଧ୍ୟ ମ୍ୟାଚ୍‌ ଦେଖ ନାହିଁ।'

ଏହା ମଧ୍ୟ ପଢନ୍ତୁ:ଟିମ୍ ଇଣ୍ଡିଆର ବିଜୟକୁ ନେଇ ବିଗ ବି କରିଥିଲେ ଏହି ପୋଷ୍ଟ, ଏବେ ମିଳୁଛି ଧମକ

ଅମିତାଭଙ୍କ ୱାର୍କଫ୍ରଣ୍ଟ୍‌ କଥା କହିବାକୁ ଗଲେ, ନିକଟରେ ଅମିତାଭ ବଚ୍ଚନଙ୍କୁ ଟାଇଗର ଶ୍ରଫଙ୍କ ଚଳଚ୍ଚିତ୍ର ଗଣପତରେ ଦେଖିବାକୁ ମିଳିଥିଲା । ତେବେ ତାଙ୍କ ଫିଲ୍ମ ବକ୍ସ ଅଫିସରେ ସୁପର ଫ୍ଲପ୍ ବୋଲି ପ୍ରମାଣିତ ହୋଇଥିଲା । ବର୍ତ୍ତମାନ ବିଗ୍ ବିଙ୍କ ଆଗାମୀ ପ୍ରୋଜେକ୍ଟ ପ୍ରଭାସଙ୍କ ସହ 'କଲ୍କି 2898 AD' । ଏହି ଫିଲ୍ମ ଆସନ୍ତାବର୍ଷ ରିଲିଜ ହେବ । ଏଥିସହ ରଜନୀକାନ୍ତଙ୍କ ସହ 'ଥଲାଇୱର୍ 170' ମଧ୍ୟ ରହିଛି ।

ABOUT THE AUTHOR

...view details