ଓଡିଶା

odisha

ETV Bharat / entertainment

Nysa Devgan Birthday: ଝିଅକୁ ବର୍ଥ ଡେ ୱିସ କଲେ ଅଜୟ ଏବଂ କାଜୋଲ - ଅଜୟ ଦେବଗନଙ୍କ ଝିଅ ନିଶାଙ୍କ ଜନ୍ମଦିନ

ବଲିଉଡ ଅଭିନେତା ଅଜୟ ଦେବଗନ ଏବଂ ଅଭିନେତ୍ରୀ କାଜୋଲଙ୍କ ଝିଅ ନିଶା ଦେବଗନଙ୍କ ଆଜି ତାଙ୍କ 20ତମ ଜନ୍ମଦିନ ପାଳନ କରୁଛନ୍ତି। ଏହି ଅବସରରେ ଝିଅକୁ ଜନ୍ମଦିନର ଶୁଭେଚ୍ଛା ଜଣାଇଲେ ବାପାମା'।

ଝିଅ ନିଶାଙ୍କୁ ବର୍ଥ ଡେ ୱିସ କଲେ ଅଜୟ ଏବଂ କାଜୋଲ
ଝିଅ ନିଶାଙ୍କୁ ବର୍ଥ ଡେ ୱିସ କଲେ ଅଜୟ ଏବଂ କାଜୋଲ

By

Published : Apr 20, 2023, 5:35 PM IST

ମୁମ୍ବାଇ: ବଲିଉଡର 'ସିଘଂମ୍' ଅଜୟ ଦେବଗନ ଏବଂ ଅଭିନେତ୍ରୀ କାଜୋଲଙ୍କ ଝିଅ ନିଶାଙ୍କ 20ତମ ଜନ୍ମଦିନ । ଏହି ଅବସରରେ ନିଶା ତାଙ୍କ ପିତାମାତାଙ୍କଠାରୁ ଆଶୀର୍ବାଦ ଗ୍ରହଣ କରିଛନ୍ତି । ଅଜୟ ଏବଂ କାଜୋଲ ଝିଅ ନିଶାଙ୍କୁ ତାଙ୍କ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି । ସୋସିଆଲ ମିଡିଆରେ ପୋଷ୍ଟ ସେୟାହ କରି ଝିଅକୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି ।

ସୋସିଆଲ ମିଡିଆରେ ଉଭୟ ନିଜ ଝିଅ ସହ ସୁନ୍ଦର ଫଟୋ ସେୟାର କରିଛନ୍ତି । ଅଜୟ ନିଜ ଇନଷ୍ଟାଗ୍ରାମରେ ନିଶାଙ୍କ ସହ କୋଲାଜ ଫଟୋ ସେୟାର କରି ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି । ସେ ପୋଷ୍ଟ ସେୟାର କରି କ୍ୟାପସନରେ ଲେଖିଛନ୍ତି,' Father of My Pride'। ହାପି ବର୍ଥ ଡେ ବେବି। ଫଟୋରେ ଅଜୟ ଏକ ବ୍ଲାକ ଟି-ସାର୍ଟ ଏବଂ ନିଶା ଏକ ବ୍ଲାକ ଏବଂ ୱାଇଟ ରଙ୍ଗର ଟପ୍ ପିନ୍ଧିଥିବାର ନଜର ଆସିଛନ୍ତି । ଉଭୟ ବାପା ଏବଂ ଝିଅ ଖୁବ ସୁନ୍ଦର ଲାଗୁଛନ୍ତି ।

ସେହିପରି କାଜୋଲ ନିଶାଙ୍କ ସହ ନିଜର ଏକ ସୁନ୍ଦର ଫଟୋ ସେୟାର କରିଛନ୍ତି । ଯେଉଁଥିରେ ଉଭୟ ମା, ଝିଅ ହ୍ୱାଇଟ୍‌ ରଙ୍ଗର ଆଉଟ୍‌ଫିଟ୍‌ରେ ନଜର ଆସିଛନ୍ତି । ଝିଅକୁ ଜନ୍ମଦିନର ଶୁଭକାମନା ଜଣାଇ କାଜୋଲ ଲେଖିଛନ୍ତି, "ଏହା ଆମର କାହାଣୀ । ତୁମର ସେନ୍ସ ଅଫ ହ୍ୟୁମର ଓ ତୁମର ଚିନ୍ତାଧାରାକୁ ମୁଁ ବହୁତ ପସନ୍ଦ କରେ । ବେବି ଗାର୍ଲକୁ ବହୁତ ଭଲ ପାଇବା ଏବଂ ସବୁବେଳେ ଖୁସିରେ ରୁହ। ମୋ ସହ ଏଭଳି ସର୍ବଦା ହସିବା ଜାରି ରଖ ।"

20 ଏପ୍ରିଲ 2003ରେ ଜନ୍ମ ହୋଇଥିଲେ। ପିତାମାତାଙ୍କ ବିବାହର ଚାରି ବର୍ଷ ପରେ ନିଶା ଜନ୍ମ ହୋଇଥିଲେ । ଅଜୟ ଦେବଗନ ଏବଂ କାଜୋଲଙ୍କ ଝିଅ ନିଶା ଦେବଗନଙ୍କର ଉଭୟ ପିତାମାତା ସଫଳ କଳାକାର ଭାବେ ବେଶ ପରିଚିତ । ଉଭୟ ଅଜୟ ଏବଂ କାଜୋଲ ନିଜ ଅଭିନୟ ସହ ଲୁକ୍‌କୁ ନେଇ ବେଶ ଲୋକପ୍ରିୟତା ହାସଲ କରିଛନ୍ତି । ସେହିପରି ନିଶା ମଧ୍ୟ ନିଜ ପିତାମାତାଙ୍କ ପରି ଖୁବ ସୁନ୍ଦର । ବର୍ତ୍ତମାନ ସମୟରେ ନିଶା ବଲିଉଡକୁ ଆସିବାର କୌଣସି ଖବର ନାହିଁ, କିନ୍ତୁ ସେ ଫ୍ରେଣ୍ଡସ୍ ଏବଂ ସେଲିବ୍ସ ପାର୍ଟିରେ ନିଜର ସୌନ୍ଦର୍ଯ୍ୟ ସହିତ ଲାଇମଲାଇଟରେ ରହିଥାନ୍ତି । ଅଜୟ ଏବଂ କାଜୋଲଙ୍କ ବିବାହକୁ ବର୍ତ୍ତମାନ 23 ବର୍ଷ ପୁରିଥିବା ବେଳେ ଝିଅ ନିଶାଙ୍କୁ ଆଜି 20 ବର୍ଷ ବୟସ ହୋଇଛି । ତେବେ ନିଶାଙ୍କ ଜନ୍ମଦିନରେ ତାଙ୍କ ସାଙ୍ଗ, ଫ୍ୟାନ୍ସମାନେ ଶୁଭକାମନା ଜଣାଇଛନ୍ତି ।

ABOUT THE AUTHOR

...view details