ମୁମ୍ବାଇ:ବଲିଉଡରଗଙ୍ଗୁବାଇଙ୍କୁ କିଏ ବା ନଜାଣେ । ଖୁବ କମ ବୟସରେ ବଲିଉଡ ଦୁନିଆରେ ବେଶ ନାଁ କମାଇଛନ୍ତି ଆଲିଆ । ଆଲିଆ ତାଙ୍କ ଚଳଚ୍ଚିତ୍ର କ୍ୟାରିୟରର 11 ବର୍ଷରେ ନିଜ ଜଲୱା ଦେଖାଇ ବେଶ ଲୋକପ୍ରିୟତା ହାସଲ କରିଛନ୍ତି । ଯଦିଓ ଆଲିଆ ଝିଅ ରାହାଙ୍କ ଜନ୍ମ ପରଠାରୁ କୌଣସି ଫିଲ୍ମରେ ଅଭିନୟ କରିନାହାଁନ୍ତି, କିନ୍ତୁ ଖୁବଶୀଘ୍ର ସେ ଆଗାମୀ ହଲିଉଡରେ ଫିଲ୍ମରେ ନଜର ଆସିବେ । ଫିଲ୍ମର ପ୍ରମୋସନ ପାଇଁ ଅଭିନେତ୍ରୀ ବ୍ରାଜିଲ ଯାଇଛନ୍ତି । ଏନେଇ ସେ ସୋସିଆଲ ମିଡିଆରେ ନିଜ କ୍ୟୁଟ ଫଟୋ ସେୟାର କରି ଏହି ସୂଚନା ଦେଇଛନ୍ତି ।
TUDUM 2023 ଇଭେଣ୍ଟ ବ୍ରାଜିଲର ସାଓ ପାଉଲୋରେ ଅନୁଷ୍ଠିତ ହେବାକୁ ଯାଉଛି । ଏଠାରେ ଆଲିଆ ଭଟ୍ଟ ତାଙ୍କ ଫିଲ୍ମ ହାର୍ଟ ଅଫ୍ ଷ୍ଟୋନର ପ୍ରଥମ ଲୁକ୍ ରିଲିଜ୍ କରିବେ । ଆଲିଆ ଭଟ୍ଟ ବ୍ରାଜିଲର ସାଓ ପାଉଲୋରେ ପହଞ୍ଚିବା ପରେ ତାଙ୍କର ଦୁଇଟି ସୁନ୍ଦର ଫଟୋ ସେୟାର କରିଛନ୍ତି । ଯେଉଁଥିରେ ସେ କ୍ୟାମେରା ପାଇଁ ପୋଜ୍ କରୁଥିବା ଦେଖିବାକୁ ମିଳିଛି । ଫଟୋ ଗୁଡିକ ସେୟାର କରି ସେ ଲେଖିଛନ୍ତି, ''ଷ୍ଟୋନ ପାଇଁ ଏଠାରେ କୌଣସି ହୃଦୟ ନାହିଁ । କେବଳ ପ୍ରେମରେ ପରିପୂର୍ଣ୍ଣ । ଟୁଡୁମ୍ ସାଓ ପାଉଲୋ ।''
ଆଲିଆ ଭଟ୍ଟ ଖୁବ୍ ଶୀଘ୍ର ହଲିଉଡରେ ଡେବ୍ୟୁ କରିବାକୁ ଯାଉଛନ୍ତି । ଆଲିଆ ଫିଲ୍ମ 'ହାର୍ଟ ଅଫ୍ ଷ୍ଟୋନ' ସହିତ ହଲିଉଡରେ ଡେବ୍ୟୁ କରିବେ । ଏହି ଫିଲ୍ମରେ ତାଙ୍କୁ ୱାଣ୍ଡର ୱାନ ଫେମ ଅଭିନେତ୍ରୀ ଗଲ ଗଡୋଟ ଏବଂ ହଲିଉଡ ଅଭିନେତା ଇଦ୍ରିସ ଏଲବାଙ୍କ ସହ ନଜର ଆସିବେ । ଟପ୍ ହୋପର୍ ଏହି ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି । ଏହି ଫିଲ୍ମ ହେଉଛି ନେଟଫ୍ଲିକ୍ସ ଏବଂ ସ୍କାଏଡାନ୍ସ ଦ୍ୱାରା ନିର୍ମିତ ଏକ ଗୁପ୍ତଚର ଥ୍ରୀଲର ଫିଲ୍ମ । ଏଥିସହିତ ଏହି ଇଭେଣ୍ଟରେ ଜୋୟା ଅଖତର ଏବଂ ରେମା କାଗତିଙ୍କ ଫିଲ୍ମ 'ଦ ଆର୍ଚିସ'କୁ ମଧ୍ୟ ଏହି ଇଭେଣ୍ଟରେ ପ୍ରମୋଟ୍ କରାଯିବ । ଏଥିପାଇଁ ଫିଲ୍ମର ପୁରା କାଷ୍ଟ ବ୍ରାଜିଲ ପହଞ୍ଚିସାରିଛନ୍ତି । ଯେଉଁଥିରେ ସୁହାନା ଖାନ୍, ଖୁସି କପୁର ଏବଂ ଅଗସ୍ତ୍ୟ ନନ୍ଦାଙ୍କ ସମେତ ଫିଲ୍ମର ଅନେକ ତାରକା ସାମିଲ ରହିଛନ୍ତି ।
TUDUM 2023 ଇଭେଣ୍ଟ ବିଷୟରେ କହିବାକୁ ଗଲେ, TUDUM ହେଉଛି ଏକ ଇଭେଣ୍ଟ ଯାହା ପ୍ରତିବର୍ଷ ଆୟୋଜିତ ହୋଇଥାଏ ଏବଂ ଏଠାରେ ଭାରତ ତଥା ବିଦେଶର ଚଳଚ୍ଚିତ୍ର ନିର୍ମାତାମାନେ ସେମାନଙ୍କ ଫିଲ୍ମର ଘୋଷଣା କରି ଫିଲ୍ମକୁ ପ୍ରମୋଟ କରିଥାନ୍ତି ।
ସୂଚନା ଥାଉ କି, ହାର୍ଟ ଅଫ୍ ଷ୍ଟୋନ୍ ବ୍ୟତୀତ ଆଲିଆ ଭଟ୍ଟ କରନ ଜୋହରଙ୍କ 'ରକି ଅର ରାନୀ କି ପ୍ରେମ କାହାନୀରେ' ନଜର ଆସିବେ। ଯେଉଁଥିରେ ରଣଭୀର ସିଂ ମଧ୍ୟ ମୁଖ୍ୟ ଭୂମିକାରେ ଅଭିନୟ କରିବେ । ଧର୍ମେନ୍ଦ୍ର, ଶବାନା ଆଜମୀ ଏବଂ ଜୟା ବଚ୍ଚନଙ୍କ ପରି ଭେଟେରାନ ତାରକାମାନେ ନଜର ଆସିବେ । ଫିଲ୍ମଟି ଜୁଲାଇ 28, 2023ରେ ଆନ୍ତଃର୍ଜାତୀୟ ସ୍ତରରେ ରିଲିଜ କରିବ । ସେପଟେ ନୀତୀଶ ତିୱାରୀଙ୍କ ରାମାୟଣରେ ରଣବୀର କପୁର ଏବଂ ଆଲିଆ ଭଟ୍ଟଙ୍କୁ କାଷ୍ଟ କରାଯାଇଛି ବୋଲି ଖବର ଚର୍ଚ୍ଚାରେ ରହିଛି ।