ହାଇଦ୍ରାବାଦ: ବଲିଉଡ ଷ୍ଟାର ଦମ୍ପତି ଅଜୟ ଦେବଗନ ଏବଂ କାଜଲଙ୍କ ପାଇଁ ମଙ୍ଗଳବାର ଥିଲା ଅତ୍ୟନ୍ତ ଖୁସିର ଦିନ । କାରଣ ଏହି ଦିନ ସେ ତାଙ୍କର ପୁଅ ୟୁଗଙ୍କ ଜନ୍ମଦିନ ପାଳନ କରନ୍ତି । ଅଜୟ-କାଜଲଙ୍କ ପୁଅ ୟୁଗଙ୍କୁ ବର୍ତ୍ତମାନ 12 ବର୍ଷ ବୟସ । ଏହି ଖୁସିରେ ଅଜୟ-କାଜଲ ପୁଅ ୟୁୁଗଙ୍କୁ ଅନେକ ଅଭିନନ୍ଦନ ଜଣାଇଛନ୍ତି । ଅଜୟ ଏବଂ କାଜଲ ସୋସିଆଲ ମିଡିଆରେ ଗୋଟିଏ ପୋଷ୍ଟ ମାଧ୍ୟମରେ ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ପୁଅ ୟୁୁଗଙ୍କୁ ଆଶୀର୍ବାଦ ଦେଇଛନ୍ତି ।
ପୁଅ ୟୁଙ୍କ ସହ ଇନଷ୍ଟାଗ୍ରାମ ପୋଷ୍ଟରେ ଏକ ଫଟୋ ସେୟାର କରି ଅଜୟ ଦେବଗନ୍ ଲେଖିଛନ୍ତି, 'ଜୀବନର ସର୍ବୋତ୍ତମ ମୁହୂର୍ତ୍ତ ତୁମ ସହିତ ବଢୁଛି, ଯେମିତି ସୋ ଦେଖିବା, ଏକାଠି ବ୍ୟାୟାମ କରିବା, ଚାଟିଂ ଏବଂ ବୁଲିବା, ଜନ୍ମଦିନର ଶୁଭେଚ୍ଛା ୟୁୁଗ ।
କାଜଲଙ୍କ ଅଭିନନ୍ଦନ ପୋଷ୍ଟ