ମୁମ୍ବାଇ:ଆରପାରିରେ ବଲିଉଡର ଚୁଲବୁଲି ନାୟିକା ଆଲିଆ ଭଟ୍ଟଙ୍କ ଅଜା ନରେନ୍ଦ୍ରନାଥ ରାଜଦାନ । ଆଜି(ଗୁରୁବାର) ତାଙ୍କର ଦେହାନ୍ତ ହୋଇଥିବା ଜଣାପଡିଛି । ତେବେ ଅଜା ନରେନ୍ଦ୍ରନାଥଙ୍କ ବିୟୋଗକୁ ନେଇ ଇନ୍ଷ୍ଟାଗ୍ରାମରେ ଭାବବିହ୍ବଳ ହେଲେ ନାତୁଣୀ । ତାଙ୍କ ଜନ୍ମଦିନ ସମୟର ଏକ ଭିଡିଓ ସହ ଭାବବିହ୍ବଳ ପୋଷ୍ଟ ଲେଖିଛନ୍ତି । 93 ବର୍ଷ ବୟସରେ ତାଙ୍କର ଦେହାନ୍ତ ହୋଇଥିବା ଜଣାପଡିଛି ।
ସୂଚନାଅନୁସାରେ, ନରେନ୍ଦ୍ରନାଥ ରାଜଦାନ କିଛି ଦିନ ହେବ ସ୍ବାସ୍ଥ୍ୟ ସମସ୍ୟାରେ ଛନ୍ଦି ହୋଇଥିଲେ । ତେବେ ଆଜି ମୃତ୍ୟୁ ହୋଇଥିବା ନେଇ ଆଲିଆ ସୂଚନା ଦେଇଛନ୍ତି । ସେ ପୋଷ୍ଟରେ ଅଜାଙ୍କୁ ହିରୋ ବୋଲି ସମ୍ବୋଧନ କରି ଲେଖିଛନ୍ତି । ସେ କହିଛନ୍ତି, "ମୋ ଅଜା ମୋ ପାଇଁ ହିରୋ । 93 ବର୍ଷ ଯାଏଁ ସେ ପୁରା ଫିଟ୍ ରହିବା ସହ କାମ କରୁଥିଲେ । ସେ ଭଲ ଅମ୍ଲେଟ୍ ତିଆରି କରୁଥିଲେ । ଭଲ ଷ୍ଟୋରୀ ଶୁଣାଉଥିଲେ । କେତେବେଳେ ଭିଲିଆନ ଭଳି ହେଉଥିଲେ, ମୁଁ ତାଙ୍କ ନାତୁଣୀ ହୋଇ ତାଙ୍କ ରୋଲ୍ କରୁଛି । ସେ କ୍ରିକେଟ ସହ ତାଙ୍କ ପରିବାରକୁ ମଧ୍ୟ ଭଲ ପାଉଥିଲେ । ଶେଷ ସମୟ ପର୍ଯ୍ୟନ୍ତ ମୁଁ ତାଙ୍କ ଜୀବନକୁ ଭଲ ପାଉଥିଲି । ଅଜାଙ୍କ ଦେହାନ୍ତଙ୍କୁ ନେଇ ମନଦୁଃଖ ହେଲେ ମଧ୍ୟ ମୁଁ ଖୁସି ଅଛି । ସେ ଆମକୁ ଖୁସି ଦେଇଛନ୍ତି। ଆମେ ତାଙ୍କର ସଂସ୍କାରରେ ବଢିଛୁ ।"
ଅଜାଙ୍କ ସ୍ୱାସ୍ଥ୍ୟବସ୍ଥା ଠିକ ନଥିବା କାରଣରୁ ଆଲିଆ IIFAରେ ଯୋଗ ଦେଇନଥିଲେ:ସୂଚନା ଅନୁସାରେ, ଆଲିଆ ତାଙ୍କ ଅଜାଙ୍କ ଅସୁସ୍ଥତା ବିଷୟରେ ଜାଣିଥିଲେ । ତେବେ କୁହାଯାଉଛି କି ଆଲିଆ IIFA ଆଓ୍ବାର୍ଡ ପାଇଁ ଯାଉଥିଲେ । ବିମାନବନ୍ଦରରେ ପହଞ୍ଚିବା ପରେ ସେ ତାଙ୍କ ଅଜାଙ୍କ ସ୍ବାସ୍ଥ୍ୟବସ୍ଥା ଠିକ ନଥିବା ନେଇ ଜାଣିବାକୁ ପାଇଥିଲେ । ଏହାପରେ ପୁଣି ବିମାନବନ୍ଦରରୁ ଘରକୁ ଫେରି ଆସିଥିଲେ ।
ତେବେ ଆଲିଆଙ୍କ ମାଆ ସୋନି ରାଜଦାନ ମଧ୍ୟ ଇନ୍ଷ୍ଟାଗ୍ରାମ୍ ପୋଷ୍ଟ କରି ଭାବବିହ୍ବଳ ହୋଇଛନ୍ତି । ସୋନି ରାଜଦାନ ଇନଷ୍ଟାଗ୍ରାମରେ ତାଙ୍କ ପିତାଙ୍କ ଫଟୋ ସେୟାର କରି ଏକ ଲମ୍ବା ପୋଷ୍ଟ ଲେଖିଛନ୍ତି । ସୋନି ଲେଖିଛନ୍ତି, “ବାପା, ଜେଜେବାପା, ନିନ୍ଦି ସବୁକିଛି ଥିଲ ଆମପାଇଁ । ତୁମକୁ ନିଜର କହି ଆମେ ଗର୍ବିତ । ଆମକୁ ଉଜ୍ବଳ ଆଲୋକରେ ବଞ୍ଚାଇ ରଖିଥିବାରୁ ଆମେ କୃତଜ୍ଞ । ତୁମର ଦୟାଳୁ, ସ୍ନେହୀ, ଭଦ୍ର ଏବଂ ସର୍ବଦା ଜୀବନ୍ତ ଆତ୍ମା ଦ୍ୱାରା ସ୍ପର୍ଶ ହୋଇଥିବାରୁ ଆଶୀର୍ବାଦ ପ୍ରାପ୍ତ ହେଲା ଭଳି ଲାଗେ । ତୁମେ ସିନା ଆମକୁ ଛାଡ଼ି ଦୂରକୁ ଚାଲିଯାଇଛ ହେଲେ କେବେ ଅଲଗା ହୋଇ ରହିପାରିବା ନାହିଁ । ଆମ ସମସ୍ତଙ୍କ ପାଇଁ ତୁମେ ସର୍ବଦା ଅମର ହୋଇ ରହିବ । ତୁମର ହସ ବଳରେ ତୁମେ ଯେଉଁଠାରେ ରହିଲେ ମଧ୍ୟ ସେହି ସ୍ଥାନକୁ ନିଜର କରିନେବ। ଲଭ ୟୁ ଫନି ବୟ। ଯେତେଦିନ ଯାଏଁ ଦେଖାହୋଇନି, ସେତିକି ଦିନ ଯାଏଁ ଲଭ ୟୁ ।"