ଓଡିଶା

odisha

By ETV Bharat Odisha Team

Published : Oct 11, 2023, 8:10 AM IST

ETV Bharat / entertainment

Happy Birthday Big B: ପୁରୁଣା ଦିନକୁ ମନେ ପକାଇ ଖାସ୍‌ ପୋଷ୍ଟ ସେୟାର କଲେ ଶ୍ବେତା-ନବ୍ୟା

81 ବର୍ଷ ବୟସରେ ପାଦ ଥାପିଲେ ବଲିଉଡ ମହାନାୟକ ଅମିତାଭ ବଚ୍ଚନ । ଏହି ବିଶେଷ ଅବସରରେ ତାଙ୍କ ଝିଅ ଶ୍ୱେତା ବଚ୍ଚନ ଏବଂ ନାତୁଣୀ ନବ୍ୟା ନଭେଲି ନନ୍ଦା ସୋସିଆଲ ମିଡିଆରେ ପୋଷ୍ଟ କରି ବିଗ୍‌ ବିଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି । ଅଧିକ ପଢ଼ନ୍ତୁ

ଅମିତାଭ ବଚ୍ଚନ ଜନ୍ମଦିନ
ଅମିତାଭ ବଚ୍ଚନ ଜନ୍ମଦିନ

ହାଇଦ୍ରାବାଦ:ବଲିଉଡ ମେଗାଷ୍ଟାର ଅମିତାଭ ବଚ୍ଚନ ଆଜି ତାଙ୍କର 81ତମ ଜନ୍ମଦିନ ପାଳନ କରୁଛନ୍ତି । ବିଗ୍ ବି'ଙ୍କ ପ୍ରଶଂସକ, ଶୁଭେଚ୍ଛୁ ଏବଂ ତାଙ୍କ ପରିବାର ପାଇଁ ଏହି ଦିନଟି ଅତ୍ୟନ୍ତ ସ୍ୱତନ୍ତ୍ର । କେବଳ ଅମିତାଭଙ୍କ ପ୍ରଶଂସକ ତାଙ୍କୁ ସୋସିଆଲ ମିଡିଆରେ ଶୁଭେଚ୍ଛା ଜଣାଇନାହାଁନ୍ତି, ତାଙ୍କ ଝିଅ ଏବଂ ନାତୁଣୀ ମଧ୍ୟ ସୋସିଆଲ ମିଡିଆରେ ପୋଷ୍ଟ କରି ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି । ଅମିତାଭ ବଚ୍ଚନଙ୍କ ଝିଅ ଶ୍ୱେତା ବଚ୍ଚନ ଇନଷ୍ଟାଗ୍ରାମରେ ତାଙ୍କ ପିତାଙ୍କ ସହ ଏକ ଫଟୋ ପୋଷ୍ଟ କରିଛନ୍ତି ।

ପିତାଙ୍କୁ ବର୍ଥ ଡେ’ ଓ୍ୱିଶ୍‌ କଲେ ଶ୍ୱେତା

ଶ୍ୱେତା ବଚ୍ଚନ ଇନ୍‌ଷ୍ଟାଗ୍ରାମରେ ଏକ କୋଲାଜ ଫଟୋ ସେୟାର କରି ଏଥିରେ ଲେଖିଛନ୍ତି, "81ତମ ଜନ୍ମଦିନର ଶୁଭେଚ୍ଛା, ପାପା ବଡ ଜୋତା (ଏବଂ ଆଲିଙ୍ଗନ) ଆଜି ପର୍ଯ୍ୟନ୍ତ କେହି ଆପଣଙ୍କ ସ୍ଥାନ ନେଇ ପାରିଲେ ନାହିଁ। ଶ୍ୱେତା ବଚ୍ଚନ ପୋଷ୍ଟ କରିଥିବା ଫଟୋରେ ଅମିତାଭ ବଚ୍ଚନ ତାଙ୍କ ଝିଅକୁ ଆଲିଙ୍ଗନ କରୁଥିବା ନଜର ଆସିଛନ୍ତି। ରଣଭୀର ସିଂ ଏବଂ ନବ୍ୟା ନାଭେଲି ନନ୍ଦା ଏହି ପୋଷ୍ଟର କମେଣ୍ଟ ବକ୍ସରେ ଅନେକ ହୃଦୟ ଇମୋଜି ଦେଇଛନ୍ତି । ଚଙ୍କି ପାଣ୍ଡେ ଲେଖିଛନ୍ତି- ଜନ୍ମଦିନର ଶୁଭେଚ୍ଛା ପ୍ରିୟ ଅମିତ ଜୀ ।

ଫଟୋ ସେୟାର କଲେ ନବ୍ୟା ନଭେଲି

ଏହା ମଧ୍ୟ ପଢନ୍ତୁ: ରିଆଲିଟି ସୋ’ ହୋଷ୍ଟ ପାଇଁ ମୋଟା ଅଙ୍କର ଟଙ୍କା ଚାର୍ଜ କରନ୍ତି ଏହି ଷ୍ଟାର, ସବୁଠୁ ଆଗରେ କିଏ ଜାଣନ୍ତୁ

ଖାସ ଫଟୋ ସେୟାର କଲେ ନବ୍ୟା ନଭେଲି

ଅମିତାଭ ବଚ୍ଚନଙ୍କ ନାତୁଣୀ ମଧ୍ୟ ତାଙ୍କ ଅଜାଙ୍କ ଜନ୍ମଦିନରେ ନିଜ ଇନ୍‌ଷ୍ଟାଗ୍ରାମ ଆକାଉଣ୍ଟରେ ଦୁଇଟି ବିଶେଷ ଫଟୋ ସେୟାର କରିଛନ୍ତି । ପ୍ରଥମ ଫଟୋରେ ନବ୍ୟା ନଭେଲି, ଆରାଧ୍ୟା, ଜୟା ବଚ୍ଚନ ଏବଂ ଅଗସ୍ତ୍ୟ ନନ୍ଦା ଅମିତାଭ ବଚ୍ଚନଙ୍କୁ ଆଲିଙ୍ଗନ କରୁଥିବାବେଳେ ଦ୍ୱିତୀୟ ଫଟୋ ଟିକିଏ ପୁରୁଣା, ଯେଉଁଥିରେ ନବ୍ୟା ନଭେଲି ଏବଂ ଅମିତାଭ ବଚ୍ଚନ ଏକାଠି ନଜର ଆସିଛନ୍ତି । ଫଟୋର କ୍ୟାପ୍‌ସନରେ ନବ୍ୟା ଲେଖିଛନ୍ତି- ଜନ୍ମଦିନର ଶୁଭେଚ୍ଛା ଅଜା ।

ଏହା ମଧ୍ୟ ପଢନ୍ତୁ: KBC ସେଟ୍ ରେ ଭାବୁକ ହେଲେ ବିଗ ବି, କହିଲେ-ଆପଣମାନେ କେତେ କନ୍ଦାଇବେ?

ଅମିତାଭ ବଚ୍ଚନଙ୍କ ଦମଦାର ଅନ୍ଦାଜ

ବଲିଉଡର ମେଗାଷ୍ଟାର ଅମିତାଭ ବଚ୍ଚନ ଆଜି ବି 'କୌନ ବନେଗା କରୋଡପତି' ସେଟ୍‌ରେ ନିଜର କମାଲ ଦେଖାଉଛନ୍ତି ଏବଂ ଦର୍ଶକଙ୍କୁ ଉତ୍ସାହରେ ଭରି ଦେଉଛନ୍ତି । ବିଗ୍ ବିଙ୍କ ଏହି ଦମଦାର ଅନ୍ଦାଜ ଗତ କିଛି ଦଶନ୍ଧି ଧରି ଦର୍ଶକଙ୍କୁ ମନୋରଞ୍ଜନ କରିଆସୁଛି ଏବଂ ତାଙ୍କର କୋଟି କୋଟି ପ୍ରଶଂସକମାନେ ଏହି ବିଶେଷ ଦିନରେ ତାଙ୍କର ଉତ୍ତମ ସ୍ୱାସ୍ଥ୍ୟ ଏବଂ ଦୀର୍ଘ ଜୀବନ ପାଇଁ ପ୍ରାର୍ଥନା କରୁଛନ୍ତି ।

ABOUT THE AUTHOR

...view details