ହାଇଦ୍ରାବାଦ: ରଣବୀର କପୁର ଏବଂ ଆଲିଆ ଭଟ୍ଟଙ୍କ ପରିବାରରେ ଚାଲିଛି ଖୁସିର ମାହୋଲ । ଗୋଟିଏ ପଟେ ରଣବୀର କପୁର ଏବଂ ଆଲିଆ ଭଟ୍ଟ ପିତାମାତା ହେବାକୁ ଯାଉଥିବାବେଲେ ଗତକାଲି ଶାଶୁ ନୀତୁ କପୁରଙ୍କ ଜନ୍ମଦିନ ଥିଲା । ଏହି ଅବସରରେ ଆଲିଆ ଭଟ୍ଟ ଶାଶୁଙ୍କୁ ତାଙ୍କ ଜନ୍ମଦିନରେ ଏକ ବିଶେଷ ଢଙ୍ଗରେ ଶୁଭେଚ୍ଛା ଜଣାଇଛନ୍ତି ।
ଶାଶୁଙ୍କୁ ଜନ୍ମଦିନରେ ଶୁଭେଚ୍ଛା ଜଣାଇ ଆଲିଆ ଭଟ୍ଟ ଏକ ସ୍ମରଣୀୟ ଫଟୋ ମଧ୍ୟ ସେୟାର କରିଛନ୍ତି । ଏହି ଫଟୋ ଆଲିଆଙ୍କ ହଳଦି ସମାରୋହର, ଯେଉଁଥିରେ ନୀତୁ କପୁର ବୋହୂ ଆଲିଆଙ୍କ କପାଳକୁ ଚୁମ୍ବନ ଦେଇ ତାଙ୍କୁ ଆଶୀର୍ବାଦ ଦେଉଥିବାର ନଜର ଆସିଛି । ଏହି ଫଟୋ ଶେୟାର କରି ଆଲିଆ ଲେଖିଛନ୍ତି, “ବହୁତ ସୁନ୍ଦର ଆତ୍ମା...ମୋ ଶାଶୁ ମାଆ, ବନ୍ଧୁ ଏବଂ ଶୀଘ୍ର ହେବାକୁ ଯାଉଥିବା ନାନୀଙ୍କୁ ଜନ୍ମଦିନର ଅନେକ ଶୁଭେଚ୍ଛା .. ମୋ ତରଫରୁ ଢେର ସାରା ଭଲପାଇବା ।''