ଓଡିଶା

odisha

'ପୁଷ୍ପା' ପାଇଁ ଅଲ୍ଲୁ ଅର୍ଜୁନ ଜିତିଲେ ପ୍ରଥମ ଜାତୀୟ ପୁରସ୍କାର, ପରିବାର ସହିତ ସେଲିବ୍ରେଟ କଲେ ଖୁସି

By ETV Bharat Odisha Team

Published : Aug 25, 2023, 7:46 AM IST

ଅଲ୍ଲୁ ଅର୍ଜୁନ 'ପୁଷ୍ପା: ଦ ରାଇଜ୍' ପାଇଁ ଶ୍ରେଷ୍ଠ ଅଭିନେତା ଭାବରେ ଜାତୀୟ ପୁରସ୍କାର ଜିତିଛନ୍ତି । ସେ ହେଉଛନ୍ତି ପ୍ରଥମ ତେଲୁଗୁ ଅଭିନେତା ଯିଏ ଏହି ସମ୍ମାନ ପାଇଛନ୍ତି । ଅଧିକ ପଢନ୍ତୁ

ଅଲ୍ଲୁ ଅର୍ଜୁନ
ଅଲ୍ଲୁ ଅର୍ଜୁନ

ହାଇଦ୍ରାବାଦ: ସାଉଥ୍‌ ସୁପରଷ୍ଟାର ଅଲ୍ଲୁ ଅର୍ଜୁନଙ୍କ ପାଇଁ ‘ପୁଷ୍ପା’ ଚଳଚ୍ଚିତ୍ର କୌଣସି ବରଦାନଠୁ କମ୍‌ ନଥିଲା । ପ୍ରଥମେ ଏହି ଚଳଚ୍ଚିତ୍ର ବକ୍ସ ଅଫିସରେ ଅତୁଳନୀୟ ସଫଳତା ହାସଲ କରିଥିଲା ​​। କିନ୍ତୁ ଏହା ପରେ ଫିଲ୍ମଟି ଯାହା କମାଲ କରି ଦେଖାଇଛି, ତାହା ଗତ 7 ଦଶନ୍ଧି ଧରି ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରିରେ କେବେ ବି ହୋଇପାରି ନଥିଲା । ଅନେକ ତେଲୁଗୁ ଚଳଚ୍ଚିତ୍ରକୁ ଜାତୀୟ ପୁରସ୍କାର ପ୍ରଦାନ କରାଯାଇଛି । କିନ୍ତୁ ଏପର୍ଯ୍ୟନ୍ତ କୌଣସି ତେଲୁଗୁ ଅଭିନେତା ଏହି ପୁରସ୍କାର ପାଇନଥିଲେ । ବର୍ତ୍ତମାନ ‘ପୁଷ୍ପା: ଦ ରାଇଜ୍’ ଚଳଚ୍ଚିତ୍ର ପାଇଁ ଅଲ୍ଲୁ ଅର୍ଜୁନଙ୍କୁ ଜାତୀୟ ପୁରସ୍କାର ପ୍ରଦାନ କରାଯାଇଛି । ଏହି ଖବର ସହିତ ଅଭିନେତାଙ୍କ ଘରେ ବର୍ତ୍ତମାନ ଉତ୍ସବର ମାହୋଲ ଦେଖିବାକୁ ମିଳିଛି ।

ସୋସିଆଲ ମିଡିଆରେ ଅନେକ ଭିଡିଓ ସାମ୍ନାକୁ ଆସୁଛି, ଯେଉଁଥିରେ ଦେଖିବାକୁ ମିଳିଛି ଯେ ଫ୍ୟାନ୍ସମାନେ ଅଲ୍ଲୁ ଅର୍ଜୁନଙ୍କୁ ଅଭିନନ୍ଦନ ଜଣାଇବା ପାଇଁ ତାଙ୍କ ଘରେ ପହଞ୍ଚିଛନ୍ତି । ଫ୍ୟାନ୍ସ ତାଙ୍କୁ ଆଲିଙ୍ଗନ କରୁଛନ୍ତି ଏବଂ ଏହି ବିଶେଷ ଉତ୍ସବରେ ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ଅନେକ ପ୍ରଶଂସକ ଅଲ୍ଲୁ ଅର୍ଜୁନଙ୍କ ଘର ବାହାରେ ଏକାଠି ହୋଇଛନ୍ତି । ତାଙ୍କର ଘନିଷ୍ଠ ବନ୍ଧୁମାନେ ତାଙ୍କୁ ଅଭିନନ୍ଦନ ଜଣାଇବାକୁ ତାଙ୍କ ଘରକୁ ଆସୁଛନ୍ତି ।

ଏହା ମଧ୍ୟ ପଢନ୍ତୁ:69thNationalFilmAwards: ଆଲିଆ-କ୍ରିତିଙ୍କୁ ଶ୍ରେଷ୍ଠ ଅଭିନେତ୍ରୀ, ଅଲ୍ଲୁ ଅର୍ଜୁନଙ୍କୁ ଶ୍ରେଷ୍ଠ ଅଭିନେତା ଆୱାର୍ଡ

ଏହି ସମୟରେ ଅଲ୍ଲୁଙ୍କ ପିତା ଅଲୁ ଅରବିନ୍ଦଙ୍କୁ ଦେଖିବାକୁ ମିଳିଛି । ଏହି ବିଶେଷ ଉତ୍ସବରେ ଅଲୁ ଅରବିନ୍ଦ ତାଙ୍କ ପୁଅକୁ ଆଲିଙ୍ଗନ କରିଛନ୍ତି । ଉଭୟଙ୍କ ଖୁସି କହିଲେ ନସରେ । ଏହା ବ୍ୟତୀତ ସୁକୁମାର ଫିଲ୍ମର ନିର୍ଦ୍ଦେଶକ ମଧ୍ୟ ନଜର ଆସିଛନ୍ତି । ଏହି ଖବର ଶୁଣିବା ମାତ୍ରେ ସୁକୁମାର ଆସି ଅଲୁ ଅର୍ଜୁନଙ୍କୁ ଆଲିଙ୍ଗନ କରିଛନ୍ତି । ଏହା ବ୍ୟତୀତ ଅନ୍ୟ ଲୋକମାନେ ମଧ୍ୟ ଧୀରେ ଧୀରେ ଅଲୁ ଅର୍ଜୁନଙ୍କୁ ଭେଟି ତାଙ୍କୁ ଅଭିନନ୍ଦନ ଜଣାଇବାକୁ ଆସୁଛନ୍ତି। ଏସବୁକୁ ନେଇ ଅଲ୍ଲୁଙ୍କ ମୁହଁରେ ଖୁସି ସ୍ପଷ୍ଟ ଭାବରେ ନଜର ଆସୁଛି ।

ଫିଲ୍ମଟି ବକ୍ସ ଅଫିସରେ ମଧ୍ୟ ଭଲ ପ୍ରଦର୍ଶନ କରିଥିଲା ​​

ଫିଲ୍ମ ବିଷୟରେ କହିବାକୁ ଗଲେ ‘ପୁଷ୍ପା: ଦ ରାଇଜ୍’ ସାରା ବିଶ୍ୱରେ 400 କୋଟିରୁ ଅଧିକ କଲେକ୍ସନ କରିଥିଲା। ହିନ୍ଦୀ ଭାଷାରେ ମଧ୍ୟ ଏହି ଚଳଚ୍ଚିତ୍ରକୁ ବହୁତ ପସନ୍ଦ କରାଯାଇଥିଲା । ଚଳଚ୍ଚିତ୍ରର ସଫଳତାକୁ ଦେଖି ଏହାର ଦ୍ୱିତୀୟ ଭାଗରେ ମଧ୍ୟ କଠିନ ପରିଶ୍ରମ କରାଯାଉଛି ଏବଂ ଏହି ଚଳଚ୍ଚିତ୍ର ବିଷୟରେ ନିରନ୍ତର ଅପଡେଟ୍‌ ମଧ୍ୟ ସାମ୍ନାକୁ ଆସୁଛି। ରିପୋର୍ଟ ଅନୁଯାୟୀ, ଅଲ୍ଲୁ ଅର୍ଜୁନ ଫିଲ୍ମର ପ୍ରଥମ ଭାଗ ପାଇଁ 45 କୋଟି ଟଙ୍କା ଆଦାୟ କରିଥିଲେ ଏବଂ ବର୍ତ୍ତମାନ ସେ ଫିଲ୍ମର ଦ୍ୱିତୀୟ ଭାଗ ପାଇଁ ପ୍ରାୟ 85 କୋଟି ଟଙ୍କା ନେଉଛନ୍ତି ବୋଲି ସୂଚନା ମିଳିଛି ।

ଏହା ମଧ୍ୟ ପଢନ୍ତୁ: National Film Award: ଓଡ଼ିଆ ଫିଲ୍ମ 'ପ୍ରତୀକ୍ଷା'କୁ ମିଳିଲା ଜାତୀୟ ପୁରସ୍କାର, ମୁଖ୍ୟମନ୍ତ୍ରୀଙ୍କ ଶୁଭେଚ୍ଛା

ସୂଚନାଯୋଗ୍ୟ ଯେ, ଗତକାଲି (ଅଗଷ୍ଟ 24) 69 ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଘୋଷଣା ହୋଇଯାଇଛି । ବଲିଉଡର ଲୋକପ୍ରିୟ ଅଭିନେତ୍ରୀ ଆଲିଆ ଭଟ୍ଟ ଏବଂ କ୍ରିତି ସାନନଙ୍କୁ ଶ୍ରେଷ୍ଠ ଅଭିନେତ୍ରୀ ଏବଂ ସାଉଥ୍‌ ସୁପରଷ୍ଟାର ଅଲ୍ଲୁ ଅର୍ଜୁନଙ୍କୁ ଶ୍ରେଷ୍ଠ ଅଭିନେତା ପୁରସ୍କାର ପ୍ରଦାନ କରାଯାଇଛି । ୨୦୨୧ ବର୍ଷ ପାଇଁ ଏହି ପୁରସ୍କାର ଘୋଷଣା କରାଯାଇଛି । ସେହିପରି ‘ପ୍ରତୀକ୍ଷା’ ଶ୍ରେଷ୍ଠ ଓଡିଆ ଚଳଚ୍ଚିତ୍ର ଭାବେ ବିବେଚିତ ହୋଇଛି ।

ABOUT THE AUTHOR

...view details