ହାଇଦ୍ରାବାଦ: ଅଗଷ୍ଟ 11ରେ ପ୍ରେକ୍ଷାଳୟରେ ଏକ ଚଳଚ୍ଚିତ୍ର ମୁକ୍ତିଲାଭ କରିଥିଲା ଯାହା ବକ୍ସ ଅଫିସରେ ଧମାଲ ମଚାଇଥିଲା । ଏହି ଚଳଚ୍ଚିତ୍ରଟି ହେଉଛି ସନ୍ନି ଦେଓଲ, ଅମିଶା ପଟେଲଙ୍କ ଅଭିନୀତ 'ଗଦର ୨' । ଏହି ଫିଲ୍ମ ରିଲିଜ ହେବାର ମାସେ ବିତିଗଲାଣି, ତଥାପି ଏହାର କ୍ରେଜ୍ କମିନାହିଁ । ଅନିଲ ଶର୍ମାଙ୍କ ନିର୍ଦ୍ଦେଶନାରେ ଅତି କମ୍ ବଜେଟରେ ନିର୍ମିତ ଏହି ଚଳଚ୍ଚିତ୍ର ସାରା ବିଶ୍ୱରେ 674 କୋଟି ଟଙ୍କା ରୋଜଗାର କରିଛି । ଯାହାକି ଏକ ବ୍ଲକବଷ୍ଟର ରୋଜଗାର । ଚଳଚ୍ଚିତ୍ରର ସଫଳତା ଦେଖିବା ପରେ, 2000 ମସିହାରେ ମୁକ୍ତିଲାଭ କରିଥିବା ଅନ୍ୟ ଏକ ସୁପରହିଟ୍ ଫିଲ୍ମର ସିକ୍ୱେଲ ବିଷୟରେ ଆଲୋଚନା ଆରମ୍ଭ ହୋଇଛି । ଏହି ଚଳଚ୍ଚିତ୍ରଟି ତ୍ରିକୋଣୀୟ ପ୍ରେମ କାହାଣୀ ଉପରେ ଆଧାରିତ ସୁନୀଲ ଶେଟ୍ଟୀ, ଅକ୍ଷୟ କୁମାର ଏବଂ ଶିଳ୍ପା ଶେଟ୍ଟୀଙ୍କ ଅଭିନୀତ ଚଳଚ୍ଚିତ୍ର 'ଧଡକନ୍'। ଏହା ବ୍ୟତୀତ ମହିମା ଚୌଧରୀ ମଧ୍ୟ ଏହି ଚଳଚ୍ଚିତ୍ରର ଏକ ଅଂଶ ଥିଲେ ।
ଗଦର 2ର ବ୍ଲକବଷ୍ଟର ସଫଳତା ପରେ, ଖବର ଆସୁଛି ଯେ ବର୍ତ୍ତମାନ ଧଡକନର ଏକ ସିକ୍ୱେଲ ଆସିପାରେ । ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଫିଲ୍ମ ଧଡକନ୍ର ନିର୍ଦ୍ଦେଶକ ଧର୍ମେଶ ଦର୍ଶନଙ୍କୁ ଯେତେବେଳେ ତାଙ୍କର ପରବର୍ତ୍ତୀ ପ୍ରୋଜେକ୍ଟ ବିଷୟରେ ପଚରାଯାଇଥିଲା, ସେତେବେଳେ ସେ କହିଥିଲେ ଯେ ଯେଉଁ କାମ ସେ କରିଛନ୍ତି ସେହି କାମକୁ ଲୋକମାନେ ମିସ୍ କରୁଛନ୍ତି । ଦର୍ଶକଙ୍କର ଏହି ଯୋଗଦାନ ମୋତେ ଖୁସି ଦେଉଛି । ରାଜା ହିନ୍ଦୁସ୍ତାନୀ ସହିତ ନିର୍ଦ୍ଦେଶକ କହିଛନ୍ତି ଯେ ସେ ଧଡକନର ସିକ୍ୱେଲରେ କାମ କରୁଛନ୍ତି ।
ଏହା ମଧ୍ୟ ପଢନ୍ତୁ: ସୁନୀଲ-ଶିଳ୍ପାଙ୍କୁ ଏକାଠି ଦେଖି ଅକ୍ଷୟଙ୍କୁ ଖୋଜୁଛନ୍ତି ଫ୍ୟାନ୍ସ