ହାଇଦ୍ରାବାଦ: ବଲିଉଡ୍ର କ୍ୟୁଟ୍ ପକଲଙ୍କ ମଧ୍ୟରେ ରଣବୀର କପୁର ଏବଂ ଆଲିଆ ଭଟ୍ଟଙ୍କ ଯୋଡ଼ି ଅନ୍ୟତମ । ଏହି ହମ୍ପତି ବର୍ତ୍ତମାନ ନ୍ୟୁୟର୍କ ସିଟିରେ ଛୁଟି କାଟୁଥିବା ଦେଖିବାକୁ ମିଳିଛି । ଏଠାରୁ ରଣବୀର ଆଲିଆଙ୍କ ଅନେକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ପୂର୍ବରୁ ରୋସ୍ତୋରାଁରେ ସାଙ୍ଗମାନଙ୍କ ସହ ବସିଥିବାର ଏକ ଫଟୋ ଭାଇରାଲ ପରେ ବର୍ତ୍ତମାନ ଉଭୟ ପୁଣି ଏକ ରୋସ୍ତୋରାଁରୁ ବାହାରିବା ସମୟରେ ଫ୍ୟାନ୍ସଙ୍କ ସହ କଥାବାର୍ତ୍ତା ହେଉଥିବା ନଜର ଆସିଥିଲେ ।
ରଣବୀର କପୁରଙ୍କ ଫ୍ୟାନ୍ସ ପେଜରେ ନ୍ୟୁୟର୍କର ଅନେକ ଫଟୋ ଏବଂ ଭିଡିଓ ସେୟାର କରାଯାଇଛି । ଯେଉଁଥିରେ ଆଲିଆ ରଣବୀର ନ୍ୟୁୟର୍କରେ ଭ୍ୟାକେସନକୁ ଖୁବ ଉପଭୋଗ କରୁଥିବା ଦେଖିବାକୁ ମିଳିଛି । ଏକ ଭିଡିଓରେ ରଣବୀର ଆଲିଆଙ୍କୁ ଏକ ରୋସ୍ତୋରାଁ ବାହାରେ ଫ୍ୟାନ୍ସଙ୍କ ସହ କଥାବାର୍ତ୍ତା ହେଉଥିବା ଦେଖିବାକୁ ମିଳିଛି । ଏହି ସମୟରେ ଆଲିଆଙ୍କୁ ଏକ ହ୍ବାଇଟ ଚେକ୍ ସାର୍ଟରେ ଦେଖିବାକୁ ମିଳିଥିବା ବେଳେ ରଣବୀରଙ୍କୁ ବ୍ଲାକ୍ ଆଉଟଫିଟ୍ ସହ କାଜୁଆଲ ଲୁକରେ ନଜର ଆସିଛନ୍ତି । ଏହି ସମୟରେ ଫ୍ୟାନ୍ସ ଉଭୟଙ୍କୁ ସେଲ୍ଫି ନେବା ପାଇଁ ଅନୁରୋଧ କରିଥିଲେ। ରଣବୀର ଆଲିଆ ମଧ୍ୟ ହସି ସେମାନଙ୍କ ସହ ସେଲଫି ନେଇଥିଲେ।
ଅନ୍ୟ ଏକ ଫଟୋରେ ରଣବୀର ଆଲିଆ ଏକ ରୋସ୍ତୋରାଁରେ ତାଙ୍କ ସାଙ୍ଗମାନଙ୍କ ସହ ବସିଥିବାର ନଜର ଆସିଛନ୍ତି। ସେହିପରି ଆଉ ଏକ ଫଟୋରେ ରୋସ୍ତୋରାଁରେ ଉଭୟ କିଛି ଲୋକଙ୍କ ସହ ବସିଛନ୍ତି। ଏହି ସମୟରେ ରଣଭୀରଙ୍କୁ ଏକ ନୂଆ ହେୟାର ଷ୍ଟାଇଲରେ ଦେଖିବାକୁ ମିଳିଛି। ଯାହା ଫ୍ୟାନ୍ସଙ୍କ ଦୃଷ୍ଟି ଆକର୍ଷଣ କରିଛି। ରଣବୀର ଏବଂ ଆଲିଆ ବ୍ଲାକ ଆଉଟଫିଟରେ ନଜର ଆସିଛନ୍ତି । ପରେ ଜଣେ ଫ୍ୟାନ୍ସଙ୍କ ସହ ରଣବୀର ସେଲଫି ମଧ୍ୟ ନେଉଥିବାର ଦେଖିବାକୁ ମିଳିଛି । ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି ।
ଏହା ମଧ୍ୟ ପଢନ୍ତୁ:Alia And Ranbir Vacation: ନ୍ୟୁୟର୍କରେ ସ୍ବାମୀଙ୍କ ସହ ଛୁଟି କାଟୁଛନ୍ତି ଗଙ୍ଗୁବାଇ
ୱାର୍କ ଫ୍ରଣ୍ଟ୍ କଥା କହିବାକୁ ଗଲେ, ରଣବୀରଙ୍କ ଶେଷ ଚଳଚ୍ଚିତ୍ର ରୋମାଣ୍ଟିକ୍ କମେଡି ତୁ ଝୁଟି ମେ ମକ୍କାରେ ଦେଖିବାକୁ ମିଳିଥିଲା । ତେବେ ସନ୍ଦୀପ ରେଡ୍ଡୀ ଭଙ୍ଗାଙ୍କ ନିର୍ଦ୍ଦେଶିତ ତାଙ୍କ ଆଗାମୀ ପ୍ରୋଜେକ୍ଟ 'ଆନିମଲ୍' ସହ ପ୍ରଶଂସକମାନେ ଉତ୍ସାହର ସହ ଅପେକ୍ଷା କରିଛନ୍ତି । ଏହି ସମୟରେ, ଆଲିଆ ଭଟ୍ଟ କରଣ ଜୋହରଙ୍କ ଫିଲ୍ମ ରକି ଔର ରାନୀ କି ପ୍ରେମ କାହାନୀ ଫିଲ୍ମରେ ଦେଖିବାକୁ ମିଳିଥିଲା । ଏଥିସହ ଫିଲ୍ମ ହାର୍ଟ୍ ଅଫ୍ ଷ୍ଟୋନ୍ ସହ ହଲିଉଡ୍ରେ ଡେବ୍ୟୁ କରିଥିଲେ । ଯାହା ଓଟିଟିରେ ରିଲିଜ ହୋଇଥିଲା । ସେପଟେ ଗଙ୍ଗୁବାଇ କାଠିଆୱାଡି ଫିଲ୍ମ ପାଇଁ ମଧ୍ୟ ଶ୍ରେଷ୍ଠ ଅଭିନେତ୍ରୀ ଭାବେ ଆଲିଆଙ୍କୁ ଜାତୀୟ ପୁରସ୍କାର ମିଳିବ ।