ହାଇଦ୍ରାବାଦ: ଟ୍ରାଫିକ ନିୟମ ଉଲ୍ଲଂଘନ କରୁଥିବା ସେଲିବ୍ରିଟିଙ୍କ ଉପରେ ଜରିମାନା ଲଗାଇ ହାଇଦ୍ରାବାଦ ପୋଲିସ ସାହସିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି। ଅଭିନେତା ମାଞ୍ଚୁ ମନୋଜଙ୍କ ପରେ ବର୍ତ୍ତମାନ ପୁଷ୍ପା ଫେମ୍ ଅଲୁ ଅର୍ଜୁନଙ୍କ ନାମରେ ପୋଲିସ ଚାଲାଣ ଜାରି କରିଛି। ମିଳିଥିବା ସୂଚନା ଅନୁଯାୟୀ, ଅଲୁ ଅର୍ଜୁନଙ୍କ ରେଞ୍ଜ ରୋଭର ବିଳାସପୂର୍ଣ୍ଣ ଏସୟୁଭିରେ ଟିଣ୍ଟେଡ୍ ଗ୍ଲାସ (Tinted Glass) ଲାଗିଥିଲା, ଯେଉଁଥିପାଇଁ ହାଇଦ୍ରାବାଦ ପୋଲିସ ତାଙ୍କ ଠାରୁ ଜରିମାନା ଆଦାୟ କରିଛି । ସୂଚନାଯୋଗ୍ୟ ଯେ, କାର ୱିଣ୍ଡୋରେ ଟିଣ୍ଟେଡ୍ ଗ୍ଲାସ ବ୍ୟବହାର କରିବା ଭାରତରେ ନିଷେଧ ।
କେତେ ଟଙ୍କା ଚାଲାଣ କଟାଯାଇଛି ?
ଅଲୁ ଅର୍ଜୁନ ତାଙ୍କ ଲ୍ୟାଣ୍ଡ ରୋଭର ବିଳାସପୂର୍ଣ୍ଣ କାରରେ ଟିଣ୍ଟେଡ୍ ଗ୍ଲାସ ଲଗାଇଛନ୍ତି, ଯାହା ଟ୍ରାଫିକ ନିୟମ ଅନୁଯାୟୀ ବେଆଇନ ଅଟେ । ଏଭଳି ପରିସ୍ଥିତିରେ ଯେତେବେଳେ ଟ୍ରାଫିକ ପୋଲିସଙ୍କ ନଜର ଅଲୁ ଅର୍ଜୁନଙ୍କ କାର ଉପରେ ପଡିଲା, ସେତେବେଳେ ସେ ଅଭିନେତାଙ୍କ ହାତରେ 700 ଟଙ୍କାର ଏକ ଚାଲାଣ ଧରାଇଦେଇଥିଲେ।