ଓଡିଶା

odisha

ETV Bharat / entertainment

Mirzapur Season 3: ପୋଷ୍ଟ ସେୟାର କରି ଅଲି ଫଜଲ କହିଲେ-ଗୁଡ୍ଡୁ ଭୈୟା ଆସୁଛନ୍ତି - ମିର୍ଜାପୁରରେ ଅଲି ଫଜଲ

ପୁଣି ଥରେ ପ୍ରଶଂସକଙ୍କ ପାଇଁ ଖୁସି ଖବର ଆସିଛି । ଅଭିନେତା ଅଲି ଫଜଲ ଏହି ଚର୍ଚ୍ଚିତ ୱେବ୍ ସିରିଜର ସିଜନ 3ର ସୁଟିଂ ଆରମ୍ଭ କରିଛନ୍ତି । ଅଧିକ ପଢନ୍ତୁ

ପୋଷ୍ଟ ସେୟାର କରି ଅଲି ଫଜଲ କହିଲେ- ଗୁଡ୍ଡୁ ଭୈୟା ଆସୁଛନ୍ତି
ପୋଷ୍ଟ ସେୟାର କରି ଅଲି ଫଜଲ କହିଲେ- ଗୁଡ୍ଡୁ ଭୈୟା ଆସୁଛନ୍ତି

By

Published : May 13, 2022, 10:25 PM IST

ମୁମ୍ବାଇ: 'ମିର୍ଜାପୁର' ରେ ଗୁଡ୍ଡୁ ଭୈୟା ଭୂମିକାରେ ଅଲି ଫଜଲଙ୍କୁ ଦର୍ଶକମାନେ ଖୁବ୍‌ ପସନ୍ଦ କରିଥିଲେ। ସେ ପରଦାରେ ଗୁଡ୍ଡୁ ଭୈୟାଙ୍କ ଭୂମିକାକୁ ଜୀବନ୍ତ କରିଦେଇଥିଲେ। ଏବେ ପୁଣି ଥରେ ପ୍ରଶଂସକଙ୍କ ପାଇଁ ଖୁସି ଖବର ଆସିଛି । ଅଭିନେତା ଏହି ଚର୍ଚ୍ଚିତ ୱେବ୍ ସିରିଜର ସିଜନ 3ର ସୁଟିଂ ଆରମ୍ଭ କରିଛନ୍ତି । ପ୍ରାଇମ୍ ଭିଡିଓ କିଛି ସପ୍ତାହ ପୂର୍ବରୁ 'ମିର୍ଜାପୁର'ର ନୂଆ ସିଜନର ଘୋଷଣା କରିଥିଲେ ।

ବର୍ତ୍ତମାନ ଅଲି ଫଜଲ ମଇ 12 ଗୁରୁବାର ଦିନ ସିରିଜରୁ ତାଙ୍କ ଲୁକ୍ ସେୟାର କରି ପ୍ରଶଂସକଙ୍କୁ ଉତ୍ସାହିତ କରିଦେଇଛନ୍ତି । ବ୍ଲାକ ଆଣ୍ଡ ହ୍ବାଇଟ ଫଟୋରେ ଅଭିନେତା ଏକ ଭୟାନକ ପୋଜରେ ବସିଥିବାର ନଜର ଆସିଛନ୍ତି । ସେ ଗୋଟିଏ ହାତରେ ବନ୍ଧୁକ ଧରିଥିବାର ନଜର ଆସିଛନ୍ତି। ଫଟୋର ବ୍ୟାକଗ୍ରାଉଣ୍ଡରେ ତେଲ ଡବା ଏବଂ ସେଲ୍ଫ ନଜର ଆସୁଛି।

ଅଲି ଫଜଲ ତାଙ୍କର ଏହି ଖାସ ଅନ୍ଦାଜ ସହିତ 'ମିର୍ଜାପୁର'କୁ ଏକ ରୋମାଞ୍ଚକର ସିରିଜ୍ ବନାଇ ଦେଇଥିଲେ । ଫଟୋ ସେୟାର କରି ଅଲି ଫଜଲ ଲେଖିଛନ୍ତି, 'ଏବଂ ସମୟ ଆରମ୍ଭ ହେଉଛି! ପ୍ରସ୍ତୁତି, ରିହର୍ସଲ୍, ରିଡିଙ୍ଗ୍‌ । ସେ ଗୁଡ୍ଡୁ ପଣ୍ଡିତ ଷ୍ଟାଇଲରେ ଆଗକୁ ଲେଖିଛନ୍ତି, 'ବାଡି କାଠି ନୁହେଁ, ବର୍ତ୍ତମାନ ତଳୁ ଜୋତା ଏବଂ ଉପରୁ ବନ୍ଧୁକରୁ ଫାୟର ହେବ । ଗୁଡ୍ଡୁ ଆସୁଛନ୍ତି .. ନିଜେ ନିଜେ। '

ପୋଷ୍ଟ ସେୟାର ହେବାର କିଛି ମିନିଟ୍ ପରେ ଅଲିଙ୍କ ଗର୍ଲଫ୍ରେଣ୍ଡ ରିଚା ଚଢା ଏକ ନାଲି ହୃଦୟ ଇମୋଜି ସେୟାର କରିଛନ୍ତି । ଏହି ସିରିଜରେ ଗଜଗାମିନୀ ଗୁପ୍ତାଙ୍କ ଭୂମିକାରେ ଅଭିନୟ କରିଥିବା ଶ୍ୱେତା ତ୍ରିପାଠୀ ଶର୍ମା ମନ୍ତବ୍ୟ ଦେଇଛନ୍ତି, 'ଅପେକ୍ଷା'।

ଉଲ୍ଲେଖଥାଉ କି, ମିର୍ଜାପୁର ସିଜନ 3ର ଘୋଷଣା ପୂର୍ବରୁ ହୋଇସାରିଛି। କିନ୍ତୁ ଏହାର ରିଲିଜ୍ ତାରିଖ ଏପର୍ଯ୍ୟନ୍ତ ଘୋଷଣା କରାଯାଇ ନାହିଁ। ଅଲି ଫଜଲଙ୍କ ପୋଷ୍ଟରୁ ଏହା ସ୍ପଷ୍ଟ ହୋଇଛି ଯେ ଏହି ସିରିଜର ସୁଟିଂ ଆରମ୍ଭ କରିଛନ୍ତି । ମିର୍ଜାପୁରର ପ୍ରଥମ ସିଜନ୍ 2018 ରେ ଆସିଥିଲା ​​ଏବଂ ଦ୍ୱିତୀୟ ସିଜନ୍ 2020 ରେ ଆସିଥିଲା ​​। ଏହା ଏକ କ୍ରାଇମ୍ ଥ୍ରୀଲର୍ ସିରିଜ୍, ଯାହାର ଚରିତ୍ରଗୁଡିକୁ ଦର୍ଶକ ଖୁବ୍‌ ପସନ୍ଦ କରିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details