ଓଡିଶା

odisha

By

Published : Mar 20, 2023, 12:40 PM IST

ETV Bharat / entertainment

ଐଶ୍ୱର୍ଯ୍ୟା ରଜନୀକାନ୍ତଙ୍କ ଘରୁ ଗହଣା ଚୋରି, ମାମଲା ରୁଜୁ

ଐଶ୍ୱର୍ଯ୍ୟା ରଜନୀକାନ୍ତଙ୍କ ଘରୁ ଚୋରି ଅଭିଯୋଗ । ଦାମୀ ଗହଣା ଚୋରି ହୋଇଥିବା ନେଇ ଟିନମପେଟ ଥାନାରେ ଅଭିଯୋଗ କଲେ ଐଶ୍ୱର୍ଯ୍ୟା । ଅଧିକ ପଢନ୍ତୁ

Aishwarya rajinikanth complaints a jewel theft
Aishwarya rajinikanth complaints a jewel theft

ଚେନ୍ନାଇ: ସୁପରଷ୍ଟାର ରଜନୀକାନ୍ତଙ୍କ ଝିଅ ତଥା ସାଉଥ ଷ୍ଟାର ଧନୁଷଙ୍କ ପତ୍ନୀ ଐଶ୍ୱର୍ଯ୍ୟା ରଜନୀକାନ୍ତଙ୍କ ଘରୁ ଚୋରି । ଚେନ୍ନାଇସ୍ଥିତ ବାସଭବନରୁ ଚୋରି ହୋଇଥିବା ନେଇ ଟିନମପେଟ ଥାନାରେ ଏତଲା ଦେଲେ ଐଶ୍ବର୍ଯ୍ୟା । ୬୦ ପ୍ରକାରର ଦାମୀ ସୁନାଗହଣା ଚୋରି ହୋଇଥିବା ନେଇ ସେ ଅଭିଯୋଗ କରିଛନ୍ତି ।

ଅଭିନେତା ସୁପରଷ୍ଟାର ରଜନୀକାନ୍ତଙ୍କ ଝିଅ ଏୌଶ୍ବର୍ଯ୍ୟାଙ୍କ ଘରୁ ଚୋରି ହୋଇଛି । ଏହାକୁ ନେଇ ସେ କହିଛନ୍ତି, "୨୦୧୯ ମସିହାରେ ମୋ ସାନ ଭଉଣୀର ବିବାହ ପରେ ଆମର ସୁନା ଗହଣା ସବୁ ଲକରରେ ରହୁଥିଲା । ଆମେ 3 ଥର ଘର ପରିବର୍ତ୍ତନ କରିଲୁ କିନ୍ତୁ ଗହଣା ନୂଆ ଘରକୁ ଆଣି ନଥିଲୁ । ତେବେ ୨୦୧୯ ପରଠାରୁ ମୁଁ ଗହଣାର ବ୍ୟବହାର କରିନଥିଲି । ହେଲେ ଫେବୃଆରୀ ୧୦ ତାରିଖରେ ଯେତେବେଳେ ଲକର ଖୋଲିଥିଲି ସେତେବେଳେ ସୁନାଗହଣା ନଥିଲା । ଚୋରି ହୋଇଥିବା ଗହଣା ସବୁ ଦାମୀ ରହିଥିଲା । ହୀରା, ସୁନା, ନବରତ୍ନ ଷ୍ଟୋନ ଭଳି ଦାମୀ ଗହଣା ଚୋରି ହୋଇଯାଇଛି । ମୁଁ ଲକରରେ ସୁନା ଗହଣା ରଖିଥିବା ନେଇ ମୋ ପରିବାର ଲୋକେ ଜାଣିଥିଲେ । ହେଲେ କିଏ ଗହଣା ଚୋରି କରିଛି ମୁଁ ଜାଣିପାରୁନି । ଘରେ କାମ କରୁଥିବା ଲୋକଙ୍କ ଉପରେ ମୋର ସନ୍ଦେହ ହେଉଛି ।" ତେବେ ଐଶ୍ୱର୍ଯ୍ୟା ରଜନୀକାନ୍ତ ଅଭିଯୋଗ ଅନୁସାରେ ଟିନମପେଟ ଥାନା ପୋଲିସ ତଦନ୍ତ ଆରମ୍ଭ କରିଛି ।

ଏହା ମଧ୍ୟ ପଢନ୍ତୁ: Salman Khan Threat Mail: ଭାଇଜାନଙ୍କୁ ଧମକପୂର୍ଣ୍ଣ ଇ-ମେଲ, ଲେଖା ହୋଇଛି ଆଗକୁ ଝଟକା ମିଳିବ

ପ୍ରକାଶଥାଉକି, ସୁପରଷ୍ଟାର ରଜନୀକାନ୍ତଙ୍କ ଝିଅ ଐଶ୍ୱର୍ଯ୍ୟା ରଜନୀକାନ୍ତ ଜଣେ ସିନେ ନିର୍ଦ୍ଦେଶକ । ତାମିଲ ଭାଷାରେ ସେ ୩ଟି ଫିଲ୍ମରେ ନିର୍ଦ୍ଦେଶନା ଦେଇଛନ୍ତି । ସାଉଥ ଷ୍ଟାର୍‌ ଧନୁଷ ଓ ଐଶ୍ବର୍ଯ୍ୟା ରଜନୀକାନ୍ତ ୨୦୦୪ ମସିହାରେ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ । ଏହାପରେ ସେମାନଙ୍କର ଦୁଇଟି ସନ୍ତାନ ମଧ୍ୟ ହୋଇଛି । ସମୟ ଥିଲା ଉଭୟଙ୍କ ପ୍ରେମ ସମ୍ପର୍କକୁ ନେଇ ଅନେକ ଚର୍ଚ୍ଚା ହେଉଥିଲା । ତେବେ ଗତ ବର୍ଷ ଜାନୁଆରୀରେ ସୋସିଆଲ ମିଡିଆ ପୋଷ୍ଟକୁ ନେଇ ଦୁହେଁ ସେମାନଙ୍କର ୧୮ ବର୍ଷର ସମ୍ପର୍କକୁ ଶେଷ କରିବାକୁ ନିଷ୍ପତ୍ତି ନେଇଥିବା ଖବର ଆସିଥିଲା ।

ଏହାର କିଛିଦିନ ପରେ ଆଉ ଏକ ଖବର ଚର୍ଚ୍ଚାକୁ ଆସିଥିଲା । ଉଭୟ ସେମାନଙ୍କ ଦାମ୍ପତ୍ୟ ଜୀବନକୁ ଆଉ ଏକ ସୁଯୋଗ ଦେବେ ବୋଲିି ଟଲିଉଡ ନେଟରେ ପ୍ରକାଶିତ ଏକ ରିପୋର୍ଟରେ ଦର୍ଶାଯାଇଥଲା । ବର୍ତ୍ତମାନ ଐଶ୍ବର୍ଯ୍ୟା ରଜନୀକାନ୍ତଙ୍କ ଘରୁ ସୁନା ଗହଣା ଚୋରି ହୋଇଥିବା ଖବର ସାମ୍ନାକୁ ଆସିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details