ହାଇଦ୍ରାବାଦ: ଅଗଷ୍ଟରେ ମୁକ୍ତିଲାଭ କରିଥିବା ଅକ୍ଷୟ କୁମାରଙ୍କ ଫିଲ୍ମ ‘ଓଏମ୍ଜି 2’ ବହୁତ ଭଲ ରୋଜଗାର କରିଥିଲା । ଏହି ଚଳଚ୍ଚିତ୍ର ଘରୋଇ ବକ୍ସ ଅଫିସରେ 150 କୋଟିରୁ ଅଧିକ ଆୟ କରିଥିଲା। ଓଏମ୍ଜି 2 ପରେ ଅକ୍ଷୟ ବର୍ତ୍ତମାନ 'ମିଶନ୍ ରାନିଗଞ୍ଜ' ନାମକ ଏକ ଫିଲ୍ମ ଆଣିଛନ୍ତି । ତେବେ ତାଙ୍କ ଚଳଚ୍ଚିତ୍ର ବକ୍ସ ଅଫିସରେ ଏହାର ଯାଦୁ ଦେଖାଇବାରେ ବିଫଳ ହେଉଛି। ସେହିପରି ଭୂମି ପେଡନେକରଙ୍କ ଫିଲ୍ମ ‘ଥ୍ୟାଙ୍କୟୁ ଫର କମିଂ’ର ମଧ୍ୟ ସମାନ ଅବସ୍ଥା । ଏହି ଦୁଇଟି ଫିଲ୍ମ ଗୋଟିଏ ଦିନରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଥିଲା ।
ଅକ୍ଷୟ କୁମାରଙ୍କ ଫିଲ୍ମ ମିଶନ ରାନିଗଞ୍ଜ ରିଲିଜ ହେବାର ପ୍ରଥମ ଦିନରେ 2.8 କୋଟି ଟଙ୍କା ଆୟ କରିଥିଲା। ପ୍ରଥମ ଦିନ ତୁଳନାରେ ତୃତୀୟ ଦିନରେ ରୋଜଗାରରେ ସାମାନ୍ୟ ବୃଦ୍ଧି ଘଟିଛି, କିନ୍ତୁ କଲେକ୍ସନ ଏପର୍ଯ୍ୟନ୍ତ ବହୁତ କମ୍ ରହିଛି । ଯଦି ରିପୋର୍ଟକୁ ବିଶ୍ୱାସ କରାଯାଏ, ତେବେ ମିଶନ ରାନିଗଞ୍ଜ ତୃତୀୟ ଦିନରେ ଆନୁମାନିକ 4.85 କୋଟି ଟଙ୍କା ରୋଜଗାର କରିଛି ।
ତିନି ଦିନରେ କେତେ ରୋଜଗାର କଲା ମିଶନ୍ ରାନିଗଞ୍ଜ
‘ଓଏମ୍ଜି 2’ ପ୍ରଥମ ତିନି ଦିନରେ 43 କୋଟିରୁ ଅଧିକ ଆୟ କରିଥିଲା । ମାତ୍ର, ମିଶନ ରାନିଗଞ୍ଜ ବହୁ ପଛରେ ଅଛି । ମିଶନ୍ ରାନିଗଞ୍ଜ ତିନି ଦିନରେ ମାତ୍ର 12.15 କୋଟି ଟଙ୍କା ରୋଜଗାର କରିପାରିଛି । ଏହା ବ୍ୟତୀତ ଭୂମି ପେଡନେକରଙ୍କ ଫିଲ୍ମ ‘ଥ୍ୟାଙ୍କୟୁ ଫର କମିଂ’ର ଅବସ୍ଥା ମଧ୍ୟ ବହୁତ ଖରାପ ଥିବା ଜଣାପଡିଛି।