ଓଡିଶା

odisha

Ajay vs Kichcha: ସୁଦୀପଙ୍କୁ ଅଜୟ ଦେବଗନଙ୍କ କଡା ଜବାବ, ଫିଲ୍ମ ଡବ କାହିଁକି କରୁଛ ?

By

Published : Apr 28, 2022, 11:12 AM IST

ହିନ୍ଦୀ ଭାଷାକୁ ନେଇ ବଲିଉଡ୍‌ ଷ୍ଟାର ଅଜୟ ଦେବଗନ ଓ ଦକ୍ଷିଣ ଭାରତୀୟ ଷ୍ଟାର କିଚ୍ଚା ସୁଦୀପ ହେଲେ ମୁହାଁମୁହିଁ । ହିନ୍ଦୀ ଭାଷା ଆଉ ରାଷ୍ଟ୍ର ଭାଷା ହୋଇ ରହିନାହିଁ ବୋଲି କହିବା ପରେ ସୁଦୀପଙ୍କୁ କଡ଼ା ଜବାବ ଦେଇଛନ୍ତି ଅଜୟ ଦେବଗନ । ଅଧିକ ପଢନ୍ତୁ

ହିନ୍ଦୀକୁ ରାଷ୍ଟ୍ରଭାଷା ମାନୁନଥିବା କିଚ୍ଚା ସୁଦୀପଙ୍କୁ ଅଜୟଙ୍କ ପାଲଟା ଜବାବ୍‌- ଫିଲ୍ମକୁ ଡବ୍ କରୁଛ କାହିଁକି ?
ହିନ୍ଦୀକୁ ରାଷ୍ଟ୍ରଭାଷା ମାନୁନଥିବା କିଚ୍ଚା ସୁଦୀପଙ୍କୁ ଅଜୟଙ୍କ ପାଲଟା ଜବାବ୍‌- ଫିଲ୍ମକୁ ଡବ୍ କରୁଛ କାହିଁକି ?

ନୂଆଦିଲ୍ଲୀ:ହିନ୍ଦୀ ଭାଷାକୁ ନେଇ ଟ୍ୱିଟରରେ ନୂଆ ବିବାଦ । ଏହି ବିବାଦ ସାଉଥ ଇଣ୍ଡଷ୍ଟ୍ରିର ହିଟ୍ ଭିଲେନ୍ କିଚ୍ଚା ସୁଦୀପଙ୍କ ଟ୍ୱିଟରୁ ଆରମ୍ଭ ହୋଇଛି। ଗୋଟିଏ ପଟେ ସାଉଥ ସିନେମାର ପ୍ରାଧାନ୍ୟ ବଢ଼ୁଥିବା ବେଳେ ଅନ୍ୟପଟେ ଭାଷାକୁ ନେଇ ଦେଖାଦେଇଛି ଏହି ବିବାଦ । ଭାଇରାଲ ହେଉଥିବା ଏକ ଭିଡିଓରେ କିଚ୍ଚା ସୁଦୀପ କହିଛନ୍ତି ଯେ, ହିନ୍ଦୀ ଭାଷା ଆମର ରାଷ୍ଟ୍ରଭାଷା ନୁହେଁ । ବର୍ତ୍ତମାନ ତାଙ୍କର ଏହି ବିବାଦୀୟ ବୟାନ ଅନେକଙ୍କ ଦୃଷ୍ଟି ଆକର୍ଷଣ କରିବା ସହିତ ତୀବ୍ର ସମାଲୋନା କରାଯାଉଛି । ନେଟିଜେନ୍ସମାନେ ସୁଦୀପଙ୍କ ଭର୍ତ୍ସନା କରୁଛନ୍ତି। ଏବେ ଅଭିନେତାଙ୍କୁ କଡା ଜବାବ୍‌ ଦେଇଛନ୍ତି ବଲିଉଡ ଅଭିନେତା ଅଜୟ ଦେବଗନ୍।

ଟ୍ବିଟ କରି ଅଜୟ ଦେବଗନ କହିଛନ୍ତି ଯେ, 'କିଚ୍ଚା ସୁଦୀପ, ମୋ ଭାଇ, ତୁମ କହିବା ଅନୁଯାୟୀ ଯଦି ହିନ୍ଦୀ ଆମର ରାଷ୍ଟ୍ରଭାଷା ନୁହେଁ ତେବେ ତୁମେ ତୁମର ମାତୃଭାଷାରେ ସୁଟ୍ କରାଯାଇଥିବା ଫିଲ୍ମକୁ ହିନ୍ଦୀରେ ଡବ କରି କାହିଁକି ରିଲିଜ୍ କରୁଛ ? ହିନ୍ଦୀ ଆମର ମାତୃଭାଷା ଏବଂ ରାଷ୍ଟ୍ରଭାଷା ଥିଲା, ଅଛି ଏବଂ ସବୁବେଳେ ରହିବ। ଜନ ଗଣ ମନ।'

ହିନ୍ଦୀକୁ ଭାଷାକୁ ନେଇ କ'ଣ କହିଲେ ସୁଦୀପ ?

ଅଜୟ ଦେବଗନଙ୍କ ଟ୍ବିଟର ଜବାବ ଦେବାକୁ ଯାଇ କିଚ୍ଚା ସୁଦୀପ କହିଛନ୍ତି ଯେ, ହ୍ୟାଲୋ ଅଜୟ ଦେବଗନ ସାର୍‌, ଯେଉଁଭଳି ଭାବେ ଏହି କଥାଟି ଆପଣଙ୍କ ପାଖକୁ ପହଞ୍ଚିଛି, ତାହା ମୁଁ ଦେଇଥିବା ମନ୍ତବ୍ୟ ଠାରୁ ସମ୍ପୂର୍ଣ୍ଣ ଭିନ୍ନ। ଯେହେତୁ ମୁଁ ଆପଣଙ୍କୁ ବ୍ୟକ୍ତିଗତ ଭାବେ ଜାଣିଛି ତେଣୁ କାହିଁକି ଏପରି ପ୍ରତିକ୍ରିୟା ଦିଆଯାଇଥିଲା ତା ଉପରେ ଅଧିକ ଧ୍ୟାନ ଦେବା ଉଚିତ୍। ମୁଁ ଆପଣଙ୍କୁ ଦେଖା କରି ଏହି ବିଷୟରେ କହିବି । ମୁଁ କାହାକୁ ଆଘାତ ଦେବାକୁ କିମ୍ବା ଉସ୍‌କାଇବାକୁ କିମ୍ବା କୌଣସି ତର୍କ ଆରମ୍ଭ କରିବାକୁ ମନ୍ତବ୍ୟ ଦେଇ ନଥିଲି। ମୁଁ କାହିଁକି ଏଭଳି କହିବି ସାର୍ ?

କ'ଣ କହିଲେ ଅଜୟ ?

କିଚ୍ଚାଙ୍କ ଏଭଳି ଟ୍ବିଟର ଜବାବ ଦେଇ ଅଜୟ ଲେଖିଛନ୍ତି ଯେ, ତୁମେ ଜଣେ ଭଲ ବନ୍ଧୁ। ଭୁଲ ବୁଝାମଣାକୁ ଦୂର କରିଥିବାରୁ ଧନ୍ୟବାଦ। ମୁଁ ସବୁବେଳେ ଫିଲ୍ମ ଇଣ୍ଡଷ୍ଟ୍ରିକୁ ଗୋଟିଏ ବୋଲି ଭାବେ । ଆମେ ସମସ୍ତ ଭାଷାକୁ ସମ୍ମାନ କରୁ ଏବଂ ଆମେ ଆଶା କରୁ ଯେ ସମସ୍ତେ ଆମ ଭାଷାକୁ ମଧ୍ୟ ସମ୍ମାନ କରିବେ।

ଉଲ୍ଲେଖଯୋଗ୍ୟ, କିଚ୍ଚା ସୁଦୀପ ତାଙ୍କର ଅପକମିଂ ଫିଲ୍ମ ‘ବିକ୍ରାନ୍ତ ରୋନା’ର ଲଞ୍ଚ ଇଭେଣ୍ଟରେ ଫିଲ୍ମର ସଫଳତା ବିଷୟରେ କହୁଥିଲେ। କେଜିଏଫ୍‌ ଚାପ୍ଟର-୨, ପୁଷ୍ପା ଦି ରାଇସ୍, ଆର୍‌ଆର୍‌ଆର୍‌ ଏବଂ ଅନ୍ୟ ଦକ୍ଷିଣ ଭାରତୀୟ ସିନେମା ଭାରତୀୟ ବକ୍ସ ଅଫିସରେ କିଭଳି ସଫଳତା ପାଇଛି ସେ ବିଷୟରେ ଆଲୋଚନା କରୁଥିଲେ। ଏହି ସମୟରେ ସେ ଜଣଙ୍କ ପ୍ରଶ୍ନର ଉତ୍ତର ଦେଇ କହିଥିଲେ “ଆପଣ କହୁଛନ୍ତି ଦିନେ କାନାଡ଼ର ସର୍ବଭାରତୀୟ ଫିଲ୍ମ ତିଆରି ହେଉଥିଲା । କିନ୍ତୁ ମୁଁ ଏଥିରେ ଗୋଟେ ଛୋଟ ସୁଧାର କରିବାକୁ ଚାହିଁବି । ହିନ୍ଦୀ ବର୍ତ୍ତମାନ ଏକ ଜାତୀୟ ଭାଷା ହୋଇ ରହି ନାହିଁ।”

ଆଜି ବଲିଉଡରେ ପ୍ୟାନ ଇଣ୍ଡିଆ ଚଳଚ୍ଚିତ୍ର ନିର୍ମାଣ କରାଯାଉଛି । ବଲିଉଡ ଫିଲ୍ମ ନିର୍ମାତା ତେଲୁଗୁ ଏବଂ ତାମିଲ ଚଳଚ୍ଚିତ୍ରର ରିମେକ୍ କରୁଛନ୍ତି, କିନ୍ତୁ ଏହା ପରେ ମଧ୍ୟ ବକ୍ସ ଅଫିସରେ ହିଟ୍ ହେବା ପାଇଁ ସଂଘର୍ଷ କରୁଛନ୍ତି । ଏବେ ଆମେ ଏଭଳି ଚଳଚ୍ଚିତ୍ର ନିର୍ମାଣ କରୁଛୁ ଯାହା ସାରା ବିଶ୍ୱବାସୀ ଦେଖିବାକୁ ପସନ୍ଦ କରୁଛନ୍ତି । ସୁଦୀପଙ୍କର ଏଭଳି ମନ୍ତବ୍ୟ ପାଇଁ ତାଙ୍କୁ ନେଟିଜେନ୍ସଙ୍କର ସମାଲୋଚନାର ଶିକାର ହେବାକୁ ପଡ଼ିଛି । ସୁଦୀପଙ୍କର ଏହି ମନ୍ତବ୍ୟ ପରେ ଇଣ୍ଟର୍‌ନେଟ୍‌ ଏବେ ଦୁଇ ଭାଗ ହୋଇଯାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details