ମୁମ୍ବାଇ: ରିଲିଜ ହେବା ପର ଠାରୁ ବିବାଦରେ ଛନ୍ଦି ହୋଇଛି ପ୍ରଭାସ ଏବଂ କ୍ରିତି ସାନନଙ୍କ ଅଭିନୀତ ଫିଲ୍ମ 'ଆଦିପୁରୁଷ' । ଫିଲ୍ମର ସଂଳାପ ଏବଂ VFXକୁ ନେଇ ସବୁଠି ବିରୋଧ ସହ କଡା ସମାଲୋଚନା କରାଯାଉଛି । ଏହି କାରଣରୁ ପ୍ରଥମେ ନେପାଳ ଏହି ବିବାଦୀୟ ଚଳଚ୍ଚିତ୍ର ଉପରେ ପ୍ରତିବନ୍ଧକ ଲଗାଇଥିବା ବେଳେ ବର୍ତ୍ତମାନ ଦେଶରେ ଏହି ଚଳଚ୍ଚିତ୍ର ଉପରେ ବ୍ୟାନ କରିବାକୁ ଦାବି ହୋଇଛି । ଏହି ପରିପ୍ରେକ୍ଷୀରେ ଅଲ ଇଣ୍ଡିଆନ୍ ସିନେ ୱାର୍କର୍ସ ଆସୋସିଏସନ ପିଏମ ମୋଦିଙ୍କୁ ଏକ ଚିଠି ଲେଖି ଫିଲ୍ମ ଉପରେ ପ୍ରତିବନ୍ଧକ ଲଗାଇବାକୁ ଦାବି କରିଛନ୍ତି । ଏହା ସହିତ ଆସୋସିଏସନ ଫିଲ୍ମର ନିର୍ଦ୍ଦେଶକ ଓମ ରାଉତ ଏବଂ ସଂଳାପ ଲେଖକ ମନୋଜ ମୁନ୍ତାଶିର ଶୁକ୍ଲାଙ୍କ ବିରୋଧରେ ଏତଲା ଦେବ ବୋଲି କହିଛି ।
ଆଦିପୁରୁଷ ଫିଲ୍ମରେ ସଂଳାପ ଏବଂ VFX ପାଇଁ ବିରୋଧର ସମ୍ମୁଖୀନ ହୋଇଛି । ଏହା ଦ୍ବାରା ଫିଲ୍ମ ଦର୍ଶକଙ୍କ ଧାର୍ମିକ ଭାବନାକୁ ମଧ୍ୟ ଆଘାତ ଦେଉଛି । ଏହି ସବୁ ବିବାଦ ଯୋଗୁଁ ସୋସିଆଲ ମିଡିଆରେ ମଧ୍ୟ ଏହି ଚଳଚ୍ଚିତ୍ର ଉପରେ ସମ୍ପୂର୍ଣ୍ଣ ନିଷେଧାଦେଶ ଲାଗିଛି । ତେବେ ଏବେ AICWA ଫିଲ୍ମ ବ୍ୟାନ କରିବାକୁ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଚିଠି ଲେଖି ନିବେଦନ କରିଛି ଏବଂ କହିଛି ଯେ ଏହି ଚଳଚ୍ଚିତ୍ର ଆଗାମୀ ଦିନରେ ଟିଭି ଏବଂ OTT ପ୍ଲାଟଫର୍ମରେ ପ୍ରସାରିତ ହେବା ଉଚିତ ନୁହେଁ, ଏହା ପିଲାମାନଙ୍କ ମଧ୍ୟରେ ରାମାୟଣକୁ ନେଇ ଭୁଲ ଭାବନା ଦେବ।