ଓଡିଶା

odisha

By ETV Bharat Odisha Team

Published : Oct 10, 2023, 7:01 AM IST

ETV Bharat / entertainment

Pan Masala Ad: ବିବାଦ ପରେ ମୁହଁ ଖୋଲିଲେ ଅକ୍ଷୟ କୁମାର, 2021ରେ ସୁଟ୍‌ କରାଯାଇଥିଲା କହିଲେ

ବଲିଉଡର ଖିଲାଡି କୁମାର ବର୍ତ୍ତମାନ ପାନ ମସାଲା ବିଜ୍ଞାପନରେ ମୁହଁ ଖୋଲିଛନ୍ତି । ଅଭିନେତା କହିଛନ୍ତି ଯେ ଏହି ବିଜ୍ଞାପନର ସୁଟିଂ ଅକ୍ଟୋବର 2021ରେ କରାଯାଇଥିଲା । ଅଧିକ ପଢନ୍ତୁ

ଅକ୍ଷୟ କୁମାର
ଅକ୍ଷୟ କୁମାର

ହାଇଦ୍ରାବାଦ: ବଲିଉଡ ସୁପରଷ୍ଟାର ଅକ୍ଷୟ କୁମାର ପୁଣିଥରେ ପାନ ମସାଲାର ବିଜ୍ଞାପନକୁ ନେଇ ବିବାଦରେ ଛନ୍ଦି ହୋଇଛନ୍ତି । ଏହି ପ୍ରସଙ୍ଗରେ ଅଭିନେତାଙ୍କୁ ସୋସିଆଲ ମିଡିଆରେ ବହୁତ ଟ୍ରୋଲ କରାଯାଉଛି । ବର୍ତ୍ତମାନ ଅକ୍ଷୟ ଏହା ଉପରେ ନୀରବତା ଭାଙ୍ଗି କହିଛନ୍ତି ଯେ, ଅକ୍ଟୋବର 2021ରେ ଏହି ବିଜ୍ଞାପନ ସୁଟ୍ କରାଯାଇଥିଲା । ଯାହା ସେମାନେ ଆସନ୍ତା ମାସ ଶେଷ ସୁଦ୍ଧା ଦେଖାଇ ପାରିବେ ।

ଅକ୍ଟୋବର 2021ରେ ସୁଟ୍‌ ହୋଇଛି ବିଜ୍ଞାପନ:

ପାନ ମସାଲା ବିଜ୍ଞାପନକୁ ନେଇ ପୁଣି ବିବାଦ ଦେଖାଦେଇଛି । ଏହି ବିବାଦ ପରେ ଅକ୍ଷୟ କୁମାର ତାଙ୍କ X ଆକାଉଣ୍ଟରେ ଏକ ପୋଷ୍ଟ ସେୟାର କରିଛନ୍ତି । ଯେଉଁଥିରେ ସେ ଏକ ଚ୍ୟାନେଲକୁ ଉତ୍ତର ଦେଇଛନ୍ତି ଏବଂ ଲେଖିଛନ୍ତି- ଯଦି ଆପଣ ଅନ୍ୟ ଜିନିଷ ବ୍ୟତୀତ ମିଥ୍ୟା ଖବର ପାଇଁ ଆଗ୍ରହୀ, ତେବେ ଏଠାରେ ଆପଣଙ୍କ ପାଇଁ କିଛି ତଥ୍ୟ ଅଛି । ଏହି ବିଜ୍ଞାପନଗୁଡ଼ିକ 13 ଅକ୍ଟୋବର 2021ରେ ସୁଟ୍ କରାଯାଇଥିଲା । ସେତେବେଳେ ହିଁ ମୁଁ ଏହି ବିଜ୍ଞାପନକୁ ବନ୍ଦ କରିବା ପାଇଁ ଘୋଷଣା କରିଥିଲି । ସେବେଠାରୁ ମୋର ବ୍ରାଣ୍ଡ ସହିତ କୌଣସି ସମ୍ପର୍କ ନଥିଲା । ସେମାନେ ଆଇନଗତ ଭାବରେ ପୂର୍ବରୁ ସୁଟ୍‌ ହୋଇଥିବା ବିଜ୍ଞାପନକୁ ଆଗାମୀ ମାସର ଶେଷ ପର୍ଯ୍ୟନ୍ତ ଚଲାଇ ପାରିବେ । ଶାନ୍ତ ରୁହନ୍ତୁ ଏବଂ କିଛି ସତ୍ୟ ଖବର କରନ୍ତୁ... ''

ଭିଡିଓ ଦେଖି ଅକ୍ଷୟ କୁମାରଙ୍କୁ ଟାର୍ଗେଟ କଲେ ଫ୍ୟାନ୍ସ:

ବାସ୍ତବରେ ଅକ୍ଷୟ କୁମାରଙ୍କ ଏହି ବିଜ୍ଞାପନର ଏକ ଭିଡିଓ ସୋସିଆଲ ମିଡିଆରେ ଅଧିକ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ସେ ତମାଖୁ ବ୍ରାଣ୍ଡ ବିଜ୍ଞାପନ ପାଇଁ ଶାହାରୁଖ ଖାନ ଏବଂ ଅଜୟ ଦେବଗନଙ୍କ ସହ ନଜର ଆସିଛନ୍ତି । ଏହି ଭିଡିଓରେ ଏହି ତିନି ତାରକାଙ୍କ ସହ ଅଭିନେତ୍ରୀ-ମଡେଲ ସୌନ୍ଦର୍ଯ୍ୟା ଶର୍ମା ମଧ୍ୟ ନଜର ଆସିଛନ୍ତି । ଅକ୍ଷୟଙ୍କ ଏହି ଭିଡିଓ ଇଣ୍ଟରନେଟରେ ଆସିବା ମାତ୍ରେ ତାଙ୍କ ପ୍ରଶଂସକମାନେ କ୍ରୋଧିତ ହୋଇ ଅଭିନେତାଙ୍କୁ ଗାଳି ଦେଇଥିଲେ ।

ଏହା ମଧ୍ୟ ପଢନ୍ତୁ: ପାନ ମସାଲା ବିଜ୍ଞାପନ କରି ପୁଣି ଫସିଲେ 3 ସୁପରଷ୍ଟାର, ଲୋକଙ୍କ ରାଗ ଦେଖି ଡିଲ୍‌ରୁ ଓହରିଲେ ଅକ୍ଷୟ

ପ୍ରତିଜ୍ଞା ବିଷୟରେ ଅଭିନେତାଙ୍କୁ ମନେ ପକାଇଲେ ଫ୍ୟାନ୍ସ:

ଅଭିନେତାଙ୍କ ଏହି ଭିଡିଓ ଉପରେ ମନ୍ତବ୍ୟ ଦେଇ ତାଙ୍କ ପ୍ରଶଂସକମାନେ ମନେ ପକାଇ ଦେଇଛନ୍ତି ଯେ, ସେ ଏଥିପାଇଁ ପ୍ରଶଂସକଙ୍କ ନିକଟରେ ପୂର୍ବରୁ କ୍ଷମା ମାଗିଥିଲେ ଏବଂ ପ୍ରତିଶ୍ରୁତି ଦେଇଥିଲେ ଯେ ସେ ଆଉ ଏହି ବିଜ୍ଞାପନ କରିବେ ନାହିଁ । ପ୍ରଶଂସକମାନେ ଆହୁରି କହିଛନ୍ତି କି, ଲାଗୁଛି ଯେ ତୁମେ ତୁମର ପ୍ରତିଶ୍ରୁତି ପାଳନ କରିବାରେ ସକ୍ଷମ ନୁହଁ ଏବଂ ପୁନର୍ବାର ଅଜୟ ଦେବଗନ୍ ଏବଂ ଶାହାରୁଖ ଖାନଙ୍କ ପାଇଁ ତୁମେ ବିଜ୍ଞାପନ କରିଛ ।

ୱାର୍କ ଫ୍ରଣ୍ଟ ବିଷୟରେ କହିବାକୁ ଗଲେ ଅକ୍ଷୟ କୁମାରଙ୍କୁ ଶେଷ ଥର ପାଇଁ ଫିଲ୍ମ 'ମିଶନ ରାନିଗଞ୍ଜ'ରେ ଦେଖିବାକୁ ମିଳିଥିଲା । ତାଙ୍କ ସହ ପରିଣୀତି ଚୋପ୍ରା ଏହି ଫିଲ୍ମରେ ନଜର ଆସିଛନ୍ତି ।

ABOUT THE AUTHOR

...view details