ଓଡିଶା

odisha

ETV Bharat / entertainment

ହଲିଉଡ ଫିଲ୍ମର ସୁଟ୍ ପାଇଁ ବାହାରିଲେ ଆଲିଆ ଭଟ୍ଟ, ସେୟାର କଲେ ଫଟୋ - ଫିଲ୍ମ ହାର୍ଟ ଅଫ୍ ଷ୍ଟୋନ

ଆଲିଆ ଭଟ୍ଟଙ୍କୁ ଏକ ହଲିଉଡ୍ ପ୍ରୋଜେକ୍ଟ ମିଳିଛି । ଯେଉଁଥିପାଇଁ ଅଭିନେତ୍ରୀ ବିଦେଶ ଯାତ୍ରାରେ ବାହାରି ସାରିଛନ୍ତି। ସୋସିଆଲ ମିଡିଆ ପୋଷ୍ଟ ମାଧ୍ୟମରେ ଆଲିଆ ଭଟ୍ଟ ନିଜେ ଏହି ବିଷୟରେ ସୂଚନା ଦେଇଛନ୍ତି। ଅଧିକ ପଢନ୍ତୁ

ହଲିଉଡ ଫିଲ୍ମର ସୁଟିଂ ପାଇଁ ବାହାରିଲେ ଆଲିଆ ଭଟ୍ଟ, ସେୟାର କଲେ ଫଟୋ
ହଲିଉଡ ଫିଲ୍ମର ସୁଟିଂ ପାଇଁ ବାହାରିଲେ ଆଲିଆ ଭଟ୍ଟ, ସେୟାର କଲେ ଫଟୋ

By

Published : May 19, 2022, 5:01 PM IST

ହାଇଦ୍ରାବାଦ: ଦର୍ଶକଙ୍କ ହୃଦୟରେ ରାଜ କରୁଥିବା ବଲିଉଡ ଅଭିନେତ୍ରୀ ଆଲିଆ ଭଟ୍ଟ ଏବେ ହଲିଉଡରେ ନିଜର କମାଲ ଦେଖାଇବାକୁ ପ୍ରସ୍ତୁତ ଅଛନ୍ତି । ଅଭିନେତ୍ରୀଙ୍କ ପୂର୍ବ ଚଳଚ୍ଚିତ୍ର ଗଙ୍ଗୁବାଇ କାଠିଆୱାଡି ବକ୍ସ ଅଫିସରେ ବହୁତ ରୋଜଗାର କରିଥିଲା ​​। ପ୍ରେକ୍ଷାଳୟ ପରେ OTT ରେ ମଧ୍ୟ ଏହି ଚଳଚ୍ଚିତ୍ରକୁ ବହୁତ ପସନ୍ଦ କରାଯାଉଛି। ଏତେ ବଡ ହିଟ୍ ଫିଲ୍ମ ଦେବା ପରେ ବର୍ତ୍ତମାନ ଆଲିଆ ଭଟ୍ଟଙ୍କୁ ଏକ ହଲିଉଡ୍ ପ୍ରୋଜେକ୍ଟ ମିଳିଛି । ଯେଉଁଥିପାଇଁ ଅଭିନେତ୍ରୀ ବିଦେଶ ଯାତ୍ରାରେ ବାହାରି ସାରିଛନ୍ତି । ସୋସିଆଲ ମିଡିଆ ପୋଷ୍ଟ ମାଧ୍ୟମରେ ଆଲିଆ ଭଟ୍ଟ ନିଜେ ଏହି ବିଷୟରେ ସୂଚନା ଦେଇଛନ୍ତି ।

ହଲିଉଡ ଫିଲ୍ମ 'ହାର୍ଟ ଅଫ୍ ଷ୍ଟୋନ'ର ସୁଟିଂ ପାଇଁ ଆଲିଆ ଭଟ୍ଟ ଯାଇଛନ୍ତି । ସେ ତାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଏକ ପୋଷ୍ଟ କରିଥିଲେ। ପୋଷ୍ଟରେ ଏହା ଦେଖିବାକୁ ମିଳିଛି ଯେ ଅଭିନେତ୍ରୀ କାରର ପଛ ସିଟରେ ବସିଛନ୍ତି । ସେ ବହୁତ ହାଲୁକା ମେକଅପ୍ ସହିତ ଅତି ସିମ୍ପଲ ଲୁକ୍ ନେଇଛନ୍ତି । ଅଭିନେତ୍ରୀ ଭାରୀ କାନଫୁଲ ଏବଂ ଖୋଲା କେଶ ସହିତ ନିଜର ଲୁକକୁ ପୁରା କରିଛନ୍ତି ।

ଆଲିଆ ଭଟ୍ଟ ତାଙ୍କ ପୋଷ୍ଟରେ କ୍ୟାପସନ ଲେଖିଛନ୍ତି - 'ଆଜି ମୁଁ ମୋର ପ୍ରଥମ ହଲିଉଡ ଫିଲ୍ମର ସୁଟିଂ ପାଇଁ ଯାଉଛି। ଏମିତି ଲାଗୁଛି ଯେମିତି ପୁଣି ଥରେ ଏକ ନୂଆ ଆରମ୍ଭ ହେଉଛି । ମୁଁ ଏହାକୁ ନେଇ ବହୁତ ନର୍ଭସ ଅଛି। ତେବେ ଏଥିପାଇଁ ଲୋକମାନେ ତାଙ୍କୁ ଶୁଭେଚ୍ଛା ଜଣାନ୍ତୁ ବୋଲି ଅଭିନେତ୍ରୀ ଆଲିଆ ଚାହୁଁଛନ୍ତି । ଯାହା ପରେ ସମସ୍ତ ପ୍ରଶଂସକ ତାଙ୍କୁ ଅଭିନନ୍ଦନ ଜଣାଇବା ଆରମ୍ଭ କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details