ହାଇଦ୍ରାବାଦ:ଆଲିଆ ଭଟ୍ଟ ଏବଂ ରଣବୀର କପୁରଙ୍କ ବିବାହକୁ ନେଇ ଜୋର ଧରିଛି ଚର୍ଚ୍ଚା । ଗୋଟେ ପଟେ କପୁର ଏବଂ ଭଟ୍ଟ ପରିବାରରେ ବିବାହର ପ୍ରସ୍ତୁତି ଜୋରସୋରରେ ଚାଲିଥିବାବେଳେ ଅନ୍ୟ ପଟେ ବିବାହ ତାରିଖ ବାରମ୍ବାର ପରିବର୍ତ୍ତନ କରାଯାଉଛି । ଶୀଘ୍ର ବିବାହର କାରଣ ହେଉଛି ଆଲିଆ ଭଟ୍ଟଙ୍କ ଅସୁସ୍ଥ ଜେଜେମାଆ, ଯିଏ ଆଲିଆଙ୍କ ବିବାହ ଦେଖିବାକୁ ଚାହାଁନ୍ତି । ପ୍ରକାଶ ହୋଇଥିଲା ଯେ, ଏହି ଲଭବାର୍ଡଙ୍କ ବିବାହ ଉତ୍ସବ ଚାରି ଦିନ ପର୍ଯ୍ୟନ୍ତ ଚାଲିବ ଏବଂ ଏପ୍ରିଲ୍ 17ରେ ଦୁହେଁ ଚିରଦିନ ପାଇଁ ବିବାହ ବନ୍ଧନରେ ବାନ୍ଧି ହେବେ । ବର୍ତ୍ତମାନ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ ବିବାହର ତାରିଖ ପରିବର୍ତ୍ତନ କରାଯାଇଛି।
ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଏହି ବିବାହ ଚେମ୍ବୁର ସ୍ଥିତ ଆର.କେ ଷ୍ଟୁଡିଓରେ ହେବ । ରଣବୀରଙ୍କ ପିତାମାତା ଏହି ଷ୍ଟୁଡିଓରେ ବିବାହ କରିଥିଲେ । କିନ୍ତୁ ବର୍ତ୍ତମାନ କୁହାଯାଉଛି ଯେ ଏହି ଦମ୍ପତି ସେମାନଙ୍କ ଯୋଜନା ବଦଳାଇଛନ୍ତି। 13 ଏପ୍ରିଲରେ ମେହେନ୍ଦୀ ସେରେମନି ରଖାଯାଇଛି ଏବଂ ଏହି ବିବାହ 17 ଏପ୍ରିଲ ପରିବର୍ତ୍ତେ ଦୁଇ ଦିନ ପୂର୍ବରୁ ଅର୍ଥାତ 15 ଏପ୍ରିଲରେ ହେବ ।
ପଞ୍ଜାବୀ ରୀତିନୀତି ଅନୁଯାୟୀ ଏହି ବିବାହ ହେବ । ଏପ୍ରିଲ୍ 15 ତାରିଖ ରାତି 2 ଟାରୁ 4 ଟା ମଧ୍ୟରେ ଏହି ଦମ୍ପତି ସାତ ଫେରା ନେବେ । ଏପ୍ରିଲ 16 ସକାଳେ ଦମ୍ପତି ବରମାଳା ପରେ ଗଣମାଧ୍ୟମ ସମ୍ମୁଖକୁ ଆସିବେ ।
ବରମାଳା ପାଇଁ ଏପ୍ରିଲ୍ 16 କାହିଁକି ବଛାଗଲା ?
16 ତାରିଖ ବାଛିବା ପଛରେ କାରଣ, ଦିବଂଗତ ଅଭିନେତା ଋଷି କପୁର, ନୀତି କପୁର ଏବଂ ରଣବୀର କପୁରଙ୍କ ଲକି ନମ୍ବର 8 । ଏଭଳି ପରିସ୍ଥିତିରେ, ଏପ୍ରିଲ୍ 15ର ରାତିରେ (ଏପ୍ରିଲ୍ 16 ର ସକାଳେ) ରଣବୀର-ଆଲିଆ ସାତ ଫେରା ନେବେ । 16 (ତାରିଖ) - 4 (ମାସ) + 2022 (ବର୍ଷ) = 2042, ତେଣୁ ଯେତେବେଳେ 2042 ଯୋଡାଯାଏ, ସମୁଦାୟ ସଂଖ୍ୟା ହେଉଛି 2 + 0 + 4 + 2 = 8, ଯାହାକି ରଣବୀରଙ୍କ ଲକି ସଂଖ୍ୟା ।
ବିବାହ ଉତ୍ସବର ତାରିଖ
ବର୍ତ୍ତମାନ କୁହାଯାଉଛି ଯେ ଆଲିଆ-ରଣବୀରଙ୍କ ବିବାହ ଉତ୍ସବ ଏପ୍ରିଲ 13 ରୁ ଆରମ୍ଭ ହେବ ଏବଂ ଏହି ଦମ୍ପତି 15 ଏପ୍ରିଲରେ ବିବାହ କରିବେ।