ହାଇଦ୍ରାବାଦ: ଅକ୍ଷୟ କୁମାର ଏବଂ ମାନୁଷୀ ଚିଲ୍ଲର ଅଭିନୀତ 'ପୃଥ୍ବୀରାଜ' (Prithviraj Release Date) ଜୁନ୍ 3 ରେ ସିନେମା ଘରେ ମୁକ୍ତିଲାଭ କରିବ । କିନ୍ତୁ ଏହା ପୂର୍ବରୁ ଗୃହମନ୍ତ୍ରୀ ଅମିତ ଶାହା ଏବଂ ଅନ୍ୟ କେନ୍ଦ୍ର ମନ୍ତ୍ରୀଙ୍କ ପାଇଁ ସ୍ୱତନ୍ତ୍ର ସ୍କ୍ରିନିଂ ଆୟୋଜନ କରାଯିବ। ଏହି ସ୍କ୍ରିନିଂ ଫିଲ୍ମ ରିଲିଜ୍ ହେବାର ଦୁଇ ଦିନ ପୂର୍ବରୁ ଅର୍ଥାତ୍ ଜୁନ୍ 1 ରେ ନୂଆଦିଲ୍ଲୀରେ ଅନୁଷ୍ଠିତ ହେବ । ଉଚ୍ଚ ପଦବୀର ଅଧିକାରୀମାନେ ମଧ୍ୟ ଫିଲ୍ମର ସ୍କ୍ରିନିଂ ଦେଖିବା ପାଇଁ ସେଠାରେ ଉପସ୍ଥିତ ରହିବେ । ଫିଲ୍ମର ସ୍କ୍ରିନିଂ ସମୟରେ ଅକ୍ଷୟ କୁମାର, ମାନୁଷୀ ଚିଲ୍ଲର ଏବଂ ଏହାର ନିର୍ଦ୍ଦେଶକ ଡକ୍ଟର ଚନ୍ଦ୍ରପ୍ରକାଶ ଦ୍ୱିବେଦୀ ଉପସ୍ଥିତ ରହିବେ ବୋଲି ଆଶା କରାଯାଉଛି । ଡକ୍ଟର ଚନ୍ଦ୍ରପ୍ରକାଶ ଫିଲ୍ମର ସ୍କ୍ରିନିଂ ବିଷୟରେ ଏହି ସୂଚନା ସେୟାର କରିଛନ୍ତି ।
ଡକ୍ଟର ଚନ୍ଦ୍ରପ୍ରକାଶ ଦ୍ୱିବେଦୀ ଏ ସମ୍ପର୍କରେ ଏକ ବିବୃତ୍ତି ଦେଇଛନ୍ତି । ସେ କହିଛନ୍ତି, “ଆମ ପାଇଁ ସମ୍ମାନର ବିଷୟ ଯେ ଆମ ଦେଶର ମାନ୍ୟବର ଗୃହମନ୍ତ୍ରୀ ଅମିତ ଶାହା, ଭାରତ ମାତାର ଜଣେ ସାହସୀ ପୁତ୍ର ସମ୍ରାଟ ପୃଥ୍ବୀରାଜ ଚୌହାନଙ୍କ ଗୌରବମୟ ଜୀବନ ଉପରେ ମହାକାବ୍ୟ ଗାଥାର ସାକ୍ଷୀ ହେବାକୁ ଯାଉଛନ୍ତି, ଯିଏ ଦେଶ ପାଇଁ ନିଜ ଜୀବନକୁ ବଳିଦାନ ଦେଇଥିଲେ। "