ହାଇଦ୍ରାବାଦ: ବଦଳିଲା ଅକ୍ଷୟ କୁମାରଙ୍କ ଚଳଚ୍ଚିତ୍ର 'ପୃଥ୍ବୀରାଜ'ର ନାମ । ଫିଲ୍ମ ରିଲିଜ୍ ପୂର୍ବରୁ ନିର୍ମାତାଙ୍କ ଏହିଭଳି ନିଷ୍ପତ୍ତି ସମସ୍ତଙ୍କୁ ଏବେ ଚକିତ କରିଦେଇଛି । ମିଳିଥିବା ସୂଚନା ଅନୁଯାୟୀ, ବର୍ତ୍ତମାନ 'ପୃଥ୍ବୀରାଜ'ର ନୂଆ ନାମ 'ସମ୍ରାଟ ପୃଥ୍ବୀରାଜ' ରଖାଯାଇଛି । ଶ୍ରୀ ରାଜପୁତ କରଣୀ ସେନାର ବିରୋଧ ପରେ ନିର୍ମାତା ଏହିଭଳି ପଦକ୍ଷେପ ଗ୍ରହଣ କରିଛନ୍ତି । ଫିଲ୍ମର ନିର୍ମାତା, YRF କରଣୀ ସେନାର ଅଧ୍ୟକ୍ଷଙ୍କୁ ଏକ ସରକାରୀ ଚିଠି ଲେଖି ଏହି ବିଷୟରେ ସୂଚନା ଦେଇଛନ୍ତି ।
କ’ଣ ଥିଲା ପୂରା ମାମଲା ?
କରଣୀ ସେନାର ପ୍ରତିନିଧିତ୍ୱ କରୁଥିବା ଆଡଭୋକେଟ୍ ରାଘବେନ୍ଦ୍ର ମେହରୋତ୍ର ପୃଥ୍ବୀରାଜଙ୍କ ନିର୍ମାତାଙ୍କୁ ଏକ ଆଇନଗତ ନୋଟିସ୍ ପଠାଇ ଏକ ଜନସ୍ୱାର୍ଥ ମାମଲା ଦାୟର କରିଥିଲେ। ଏହି ଆବେଦନରେ କରଣୀ ସେନା ଫିଲ୍ମର ନାମରେ ପରିବର୍ତ୍ତନ ଆଣିବାକୁ କହିଥିଲେ ଯେ ଫିଲ୍ମର ଟାଇଟଲ୍ ହେତୁ ରାଜପୁତ ସମ୍ପ୍ରଦାୟର କ୍ଷତି ହୋଇଛି। ଏହା ପରେ ଅନେକ ସଭା ଅନୁଷ୍ଠିତ ହୋଇଥିଲା ଏବଂ ଶେଷରେ 27 ମଇରେ, ରାଜପୁତ ସମ୍ପ୍ରଦାୟର ଭାବନା ଏବଂ ଦାବିକୁ ଦୃଷ୍ଟିରେ ରଖି ନିର୍ମାତା YRF ଫିଲ୍ମର ନାମ ପୃଥ୍ବୀରାଜରୁ ସମ୍ରାଟ ପୃଥ୍ବୀରାଜଙ୍କ ନାମରେ ପରିବର୍ତ୍ତନ କରିବାକୁ ରାଜି ହୋଇଥିଲେ ।
ସାମ୍ନାକୁ ଆସିଲା ୟଶରାଜ ଫିଲ୍ମର ବୟାନ