ଓଡିଶା

odisha

By

Published : Aug 13, 2022, 10:29 AM IST

ETV Bharat / entertainment

ମନ ଜିଣିଲେ ଅଲ୍ଲୁ ଅର୍ଜୁନ, କୋଟି କୋଟି ଟଙ୍କାର ମଦ ବିଜ୍ଞାପନକୁ କଲେ ନା

ପୁଣି ଚର୍ଚ୍ଚାରେ ସାଉଥ୍ ସୁପରଷ୍ଟାର୍ ଅଲ୍ଲୁ ଅର୍ଜୁନ୍ । ନିକଟରେ ଏକ ମଦ କମ୍ପାନୀର ବିଜ୍ଞାପନ କରିବାକୁ ମନା କରିଛନ୍ତି ଅଲ୍ଲୁ ଅର୍ଜୁନ୍ । ଏହି ବିଜ୍ଞାପନ ପାଇଁ କୋଟି କୋଟି ଟଙ୍କାର ଡିଲ୍‌ କରାଯାଇଥିଲା । ଅଧିକ ପଢନ୍ତୁ

ଫ୍ୟାନ୍ସଙ୍କ ମନ ଜିଣିଲେ ଅଲ୍ଲୁ ଅର୍ଜୁନ, କୋଟି କୋଟି ଟଙ୍କାର ମଦ ବିଜ୍ଞାପନ କରିବାକୁ କଲେ ମନା
ଫ୍ୟାନ୍ସଙ୍କ ମନ ଜିଣିଲେ ଅଲ୍ଲୁ ଅର୍ଜୁନ, କୋଟି କୋଟି ଟଙ୍କାର ମଦ ବିଜ୍ଞାପନ କରିବାକୁ କଲେ ମନା

ହାଇଦ୍ରାବାଦ: ପୁଣି ଚର୍ଚ୍ଚାରେ ସାଉଥ୍ ସୁପରଷ୍ଟାର୍ ଅଲ୍ଲୁ ଅର୍ଜୁନ୍ । ରିଲ୍ ନୁହେଁ, ରିୟଲ ଲାଇଫ୍‌ରେ ଫ୍ୟାନ୍ସଙ୍କ ମନ ଜିଣିଛନ୍ତି ଅଲ୍ଲୁ ଅର୍ଜୁନ । ନିକଟରେ ଏକ ମଦ କମ୍ପାନୀର ବିଜ୍ଞାପନ କରିବାକୁ ସେ ମନା କରିଛନ୍ତି । ତାଙ୍କର ଏହି ନିଷ୍ପତ୍ତିକୁ ଫ୍ୟାନ୍ସମାନେ ଖୁବ୍ ପ୍ରଶଂସା କରିଛନ୍ତି । ଏହି ବିଜ୍ଞାପନ ପାଇଁ କୋଟି କୋଟି ଟଙ୍କାର ଡିଲ୍‌ କରାଯାଇଥିଲା, କିନ୍ତୁ ଅଲ୍ଲୁ ଅର୍ଜୁନ ଏହାକୁ କରିବାକୁ ମନା କରିଦେଇଥିଲେ । ବର୍ତ୍ତମାନ ପୁଣି ଥରେ ଅଲ୍ଲୁ ଏକ ବ୍ରାଣ୍ଡର ଅଫରକୁ ପ୍ରତ୍ୟାଖ୍ୟାନ କରି ଚର୍ଚ୍ଚାର ବିଷୟ ପାଲଟିଛନ୍ତି ।

ପୂର୍ବରୁ ଅଲ୍ଲୁ ଅର୍ଜୁନ ଏକ ପାନ ମସଲାର ବିଜ୍ଞାପନ କରିବାକୁ ମନା କରି ଦେଇଥିଲେ । ଏହି ବିଜ୍ଞାପନ ପାଇଁ ମଧ୍ୟ ଅଲ୍ଲୁ ଅର୍ଜୁନଙ୍କୁ ମୋଟା ଅଙ୍କର ଟଙ୍କା ଅଫର ଦିଆଯାଇଥିଲା । ଏବେ ପୁଣି ଥରେ ମଦ କମ୍ପାନୀର ବିଜ୍ଞାପନ କରିବାକୁ ମନା କରି ଦେଇଛନ୍ତି । ଏଥର ଅଲ୍ଲୁ ଅର୍ଜୁନ କେବଳ ରିଲ୍ ନୁହେଁ, ରିୟଲ ଲାଇଫ୍‌ରେ ମଧ୍ୟ ଦର୍ଶକଙ୍କ ହୃଦୟ ଜିଣିଛନ୍ତି ।

ମଦ ବ୍ରାଣ୍ଡକୁ ପ୍ରୋତ୍ସାହିତ କରିବା ପାଇଁ କୋଟି କୋଟି ଟଙ୍କାର ଅଫରକୁ ମନା କରିଛନ୍ତି ଅଲ୍ଲୁ ଅର୍ଜୁନ । ଏନେଇ ସାଉଥ୍ ଫିଲ୍ମ ଇଣ୍ଡଷ୍ଟ୍ରି ସ୍ତମ୍ଭକାର ମନୋବାଲା ବିଜୟବାଲାନ ଏହି ସୂଚନା ଦେଇଛନ୍ତି । ସେ ଟ୍ୱିଟ୍ କରି କହିଛନ୍ତି, ଏକ ଗୁଟକା ଓ ମଦ କଂପାନୀର ବିଜ୍ଞାପନ କରିବାକୁ ପାଇଥିବା ୧୦ କୋଟି ଟଙ୍କାର ଅଫରକୁ ପ୍ରତ୍ୟାଖ୍ୟାନ କରି ଦେଇଛନ୍ତି ଅଲ୍ଲୁ ଅର୍ଜ୍ଜୁନ । ଏହା ସହିତ ଅଲ୍ଲୁ ଅର୍ଜୁନ ଏବେ ବ୍ରାଣ୍ଡ ପ୍ରୋମୋସନ ପାଇଁ ୭.୫ କୋଟି ନେଉଛନ୍ତି ବୋଲି ଏମ୍ ବିଜୟବାଲାନ ଲେଖିଛନ୍ତି । ଅନ୍ୟମାନେ ତାଙ୍କୁ ଫଲୋ କରିବା ଆବଶ୍ୟକ । ମନୋବାଲା ବିଜୟବାଲାନଙ୍କ ଏହି ଟ୍ୱିଟ୍ ସୋସିଆଲ ମିଡିଆରେ ଦିନକୁ ଦିନ ଭାଇରାଲ ହେବାରେ ଲାଗିଛି । ଏହି ଟ୍ୱିଟ୍‌କୁ ଅଲ୍ଲୁ ଅର୍ଜୁନଙ୍କ ଫ୍ୟାନ୍ସ ବହୁତ ପସନ୍ଦ କରୁଛନ୍ତି ।

ଉଲ୍ଲେଖନୀୟ ଯେ, ବଲିଉଡ୍ ସୁପରଷ୍ଟାର ଅକ୍ଷୟ କୁମାର, ଶାହରୁଖ ଖାନ ଓ ଅଜୟ ଦେବଗନ ପାନ ମସଲା ବିଜ୍ଞାପନରେ କାମ କରିଛନ୍ତି । ଏହାକୁ ନେଇ ସେମାନଙ୍କୁ ତୀବ୍ର ସମାଲୋଚନାର ଶିକାର ହେବାକୁ ପଡ଼ିଛି । ସୁପରଷ୍ଟାର ଅମିତାଭ ବଚ୍ଚନ ପାନ ମସଲାର ବିଜ୍ଞାପନ କରିବାକୁ ମନା କରି ଦେଇଥିଲେ ।

ABOUT THE AUTHOR

...view details