ହାଇଦ୍ରାବାଦ:ବଲିଉଡ ଲୋକପ୍ରିୟ ଦମ୍ପତି ଐଶ୍ୱର୍ଯ୍ୟା ରାୟ ଏବଂ ଅଭିଷେକ ବଚ୍ଚନ ସେମାନଙ୍କ ବ୍ୟକ୍ତିଗତ ଜୀବନ ବିଷୟରେ ଦୀର୍ଘ ଦିନ ଧରି ଶିରୋନାମାରେ ରହି ଆସିଛନ୍ତି । ଯଦି ରିପୋର୍ଟଗୁଡିକ ବିଶ୍ବାସ କରାଯାଏ, ତେବେ ଏହି ଦମ୍ପତି ଅଲଗା ହେବା ନେଇ ଚର୍ଚ୍ଚା ଜୋର ଧରିଛି । ଏପରିକି ଅଭିନେତ୍ରୀ ନିଜ ଝିଅ ଆରଧ୍ୟାଙ୍କୁ ବଚ୍ଚନ ପ୍ୟାଲେସରେ ଛାଡି ନିଜ ମା'ଙ୍କ ଘରକୁ ଚାଲିଯାଇଥିବା କୁହାଯାଉଛି । ଏହାରି ମଧ୍ୟରେ କିନ୍ତୁ ଏହି ଦମ୍ପତିଙ୍କୁ ଏକାଠି ଦେଖିବାକୁ ମିଳିଛି । ଲାଡଲି ଆରଧ୍ୟାଙ୍କ ସ୍କୁଲ ବାର୍ଷିକ କାର୍ଯ୍ୟକ୍ରମରେ ଏକାଠି ସ୍ପଟ ହୋଇଛନ୍ତି ଐଶ୍ୱର୍ଯ୍ୟା-ଅଭିଷେକ । ଏଥିସହ ବିଗ ବି' ମଧ୍ୟ ଏଥିରେ ସାମିଲ ହୋଇଛନ୍ତି । ଏହି କାର୍ଯ୍ୟକ୍ରମର ଅନେକ ଭିଡିଓ ଏବଂ ଫଟୋ ଏବେ ବେଶ ଭାଇରାଲ ହେବାରେ ଲାଗିଛି । ତେବେ ଏହି ଦମ୍ପତି ଏକାଠି ନଜର ଆସି ବିବାହ ବିଚ୍ଛେଦ ଖବର ଉପରେ ପୂର୍ଣ୍ଣଚ୍ଛେଦ ପକାଇଛନ୍ତି ।
ଶୁକ୍ରବାର ଦିନ ମୁମ୍ବାଇର ଧୀରୁବାଇ ଅମ୍ବାନୀ ଅନ୍ତର୍ଜାତୀୟ ବିଦ୍ୟାଳୟର ବାର୍ଷିକ କାର୍ଯ୍ୟକ୍ରମରେ ଆୟୋଜିତ ହୋଇଥିଲା । ଏଥିରେ ଐଶ୍ୱର୍ଯ୍ୟା ରାୟ ଏବଂ ଅଭିଷେକ ବଚ୍ଚନଙ୍କ ଲାଡଲି ଆରଧ୍ୟାଙ୍କ ପାଇଁ ଏହି ଦମ୍ପତି ଏଠାରେ ସାମିଲ ହୋଇଥିବା ବେଳେ ଅମିତାଭ ବଚ୍ଚନ ଏବଂ ଅଗସ୍ତ୍ୟା ନନ୍ଦା, ଐଶ୍ବର୍ଯ୍ୟାଙ୍କ ମା' ମଧ୍ୟ ଏଥିରେ ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମର ଅନେକ ଭିଡିଓ ଏବଂ ଫଟୋ ଏବେ ବେଶ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ସ୍କୁଲ ବାହାରେ ଐଶ୍ବର୍ଯ୍ୟାଙ୍କୁ ପୁରା ପରିବାର ସହ ଦେଖିବାକୁ ମିଳିଛି । ଏପରିକି ଐଶ୍ବର୍ଯ୍ୟା ଏବଂ ଅଭିଷେକ ଏକାଠି ବସି ଲାଡଲିଙ୍କ ପ୍ରଦର୍ଶନ ଉପଭୋଗ କରୁଥିବା ବେଳେ ଶେଷରେ ବିଗ ବି ଐଶ୍ବର୍ଯ୍ୟା ଏବଂ ଅଭିଷେକ ବଚ୍ଚନ ନାଚୁଥିବାର ନଜର ଆସିଛନ୍ତି ।
ସେପଟେ ଆରଧ୍ୟାଙ୍କ ଦମଦାର ପ୍ରଦର୍ଶନ ମଧ୍ୟ ଲୋକଙ୍କ ମନ ଜିତିଛି । ବିଗ ବି ନାତୁଣୀର ପ୍ରଦର୍ଶନ ଦେଖି ବେଶ ଉତ୍ସାହିତ ହେବା ସହ ଗର୍ବ ଅନୁଭବ କରିଛନ୍ତି । ନିକଟରେ ବିଗ୍ ବି ତାଙ୍କ ନୂତନ ବ୍ଲଗ୍ରେ ଆରାଧ୍ୟାଙ୍କ ପ୍ରଶଂସା କରି ଲେଖିଛନ୍ତି, ମୁଁ ଶୀଘ୍ର ତୁମକୁ ଭେଟିବି । ମୁଁ ଆରାଧ୍ୟା ବିଦ୍ୟାଳୟର ବାର୍ଷିକ କାର୍ଯ୍ୟରେ ବ୍ୟସ୍ତ ଅଛି । ଏହା ସମସ୍ତଙ୍କ ପାଇଁ ଖୁସି ଏବଂ ଗର୍ବର ମୁହୂର୍ତ୍ତ । ମଞ୍ଚରେ ଆରାଧ୍ୟା ସମ୍ପୂର୍ଣ୍ଣ ସ୍ବାଭାବିକ ଥିଲେ । ଛୋଟ ପିଲା ଆଉ ଛୋଟ ନୁହେଁ । ଏହା ବ୍ୟତୀତ ବିଗ୍ ବି' ଏକ ଟୁଇଟ୍ କରି ଲେଖିଛନ୍ତି ଯେ ମୋ ପିଲାଙ୍କ ସଫଳତା ପାଇଁ ମୁଁ ଗର୍ବିତ ଏବଂ ଖୁସି ଅନୁଭବ କରୁଛି । ସେପଟେ ଆରଧ୍ୟାଙ୍କ ପରଫରର୍ମାନ୍ସ ଭିଡିଓ ଭାଇରାଲ ପରେ ୟୁଜର୍ସ ମଧ୍ୟ ଏହାକୁ ଖୁବ ପସନ୍ଦ କରିବା ସହ ପ୍ରଶଂସା କରିଛନ୍ତି ।