ଓଡିଶା

odisha

ହଲିଉଡ ଫିଲ୍ମକୁ ନେଇ ଆଲିଆଙ୍କ ଖୁଲାସା, Heart Of Stone ପାଇଁ ଜୁମ୍‌କୁ ଦେଲେ ଧନ୍ୟବାଦ

By

Published : Aug 27, 2022, 11:16 AM IST

ନିକଟରେ ଆଲିଆ ଭଟ୍ଟ ତାଙ୍କ ହଲିଉଡ ଡେବ୍ୟୁ ଫିଲ୍ମ ହାର୍ଟ ଅଫ୍ ଷ୍ଟୋନ (Heart Of Stone)ର ସୁଟିଂ ଶେଷ କରିଛନ୍ତି । ଏହି ସମୟରେ, ଆଲିଆ କିପରି ହଲିଉଡ ଫିଲ୍ମ ପାଇଲେ ତାହାର ଖୁଲାସା କରିଛନ୍ତି । ଅଧିକ ପଢନ୍ତୁ

ହଲିଉଡ ଫିଲ୍ମକୁ ନେଇ ଆଲିଆଙ୍କ ଖୁଲାସା, Heart Of Stone ପାଇଁ ଜୁମ୍‌କୁ ଦେଲେ ଧନ୍ୟବାଦ
ହଲିଉଡ ଫିଲ୍ମକୁ ନେଇ ଆଲିଆଙ୍କ ଖୁଲାସା, Heart Of Stone ପାଇଁ ଜୁମ୍‌କୁ ଦେଲେ ଧନ୍ୟବାଦ

ମୁମ୍ବାଇ: ଆଲିଆ ଭଟ୍ଟ (Alia Bhatt) ବଲିଉଡର ସର୍ବୋତ୍ତମ ଅଭିନେତ୍ରୀମାନଙ୍କ ମଧ୍ୟରୁ ଜଣେ । ବଲିଉଡରେ ତାଙ୍କ ଅଭିନୟର ଯାଦୁ ଚାଲିବା ପରେ ଏବେ ସେ ହଲିଉଡ ଯାତ୍ରା ଆରମ୍ଭ କରିଛନ୍ତି । ଏହି ଅଭିନେତ୍ରୀ ନିକଟରେ ତାଙ୍କ ହଲିଉଡ ଡେବ୍ୟୁ ଫିଲ୍ମ 'ହାର୍ଟ ଅଫ୍ ଷ୍ଟୋନ' (Heart Of Stone) ର ସୁଟିଂ ଶେଷ କରିଛନ୍ତି। ଟମ୍ ହାରପର୍ ଚଳଚ୍ଚିତ୍ରରେ ଓ୍ବାଣ୍ଡର ଓମ୍ୟାନ୍ ଗାଲ ଗାଡୋଟ୍ ଏବଂ ଜେମି ଡର୍ନାନ୍ (Jamie Dornan) ମଧ୍ୟ ଅଭିନୟ କରିଛନ୍ତି । ଆଜିକାଲି ବଲିଉଡ ଅଭିନେତ୍ରୀ ଗର୍ଭଧାରଣ ସମୟକୁ ଉପଭୋଗ କରୁଛନ୍ତି ଏବଂ ସ୍ୱାମୀ ରଣବୀର କପୁରଙ୍କ ସହ ପ୍ରଥମ ଥର ପାଇଁ ଫିଲ୍ମ 'ବ୍ରହ୍ମାସ୍ତ୍ର'ରେ ଦେଖିବାକୁ ମିଳିବ । ଏହି ଚଳଚ୍ଚିତ୍ର 9 ସେପ୍ଟେମ୍ବର 2022ରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରୁଛି । ଏହି ସମୟରେ, ଆଲିଆ କିପରି ହଲିଉଡ ଫିଲ୍ମ ପାଇଲେ ତାହାର ଖୁଲାସା କରିଛନ୍ତି ।

ନିକଟରେ ଏକ ସାକ୍ଷାତକାରରେ ଆଲିଆ ଭଟ୍ଟ କହିଛନ୍ତି ଯେ, ଚଳଚ୍ଚିତ୍ର ନିର୍ଦ୍ଦେଶକ ଭିଡିଓ କନଫରେନ୍ସିଂ ମାଧ୍ୟମରେ ହଲିଉଡ ଚଳଚ୍ଚିତ୍ର ନିର୍ଦ୍ଦେଶକଙ୍କୁ ଭେଟିଥିଲେ। ଆଲିଆ କହିଛନ୍ତି ଯେ 'ହାର୍ଟ ଅଫ୍ ଷ୍ଟୋନ'ର ସହ-ଷ୍ଟାର୍ ଗାଲ୍‌ ଗାଡୋଟ୍‌ଙ୍କୁ ପ୍ରଶଂସା କରିବାବେଳେ ସେ କହିଥିଲେ ଯେ ତାଙ୍କ ଯୋଗୁ ଫିଲ୍ମ କରିବାକୁ ସେ ବହୁତ ଉତ୍ସାହିତ ଥିଲେ ।

Zoomରେ ଆଲିଆଙ୍କ ନିର୍ଦ୍ଦେଶକଙ୍କ ସହ ହୋଇଥିଲା ଭେଟ

ଏକ ସାକ୍ଷାତକାରରେ ଆଲିଆ ଭଟ୍ଟ କହିଛନ୍ତି ଯେ, ସ୍କ୍ରିପ୍ଟ ପଢିବା ପରେ ଫିଲ୍ମ ନିର୍ଦ୍ଦେଶକଙ୍କ ସହ ମୋର ଏକ ଭର୍ଚୁଆଲ୍ ମିଟିଂ ହୋଇଥିଲା। ଟିମ୍‌ କହିଥିଲା ଯେ ଆପଣ ସ୍କ୍ରିପ୍ଟ ପଢନ୍ତୁ ଏବଂ ଯଦି ଆପଣ ଆଗ୍ରହୀ, ତେବେ ଜୁମ୍‌ରେ ନିର୍ଦ୍ଦେଶକଙ୍କୁ ଭେଟନ୍ତୁ | ଜୁମ୍‌ରେ ଏକ ଭର୍ଚୁଆଲ୍ ମିଟିଂ ଆୟୋଜନ କରନ୍ତୁ । ମୁଁ ଜୁମ୍‌କୁ ଧନ୍ୟବାଦ ଦେବାକୁ ଚାହେଁ ଯେ ଏହା ଯୋଗୁ ହିଁ ସମ୍ଭବ ହେଲା । ସ୍କ୍ରିପ୍ଟ ପଢିବାବେଳେ ଯେତେବେଳେ ମୁଁ ଜାଣିଲି ଯେ ଏହି ଫିଲ୍ମରେ ଗାଲ ଗାଡୋଟ୍ ମଧ୍ୟ ଅଭିନୟ କରୁଛନ୍ତି ଏବଂ ଏହାକୁ ପ୍ରସ୍ତୁତ କରୁଛନ୍ତି, ମୁଁ ଅତ୍ୟଧିକ ଖୁସି ହୋଇଯାଇଥିଲି କାରଣ ମୁଁ ତାଙ୍କର ଜଣେ ବଡ଼ ପ୍ରଶଂସକ ଅଟେ ।

ନେଟଫ୍ଲିକ୍ସରେ ମୁକ୍ତିଲାଭ କରିବ

'ହାର୍ଟ ଅଫ୍ ଷ୍ଟୋନ' ନେଟଫ୍ଲିକ୍ସରେ ମୁକ୍ତିଲାଭ କରିବ। ଜୁଲାଇରେ ନିଜେ ଆଲିଆ କହିଥିଲେ ଯେ ଆକ୍ସନ୍ ଡ୍ରାମା ଫିଲ୍ମର ସୁଟିଂ ଶେଷ ହୋଇଛି। ଅଭିନେତ୍ରୀ ଇନଷ୍ଟାଗ୍ରାମରେ ଅନେକ ଫଟୋ ସେୟାର କରି ଏ ବିଷୟରେ ସୂଚନା ଦେଇଥିଲେ। ଆଲିଆ ଫିଲ୍ମର ନିର୍ଦ୍ଦେଶକ ତଥା ସହ-ତାରକାମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

'ହାର୍ଟ ଅଫ୍ ଷ୍ଟୋନ'ର ସୁଟିଂ ସମୟରେ ଗର୍ଭଧାରଣ ବିଷୟରେ ଆଲିଆ ଭଟ୍ଟ କହିଥିଲେ । ଏକ ସାକ୍ଷାତକାରରେ ଅଭିନେତ୍ରୀ କହିଥିଲେ ଯେ 'ପ୍ରଥମ ଥର ପାଇଁ ହଲିଉଡ ଏବଂ ଆକ୍ସନ୍ ଫିଲ୍ମ ସୁଟିଂ କରିବା ମୋ ପାଇଁ ଏକ ବଡ଼ ଅନୁଭୂତି ଥିଲା । ଲୋକଙ୍କ ଆଚରଣ ଏତେ ଭଲ ଥିଲା ଯେ ମୁଁ ଏହାକୁ କେବେବି ଭୁଲି ପାରିବି ନାହିଁ ।

ABOUT THE AUTHOR

...view details