ମୁମ୍ବାଇ:ପତ୍ନୀ ଟ୍ୱିଙ୍କଲ ଖାନ୍ନାକୁ ଡ଼ରୁଛନ୍ତି କି ଅକ୍ଷୟ କୁମାର ! ଶେଷରେ ବିବାହକୁ ମୌତ କା କୁଆଁ ସହ ତୁଳନା କଲେ ଅକ୍ଷୟ କୁମାର । ବଲିଉଡ ଅଭିନେତା ଅକ୍ଷୟ କୁମାରଙ୍କ ଏମିତି ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । କହିବାକୁ ଗଲେ, ଅକ୍ଷୟ କୁମାର ମଜା କରିବାର କୌଣସି ସୁଯୋଗ ଛାଡନ୍ତି ନାହିଁ । ସୋସିଆଲ ମିଡିଆରେ ଅନେକ ସମୟରେ ମଜାଳିଆ ପୋଷ୍ଟ ସେୟାର କରୁଥିବା ଅକ୍ଷୟ ପୁଣି ଏହିଭଳି ଏକ ମଜାଦାର ଭିଡିଓ ପୋଷ୍ଟ କରିଛନ୍ତି ।
ଅକ୍ଷୟ କୁମାର ତାଙ୍କ ପରିବାର ସହିତ ଏକ ସର୍କସ ଦେଖିବାକୁ ଯାଇଥିଲେ। ଏଠାରେ ସେ 'ମୌତ କା କୁଆଁ' ନାମକ ଏକ ସର୍କସ ସୋ ଦେଖିଥିଲେ । ଅକ୍ଷୟ ସୋମବାର ଇନଷ୍ଟାଗ୍ରାମରେ ଏହି ଭିଡିଓ ସେୟାର କରିଛନ୍ତି, ଯେଉଁଥିରେ ସେ ଦର୍ଶକଙ୍କ ଲାଇନରେ ବସି ଷ୍ଟଣ୍ଟ ଦେଖୁଥିବାର ନଜର ଆସିଛନ୍ତି। ଏହି ଭିଡିଓରେ ଅକ୍ଷୟ କୁମାର ହଳଦିଆ ଟି-ସାର୍ଟ ପିନ୍ଧିଥିବାର ନଜର ଆସିଛନ୍ତି। ସୋସିଆଲ ମିଡିଆରେ ଏହି ଭିଡିଓ ସେୟାର କରି ଅକ୍ଷୟ କୁମାର ଲେଖିଛନ୍ତି 'ଗତକାଲି ପରିବାର ସହିତ ପୁରୁଣା ସର୍କସ ଦେଖିବାକୁ ଯାଇଥିଲି । ଏହା ପରେ ଟ୍ୱିଙ୍କଲ ପଚାରିଲେ, ଏହାକୁ କ’ଣ କୁହାଯାଏ ? ଅକ୍ଷୟ କ୍ୟାମେରାକୁ ଚାହିଁ କହିଥିଲେ- ମୌତ କା କୁଆଁ...।