ଓଡିଶା

odisha

By

Published : May 29, 2023, 5:32 PM IST

ETV Bharat / entertainment

Akshay Kumar: ଦେବଭୂମିରେ 'ଶଙ୍କରା'ର ସୁଟିଂ ଶେଷ କଲେ ଖିଲାଡି, ସେୟାର କଲେ ଫଟୋ

ବଲିଉଡ ସୁପରଷ୍ଟାର ଅକ୍ଷୟ କୁମାର ଆଗାମୀ ଫିଲ୍ମ 'ଶଙ୍କରା'ର ସୁଟିଂ ପାଇଁ ଆଜିକାଲି ଉତ୍ତରାଖଣ୍ଡରେ ରହିଛନ୍ତି । ଆଜି ଅଭିନେତା ନିଜର ଏକ ଫଟୋ ସେୟାର କରି ଫିଲ୍ମ ସୁଟିଂ ଶେଷ କରିଥିବା ନେଇ ସୂଚନା ଦେଇଛନ୍ତି । ତେବେ ଅଭିନେତା ସେଠାରୁ ଏପରି ଫଟୋ ସେୟାର କରିଛନ୍ତି, ଯାହା ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛି । ଅଧିକ ପଢନ୍ତୁ

ଦେବଭୂମିରେ ଆଗାମୀ ଫିଲ୍ମ 'ଶଙ୍କରା'ର ସୁଟିଂ ଶେଷ କଲେ ଅକ୍ଷୟ କୁମାର
ଦେବଭୂମିରେ ଆଗାମୀ ଫିଲ୍ମ 'ଶଙ୍କରା'ର ସୁଟିଂ ଶେଷ କଲେ ଅକ୍ଷୟ କୁମାର

ମୁମ୍ବାଇ:ବଲିଉଡ 'ଖିଲାଡି ଷ୍ଟାର' ଅକ୍ଷୟ କୁମାର ଆଜିକାଲି ଉତ୍ତରାଖଣ୍ଡରେ ରହିଛନ୍ତି । ଏଠାରେ କେଦାରନାଥ, ବଦ୍ରିନାଥ ଏବଂ ଯୋଗେଶ୍ୱର ଧାମରେ ଦର୍ଶନ କରୁଥିବା ଦେଖିବାକୁ ମିଳିଥିଲା । ଅଭିନେତା ତାଙ୍କ ଆଗାମୀ ଫିଲ୍ମ 'ଶଙ୍କରା'ର ସୁଟିଂ ପାଇଁ ଏଠାକୁ ଆସିଥିଲେ । ବର୍ତ୍ତମାନ ଅଭିନେତା ଉତ୍ତରାଖଣ୍ଡରୁ ଏକ ଫଟୋ ସେୟାର କରିଛନ୍ତି । ଏହି ଫଟୋ ସେୟାର କରି ଦେବଭୂମିରେ ଶଙ୍କରା ଫିଲ୍ମର ସୁଟିଂ ଶେଷ ହୋଇଥିବା କହିଛନ୍ତି ।

ଫିଲ୍ମ 'ଶଙ୍କରା'ର ଉତ୍ତରାଖଣ୍ଡର ସେଡ୍ୟୁଲ୍‌ ସୁଟିଂ ଶେଷ ହେବା ପରେ ଅକ୍ଷୟ କୁମାର ଏକ ପୋଷ୍ଟ କରିଛନ୍ତି । ଏହି ପୋଷ୍ଟରେ ଅଭିନେତା ଲେଖିଛନ୍ତି, 'ଦେବଭୂମିରେ ସୁଟ୍ ସେଡ୍ୟୁଲ୍‌ ସମାପ୍ତ ହୋଇଛି, ଉତ୍ତରାଖଣ୍ଡକୁ ଭଲ ପାଆନ୍ତୁ, ଶୀଘ୍ର ଆପଣଙ୍କୁ ଭେଟିବି ବୋଲି ଆଶା କରୁଛି ।' ସେୟାର କରାଯାଇଥିବା ଫଟୋରେ ଅକ୍ଷୟଙ୍କ ପଛପଟ ଅର୍ଥାତ୍ ପିଠିର ଦେଖାଇ ପୋଜ୍‌ ଦେଇଛନ୍ତି । ତାଙ୍କ ପୁଅ ଆରଭଙ୍କ ନାମ ଅଭିନେତାଙ୍କ ପିଠିରେ ଲେଖାଯାଇଛି । ଏହି ଫଟୋ ସହ ଅକ୍ଷୟ କୁମାର କହିଛନ୍ତି ଯେ, ଦେବୋଭୂମିରେ ଶଙ୍କରା ଫିଲ୍ମର ସୁଟିଂ ଶେଷ ହୋଇଛି ।

ଅଭିନେତା ଉତ୍ତରାଖଣ୍ଡରେ ଫିଲ୍ମର ସଡ୍ୟୁଲ୍‌ ସୁଟିଂ ଶେଷ କରିଛନ୍ତି । ଏହି ଚଳଚ୍ଚିତ୍ରରେ ଅକ୍ଷୟ କୁମାରଙ୍କ ସହ ଅଭିନେତ୍ରୀ ଅନନ୍ୟା ପାଣ୍ଡେ ନଜର ଆସିବେ । ନିକଟରେ ଅକ୍ଷୟ ଏବଂ ଅନନ୍ୟାଙ୍କୁ IIT ରୁର୍‌କିରେ ଦେଖିବାକୁ ମିଳିଥିଲା ​। ଏହି ଚଳଚ୍ଚିତ୍ରର ନାମ ଏପର୍ଯ୍ୟନ୍ତ ଘୋଷଣା କରାଯାଇ ନାହିଁ, କିନ୍ତୁ ଏହି ଚଳଚ୍ଚିତ୍ରଟି ଶଙ୍କର ନାରାୟଣଙ୍କ ଉପରେ ଆଧାରିତ ବୋଲି କୁହାଯାଉଛି । କରଣ ଜୋହରଙ୍କ ପ୍ରଡକ୍ସନ୍ ହାଉସ୍ ଧର୍ମା ପ୍ରଡକ୍ସନ୍ ବ୍ୟାନରରେ ନିର୍ମିତ ଶଙ୍କରା ଫିଲ୍ମରେ ଅକ୍ଷୟ କୁମାର ଜଣେ ଆଡଭୋକେଟ୍‌ ଭୂମିକାରେ ନଜର ଆସିବେ ବୋଲି କୁହାଯାଉଛି । ଏଥି ସହିତ ଅନନ୍ୟାଙ୍କୁ ଫିଲ୍ମରେ ଅଭିନେତାଙ୍କ ଅଧୀନରେ କାମ କରୁଥିବା ଆସିଷ୍ଟାଣ୍ଟ ଭୂମିକାରେ ଦେଖିବାକୁ ମିଳିବ । ତେବେ ଏହି ଫିଲ୍ମ ବ୍ୟତୀତ ଅକ୍ଷୟଙ୍କୁ ଟାଇଗର ଶ୍ରଫଙ୍କ ସହ ଫିଲ୍ମ ବଡେ ମିୟାଁ ଛୋଟେ ମିୟାଁରେ ମଧ୍ୟ ଦେଖିବାକୁ ମିଳିବ ।

ସୂଚନା ଥାଉ କି, ଅକ୍ଷୟ ପୂର୍ବରୁ ମେ 23ରେ କେଦାରନାଥ ଧାମ ପରିଦର୍ଶନ କରିଥିଲେ । ଗତକାଲି ବଦ୍ରିନାଥ ଏବଂ ଯୋଗେଶ୍ବର ମନ୍ଦିରଙ୍କ ଦର୍ଶନ କରିଛନ୍ତି । ଏହି ସମୟରେ ଅଭିନେତାଙ୍କ ଟିକିଏ ଝଲକ ଦେଖିବାକୁ ଫ୍ୟାନ୍ସଙ୍କ ପ୍ରବଳ ଭିଡ଼ ଜମିଥିଲା । ତେବେ ଅଭିନେତା ବଦ୍ରିନାଥ ଧାମର ଅନେକ ଫଟୋ ତାଙ୍କ ଅଫିସିଆଲ ଇନଷ୍ଟାଗ୍ରାମରେ ମହାମୃତ୍ୟୁଞ୍ଜୟ ମନ୍ତ୍ର ସହ ସେୟାର କରିଥିଲେ । ତାଙ୍କ ପ୍ରଶଂସକମାନେ ପୋଷ୍ଟକୁ ଲାଇକ୍‌ କରିବା ସହ ପ୍ରତିକ୍ରିୟାରେ 'ହର ହର ମହାଦେବ' ଲେଖିଥିଲେ ।

ABOUT THE AUTHOR

...view details