ଓଡିଶା

odisha

By

Published : Jan 17, 2023, 8:44 PM IST

ETV Bharat / entertainment

ଟ୍ୟାକ୍ସ ନଦେବାରୁ ଐଶ୍ୱର୍ଯ୍ୟାଙ୍କୁ କୋର୍ଟ ନୋଟିସ

ଟ୍ୟାକ୍ସ ଭରି ନଥିବାରୁ ଐଶ୍ବର୍ଯ୍ୟାଙ୍କୁ ନୋଟିସ ଜାରି । ଟ୍ୟାକ୍ସ ନ ଭରିବାକୁ ନେଇ ଅଡୁଆରେ ପଡିଢନ୍ତି ବଲିଉଢ ବିୟୁଟି । ଅଧିକ ପଢନ୍ତୁ

Aishwarya Rai Bachchan Tax Issue
ଐଶ୍ବର୍ଯ୍ୟାଙ୍କୁ କୋର୍ଟ ନୋଟିସ

ମୁମ୍ବାଇ:ଆଇନ ଜାଲରେ ଫସିଛନ୍ତି ନୀଳନୟନା । ବଢିଲା ବଲିଉଡ ବିୟୁଟି ତଥା ଅଭିନେତ୍ରୀ ଐଶ୍ବର୍ଯ୍ୟା ରାୟଙ୍କ ଅଡୁଆ । ଟ୍ୟାକ୍ସ ଭରି ନଥିବାରୁ ଐଶ୍ବର୍ଯ୍ୟାଙ୍କୁ ନୋଟିସ ଜାରି କରିଛନ୍ତି କୋର୍ଟ । ଐଶ୍ବର୍ଯ୍ୟାଙ୍କ ନାମରେ ଥିବା ଜମିର ଟ୍ୟାକ୍ସ ସେ ଜମା କରିନାହାନ୍ତି । ତେଣୁ ନାସିକର ତହସିଲଦାର ତାଙ୍କୁ ନୋଟିସ ଦେଇଛନ୍ତି ।

ମିଳିଥିବା ରିପୋର୍ଟ ଅନୁସାରେ, ନାସିକର ସିନ୍ନରରେ ଅଦୱାଡି ଶିବରାତରେ ଐଶ୍ବର୍ଯ୍ୟାଙ୍କର କିଛି ଜମି ରହିଛି । ଯାହାର ଗଲା ଏକ ବର୍ଷ ଧରି କର ପୈଠ ହୋଇନାହିଁ । ଟ୍ୟାକ୍ସ ବାବଦକୁ ଅଭିନେତ୍ରୀଙ୍କୁ ପ୍ରାୟ 21 ହଜାର 960 ଟଙ୍କା ଦେବାକୁ ପଡିବ । ଏନେଇ ନାସିକର ତହସିଲଦାର ଐଶ୍ବର୍ଯ୍ୟା ରାୟଙ୍କୁ ନୋଟିସ ଜାରି କରିଛନ୍ତି । ନାସିକରେ ନୀଳନୟାନାଙ୍କ ନାମରେ ପାଖାପାଖି 1 ହେକ୍ଟର ଜମି ରହିଛି । ବର୍ଷେ ହେବ ଐଶ୍ବର୍ଯ୍ୟା କର ଦେଇ ନଥିବାରୁ ତାଙ୍କୁ ନୋଟିସ ହୋଇଛି । ନୋଟିସ ନେଇ ଐଶ୍ବର୍ଯ୍ୟା ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିନାହିଁ ।

ଏହା ବି ପଢନ୍ତୁ...ଲୋକପ୍ରିୟ ଗୀତିକାର ନାସିର ଫରାଜଙ୍କ ପରଲୋକ

ଐଶ୍ବର୍ଯ୍ୟା ରାୟଙ୍କ ସହ 12ଶହ ଅନ୍ୟ ସମ୍ପତ୍ତି ମାଲିକଙ୍କୁ ମଧ୍ୟ ନୋଟିସ ଜାରି ହୋଇଛି । ରାଜସ୍ବ ବିଭାଗ ଦ୍ବାରା ମାର୍ଚ୍ଚ ଶେଷ ସୁଦ୍ଧା କାର୍ଯ୍ୟାନୁଷ୍ଠାନ ବାବଦରେ ଟ୍ୟାକ୍ସ ଆଦାୟ କରାଯିବାକୁ ଲକ୍ଷ୍ୟ ରଖାଯାଇଛି । କାରଣ ମାର୍ଚ୍ଚରେ ରାଜସ୍ବ ବିଭାଗ ପାଇଁ ଗୁରୁତ୍ବପୂର୍ଣ୍ଣ ହୋଇଥାଏ । ଐଶ୍ବର୍ଯ୍ୟା ପବନ ଶକ୍ତି ଉତ୍ପାଦନ କରୁଥିବା କମ୍ପାନୀ ସୁଜଲାନରେ ନିବେଶ କରିଛନ୍ତି । ଐଶ୍ବର୍ଯ୍ୟାଙ୍କ ସହିତ ଅନେକ ଜଣାଶୁଣା ବ୍ୟକ୍ତି ପବନ ଶକ୍ତି ଉତ୍ପାଦନ କମ୍ପାନୀରେ ବିନିଯୋଗ କରିଛନ୍ତି ।

ABOUT THE AUTHOR

...view details