ଓଡିଶା

odisha

By

Published : Apr 2, 2023, 3:26 PM IST

ETV Bharat / entertainment

NMACC Night: 'ନାଟୁ-ନାଟୁ'ରେ ପାୱାର୍ ପ୍ୟାକ୍ ପରଫରମାନ୍ସ ଦେଲେ ଆଲିଆ ଏବଂ ରଶ୍ମିକା

NMACC ର ଦ୍ବିତୀୟ ଦିନରେ ବଲିଉଡ ଅଭିନେତ୍ରୀ ଆଲିଆ ଭଟ୍ଟ ଏବଂ ରଶ୍ମିକା ମନ୍ଦାନା ଓସ୍କାର ବିଜେତା ଗୀତ 'ନାଟୁ ନାଟୁ'ରେ ଦମଦାର ଡ୍ୟାନ୍ସରେ ମଞ୍ଚରେ ନିଆଁ ଲଗାଇ ଦେଇଛନ୍ତି । ଦେଖିନ୍ତୁ ଭିଡିଓ

ଆଲିଆ ଏବଂ ରଶ୍ମିକା 'ନାଟୁ-ନାଟୁ'ରେ ପାୱାର୍ ପ୍ୟାକ୍ ଡ୍ୟାନ୍ସ
ଆଲିଆ ଏବଂ ରଶ୍ମିକା 'ନାଟୁ-ନାଟୁ'ରେ ପାୱାର୍ ପ୍ୟାକ୍ ଡ୍ୟାନ୍ସ

ମୁମ୍ବାଇ: ନୀତା ମୁକେଶ ଅମ୍ବାନୀ ସାଂସ୍କୃତିକ କେନ୍ଦ୍ର (NMACC)ର ଦ୍ବିତୀୟ ଦିନର ରାତିରେ ଅନେକ ସେଲିବ୍ରିଟିଙ୍କ ଦମଦାର ପରଫରମାନ୍ସ ଦେଖିବାକୁ ମିଳିଥିଲା । କାର୍ଯ୍ୟକ୍ରମରେ କିଙ୍ଗ୍‌ ଖାନ୍‌ ଶାହାରୁଖଙ୍କ ଦମଦାର ଡ୍ୟାନ୍ସ ଦେଖିବାକୁ ମିଳିଥିବା ବେଳେ ବଲିଉଡ ତାରକା ଆଲିଆ ଭଟ୍ଟ ଏବଂ ପୁଷ୍ପା ଅଭିନେତ୍ରୀ ରଶ୍ମିକା ମନ୍ଦାନାଙ୍କୁ ମଞ୍ଚରେ ଏକାଠି ଦେଖିବାକୁ ମିଳିଥିଲା । ଉଭୟ 'ଆରଆରଆର'ର ଓସ୍କାର ବିଜେତା ଗୀତ 'ନାଟୁ-ନାଟୁ'ରେ ପାୱାର୍ ପ୍ୟାକ୍ ପରଫରମାନ୍ସ ଦେଇ ଷ୍ଟେଜ୍‌ରେ ନିଆଁ ଲଗାଇ ଦେଇଥିଲେ । ଏହି ଦମଦାର ଡ୍ୟାନ୍ସ ଦେଖି ଫ୍ୟାନ୍ସ ଉଭୟଙ୍କୁ ଖୁବ ପ୍ରଶଂସା କରିଛନ୍ତି।

ଏହି କାର୍ଯ୍ୟକ୍ରମରେ ବଲିଉଡ ସୁପରଷ୍ଟାର ଶାହାରୁଖ ଖାନ, ବାଜିରାଓ ମସ୍ତାନୀ ଅଭିନେତା ରଣଭୀର ସିଂ, ବରୁଣ ଧୱନଙ୍କ ସମେତ ଅନେକ ସେଲିବ୍ରେଟି ମଞ୍ଚରେ ନିଜ ଦମଦାର ପରଫରମାନ୍ସ ଦେଇଥିଲେ । ଏହି ସମୟରେ ବଲିଉଡ ଅଭିନେତ୍ରୀ ଆଲିଆ ଭଟ୍ଟ ଏବଂ ରଶ୍ମିକାଙ୍କ 'ନାଟୁ-ନାଟୁ'ରେ ଦମଦାର ଡ୍ୟାନ୍ସ କରିଥିଲେ । ୟାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଆତଙ୍କ ସୃଷ୍ଟି କରୁଛି ।

ଭିଡିଓରେ ଆଲିଆ ଏବଂ ରଶ୍ମିକା RRR ଗୀତ ନାଟୁ-ନାଟୁରେ ପାୱାରପ୍ୟାକ୍ ପରଫରମାନ୍ସ ଦେଇ ଦର୍ଶକଙ୍କୁ ଉତ୍ସାହିତ କରିଥିବା ନଜର ଆସିଛି । ଆଲିଆଙ୍କୁ ଏକ ଧଳା ମିନି ଡ୍ରେସ୍‌ରେ ଦେଖିବାକୁ ମିଳିଥିବାବେଳେ ରଶ୍ମିକାଙ୍କୁ ଏକ ସୁନେଲୀ ରଙ୍ଗର ଶାଢୀରେ ଦେଖିବାକୁ ମିଳିଥିଲା । ଉଭୟଙ୍କ ଏହି ଭିଡିଓ ସୋସିଆଲ ମିଡିଆରେ ବେଶ୍‌ ଭାଇରାଲ ହୋଇଥିବା ବେଳେ ଫ୍ୟାନ୍ସ ଏହାକୁ ପସନ୍ଦ କରିବା ସହ ପ୍ରତିକ୍ରିୟାରେ ଉଭୟ ଅଭିନେତ୍ରୀଙ୍କ ଖୁବ ପ୍ରଶଂସା କରିଛନ୍ତି ।

ତେବେ ଏହି ଗ୍ରାଣ୍ଡ କାର୍ଯ୍ୟକ୍ରମରେ ବଲିଉଡର ଅନେକ ସେଲିବ୍ରିଟି ଓ ଶିଳ୍ପପତି ଯୋଗ ଦେଇଥିବା ବେଳେ ଅନେକ ଆନ୍ତର୍ଜାତୀୟ ସେଲିବ୍ରିଟିମାନେ ମଧ୍ୟ ସାମିଲ ହୋଇଥିଲେ । ଗିଗି ହାଦିଦ୍, ଟମ୍ ହଲାଣ୍ଡ ଏବଂ ଜେଣ୍ଡାୟା ଭଳି ସେଲିବ୍ରିଟି ଯୋଗ ଦେଇଥିଲେ । ଏହାରି ମଧ୍ୟରେ ଆମେରିକାର ସୁପର ମଡେଲ ଗିଗି ହାଦିଦଙ୍କ ସହ ବଲିଉଡ ଅଭିନେତା ବରୁଣ ଧୱନଙ୍କ ଏକ ବେଶ୍‌ ଭାଇରାଲ ହେଉଛି । ଫ୍ୟାନ୍ସମାନେ ଏହି ଭିଡିଓ ଦେଖି ପ୍ରତିକ୍ରିୟା ଦେଉଥିବା ଦେଖିବାକୁ ମିଳିଛି ।

NMACC ହେଉଛି ଏକ ବିଶାଳ ଷ୍ଟାର-ଷ୍ଟେଡ୍ ଅଫେୟର୍, ଯାହା ନୀତା ଅମ୍ବାନୀ ତଥା ମୁକେଶ ଅମ୍ବାନିଙ୍କ ଦ୍ବାରା ଆୟୋଜିତ ହୋଇଛି । ନୀତା ଏବଂ ମୁକେଶ ଅମ୍ବାନୀ ନୀତା ମୁକେଶ ଅମ୍ବାନୀ ସାଂସ୍କୃତିକ କେନ୍ଦ୍ର(NMACC)ର ଶୁଭାରମ୍ଭ ହୋଇଛି । ତେବେ ଏହି କାର୍ଯ୍ୟକ୍ରମରେ ଅନେକ ସେଲିବ୍ରିଟି ଯୋଗ ଦେବା ସହିତ ଦମଦାର ପରଫରମାନ୍ସ ଦେଇ କାର୍ଯ୍ୟକ୍ରମକୁ ସଫଳ କରିଛନ୍ତି ।

ABOUT THE AUTHOR

...view details