ହାଇଦ୍ରାବାଦ:ସିନେମା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପ୍ରାପ୍ତ କରିଥିବା ସେଲିବ୍ରିଟିଙ୍କୁ ସମ୍ମାନିତ କରିବା ପାଇଁ 69 ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ବିତରଣ କାର୍ଯ୍ୟକ୍ରମ ନୂଆଦିଲ୍ଲୀର ବିଜ୍ଞାନ୍ ଭବନରେ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ମନୋନୀତ ତାରକା ଏଠାରେ ସାମିଲ ହୋଇଛନ୍ତି । ତେବେ ସମସ୍ତ ବିଜେତାଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଦ୍ବାରା ସମ୍ମାନିତ କରାଯିବ ।
ଅଗଷ୍ଟରେ ବିଜେତାଙ୍କ ନାଁ ଘୋଷଣା କରାଯାଇଥିଲା । ବର୍ତ୍ତମାନ ସେହି ସମସ୍ତ ମନୋନୀତ ସେଲିବ୍ରିଟି ଭାରତର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ମାନିତ କରିବେ। ପ୍ରେସ ସୂଚନା ବ୍ୟୁରୋ ଏହାର ସୋସିଆଲ ମିଡିଆ ଚ୍ୟାନେଲରେ ସମାରୋହକୁ ଲାଇଭ୍ ଷ୍ଟ୍ରିମ୍ କରିଛି । ଏହି ଅବସରରେ ବଲିଉଡ ଫିଲ୍ମ ନିର୍ଦ୍ଦେଶକ କରଣ ଜୋହର, ଅଭିନେତ୍ରୀ ଆଲିଆ ଭଟ୍ଟ, କ୍ରିତି ସାନନ ଏବଂ ସାଉଥ ସୁପରଷ୍ଟାପର ଅଲ୍ଲୁ ଅର୍ଜୁନ, ଫିଲ୍ମ ନିର୍ଦ୍ଦେଶକ ଏସ ଏସ ରାଜାମୌଲି କାର୍ଯ୍ୟକ୍ରମ ରେଡ କାପେର୍ଟରେ ସାମିଲ ହୋଇଛନ୍ତି ।
69 ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ରେଡ କାର୍ପେଟରେ RRR ରେ ଏସ ଏସ ରାଜାମୌଲି:ରେଡ କାର୍ପେଟରେ ଗଣମାଧ୍ୟମ ସହ କଥାବାର୍ତ୍ତା କରି ଏସ୍ ଏସ ରାଜାମୌଲି କହିଛନ୍ତି, "ମୌଳିକ ଭାବରେ ମୁଁ ଜଣେ ଚଳଚ୍ଚିତ୍ର ନିର୍ମାତା ଯିଏ ଦର୍ଶକଙ୍କ ପାଇଁ ଚଳଚ୍ଚିତ୍ର ନିର୍ମାଣ କରୁଛି । ତେବେ ଏହି ପୁରସ୍କାର ମୋ ପାଇଁ ଏକ ବୋନସ୍ ଅଟେ । କିନ୍ତୁ ଯେତେବେଳେ ତୁମର ଚଳଚ୍ଚିତ୍ର ଜାତୀୟ ସ୍ତରରେ ମାନ୍ୟତା ପାଏ ଏବଂ ତୁମେ ତୁମର ଚଳଚ୍ଚିତ୍ର ପାଇଁ ୬ଟି ପୁରସ୍କାର ପାଏ । ତେବେ ତାହାଠାରୁ ଖୁସି କଥା ଆଉ କଣ ଅଛି । ଏଣୁ ମୁଁ ବହୁତ ଖୁସି ଅନୁଭବ କରୁଛି । ଏଥିସହ RRR ଯାତ୍ରାକୁ ନେଇ ରାଜାମୌଲି କହିଛନ୍ତି, ଟିମ୍ କେବେବି ଫିଲ୍ମର ରିଲିଜ ଦିନକୁ ଭୁଲିବ ନାହିଁ । ସୂଚନା ଥାଉ କି, 69 ତମ ଜାତୀୟ ପୁରସ୍କାରରେ ୬ଟି ବର୍ଗରେ ଆରଆରଆର ମନୋନୀତ ହୋଇଛି । ଶ୍ରେଷ୍ଠ ଲୋକପ୍ରିୟ ମନୋରଞ୍ଜନ ଚଳଚ୍ଚିତ୍ର, ଶ୍ରେଷ୍ଠ ପୁରୁଷ ପ୍ଲେ ବେକ ଗାୟକ, ଶ୍ରେଷ୍ଠ ସଂଗୀତ ନିର୍ଦ୍ଦେଶନା, ଶ୍ରେଷ୍ଠ ସ୍ପେଶାଲ ଇଫେକ୍ଟ, ଶ୍ରେଷ୍ଠ କୋରିଓଗ୍ରାଫି ଏବଂ ଶ୍ରେଷ୍ଠ ଆକ୍ସନ୍ ନିର୍ଦ୍ଦେଶନା ଏହି ଶ୍ରେଣୀଗୁଡ଼ିକରେ ଅନ୍ତର୍ଭୁକ୍ତ ।