ମୁମ୍ବାଇ: ନିଜ ଅଭିନୟ ବ୍ୟତୀତ ନିଜ ଲୁକ୍ସକୁ ନେଇ ଆଲିଆ ବେଶ ଲୋକପ୍ରିୟତା ହାସଲ କରିଛନ୍ତି । ଏଥିପାଇଁ ତାଙ୍କର ଫ୍ୟାନ ଫଲୋଇଂ ମଧ୍ୟ ଅଧିକ । କିନ୍ତୁ ବର୍ତ୍ତମାନ ଏକ ଭିଡିଓକୁ ନେଇ ପ୍ରଶଂସାର ପାତ୍ର ହୋଇ ପାରିଛନ୍ତି ଆଲିଆ । ନିକଟରେ ମେଟ ଗାଲାରେ ଜବରଦସ୍ତ ଷ୍ଟଇଲିସ୍ ଲୁକ୍ରେ ନଜର ଆସିଥିଲେ । ଯେଉଁଥିରେ ସେ ଭାରତରେ ପ୍ରସ୍ତୁତ ହ୍ବାଇଟ ମୋତି ଖଞ୍ଜିତ ଏକ ଫ୍ରକ୍ ପିନ୍ଧି ଖୁବ୍ ଚର୍ଚ୍ଚାରେ ରହିଥିଲେ ଆଲିଆ । ଏହି ଆଉଟ୍ଫିଟ୍ ସହ ଆଲିଆଙ୍କ ବାର୍ବି ଲୁକ୍ର ଫଟୋ ଏବଂ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା । ଯାହାକୁ ଫ୍ୟାନ୍ସ ଖୁବ ପସନ୍ଦ କରିଥିଲେ । ବର୍ତ୍ତମାନ ଆଲିଆ ଜଣେ ପାପାରାଜିଙ୍କ ମା'ଙ୍କୁ ଭେଟିଛନ୍ତି । ପାପାରାଜିଙ୍କ ମା'ଙ୍କ ସହ ଆଲିଆଙ୍କ ବ୍ୟବହାର ଦେଖିବା ଫ୍ୟାନ୍ସ ତାଙ୍କୁ ବାହା ବାହା ଦେବାରେ ଲାଗିଛନ୍ତି । ଆଲିଆଙ୍କ ଏହି ଭିଡିଓ ଫ୍ୟାନ୍ସ ଏବଂ ନେଟିଜେନ୍ସଙ୍କ ହୃଦୟ ଜିତିଛି ।
ମୁମ୍ବାଇର ଏକ ଇଭେଣ୍ଟ୍ରେ ଆଲିଆ ପାପାରାଜିଙ୍କ ମା'ଙ୍କୁ ଭେଟିଛନ୍ତି । ଏହି ସମୟରେ ଆଲିଆ ତାଙ୍କ ମା'ଙ୍କ ସହ ହାତ ମିଳାଇବା ସହ ଆପଣଙ୍କୁ ମିଶି ବହୁତ ଭଲ ଲାଗିଲା ବୋଲି କହିଛନ୍ତି । ଏଥିସହ ସେ ଫଟୋଗ୍ରାଫର ଆଡକୁ ଚାହିଁ ତାଙ୍କ ମା'ଙ୍କୁ ଆହୁରି ମଧ୍ୟ କହିଛନ୍ତି ଯେ, 'ତୁମ ପୁଅ ମୋତେ ବହୁତ ହଇରାଣ କରୁଛି । ତୁମ ପୁଅ ମୋତେ ଥଟ୍ଟା କରିଚାଲିଛି, କିନ୍ତୁ ସେ ବହୁତ ଭଲ କାମ କରୁଛି । ଏହି ଇଭେଣ୍ଟରେ ଆଲିଆଙ୍କୁ କାଜୁଆଲ୍ ଲୁକରେ ଦେଖିବାକୁ ମିଳିଥିଲା । ସେ ଏକ ଧଳା ଟି-ସାର୍ଟ ଏବଂ ନୀଳ ରଙ୍ଗର ଜିନ୍ସ ଫ୍ୟାଣ୍ଟରେ ନଜର ଆସିଥିଲେ । ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ପ୍ରଶଂସକ ଏହାକୁ ପସନ୍ଦ କରିବା ସହ କମେଣ୍ଟରେ ଆଲିଆଙ୍କ ପ୍ରଶଂସା କରିଛନ୍ତି।