ମୁମ୍ବାଇ: ଆହତ ହେବା ପରେ ପୁଣି ସୁଟିଂ ସେଟକୁ ଫେରିଛନ୍ତି ବଲିଉଡ ଅଭିନେତା ଅକ୍ଷୟ କୁମାର । ଆଣ୍ଠୁରେ ଆଘାତ ଲାଗିଥିବା ସତ୍ତ୍ବେ ସୁଟିଂ ସେଟ୍କୁ ଫେରି ଆକ୍ସନ ସିନ୍ ସୁଟ କରୁଛନ୍ତି ଅଭିନେତା । ଫିଲ୍ମ 'ବଡେ ମିୟାଁ ଚୋଟେ ମିୟାଁ' ପାଇଁ ବର୍ତ୍ତମାନ ଅକ୍ଷୟ ଏକ ହାଇବଜେଟର ଆକ୍ସନ ସିନ୍ ସୁଟିଂରେ ବ୍ୟସ୍ତ ଅଛନ୍ତି ଅକ୍ଷୟ। ଯାହାର ଦାମ ପ୍ରାୟ 15କୋଟି ଟଙ୍କା ହେବ ବୋଲି କୁହାଯାଉଛି ।
ଅଲି ଅବ୍ବାସ ଜାଫରଙ୍କ ସହ ମେଗା ବଜେଟ୍ ଆକ୍ସନ୍ ଥ୍ରିଲର ଫିଲ୍ମ 'ବଡେ ମିୟାଁ ଚୋଟେ ମିୟାଁ' ପାଇଁ ବଲିଉଡ ଖିଲାଡି ଅକ୍ଷୟ କୁମାର ଏବଂ ଅଭିନେତା ଟାଇଗର ଶ୍ରଫ ଗତ ଏକ ମାସ ଧରି ବ୍ରିଟେନରେ ନନ୍-ଷ୍ଟପ୍ ସୁଟିଂ କରୁଛନ୍ତି । କହିବାକୁ ଗଲେ, ଅକ୍ଷୟ ଏବଂ ଟାଇଗର ହେଲିକପ୍ଟର, ବାଇକ୍, କାର୍ ଏବଂ ଅନ୍ୟାନ୍ୟ ପ୍ରପ୍ ସହିତ ବ୍ରିଟେନରେ ଆକ୍ସନ୍ ସିନର ସୁଟିଂ କରୁଥିବାର ନଜର ଆସିଛନ୍ତି । ତେବେ ଗତ ସପ୍ତାହରେ ଫିଲ୍ମ ପାଇଁ ସୁଟିଂ ସମୟରେ ଆକ୍ସନ୍ ସିନ୍ କରୁଥିବା ବେଳେ ସେଟ୍ରେ ଅକ୍ଷୟଙ୍କ ଆଣ୍ଠୁରେ ଆଘାତ ଲାଗିଥିଲା । ଆଘାତ ସତ୍ତ୍ବେ ସେ ସମସ୍ତ ସତର୍କତା ସହ ପୁଣି ଫିଲ୍ମର ଆକ୍ସନ୍ ସିନ ସୁଟିଂ ଆରମ୍ଭ କରିଛନ୍ତି । ବର୍ତ୍ତମାନ ବ୍ରିଟେନରେ ସୁଟିଂ କରାଯାଉଥିବା ଏକ ବଡ ଆକ୍ସନ୍ ସିନ୍ ଯାହା ପାଇଁ ନିର୍ମାତା ଜ୍ୟାକି ଭଗ୍ନାନୀ 15 କୋଟି ଟଙ୍କା ଖର୍ଚ୍ଚ କରୁଥିବା କୁହାଯାଉଛି ।